www.samajalive.in
Thursday, December 11, 2025
16.1 C
Bhubaneswar

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ, ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଳୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରସଙ୍ଗ । ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ ସୁପ୍ରିମକୋର୍ଟ । କମିଟର ମୁଖ୍ୟ ରହିବେ ସୁୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି । ଏଥି ସହିତ ଚଣ୍ଡିଗଡ଼ ଡିଜିପି ଏନଆଇଏର ଆଇଜି କମିଟର ସଦସ୍ୟ ମଧ୍ୟ ରହିବେ । ଗୁଇନ୍ଧା ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ମଧ୍ୟ କମିଟିର ସଦସ୍ୟ ରହିବେ । ମାମଲାର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ କମିଟି ଗଠନ କରିଛନ୍ତି । ଏହା ସହିତ କେନ୍ଦ୍ରୀୟ ଏବଂ ପଞ୍ଜାବ ସରକାରଙ୍କୁ ସେମାନଙ୍କର ତଦନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମାମଲାକୁ ଗୁରୁତର ସହ ନିଆଯାଇଛି । ସୁରକ୍ଷା ଅଭାବ ରହିଥିବା ପଞ୍ଜାବ ସରକାର ମଧ୍ୟ ସ୍ୱୀକାର କରିଛନ୍ତି । ପୂର୍ବରୁ ଶୁଣାଣି ସମୟରେ ପଞ୍ଜାବ ସରକାର ସର୍ବୋଚ୍ଚ ଅଦାଲତରୁ ସଠିକ୍‍ ତଦନ୍ତ ପାଇଁ ଦାବି କରିବା ସହ କମିଟି ଗଠନ ପାଇଁ କହିଥିଲେ । ବର୍ତ୍ତମାନ କମିଟି ତାର ତଦନ୍ତ କରିବା ପରେ କୋର୍ଟରେ ରିପୋର୍ଟ ଦାଖଲ କରିବ ।

ସୂଚନା ଅନୁଯାୟୀ, ଗତ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଜାବର ଭାଟିଣ୍ଡାରେ ଲ୍ୟାଣ୍ଡ କରିବା ପରେ ଫିରୋଜପୁରରେ ଆୟୋଜିତ ରାଲିରେ ସାମିଲ ହେବାକୁ ଯାଉଥିଲେ। ରାସ୍ତାରେ ଚାଷୀମାନେ ଆନ୍ଦୋଳନ କରୁଥିବାରୁ ମୋଦିଙ୍କ କାରକେଡ୍‌ ସେଠାରେ ପ୍ରାୟ ୧୫ରୁ ୨୦ ମିନିଟ୍ ଫସି ରହିଥିଲା । ଶେଷରେ ମୋଦି ଫ୍ଲାଏଓଭରରୁ ପଛକୁ ଫେରି ଭାଟିଣ୍ଡା ଏୟାରପୋର୍ଟରେ ପହଞ୍ଚିଥିଲେ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories