www.samajalive.in
Sunday, December 7, 2025
15.1 C
Bhubaneswar

ଅଷ୍ଟ୍ରେଲିଆ ଖେଳାଳି ଓସାମା ସମ୍ବୋଧନ କରିଥିଲେ

ଲଣ୍ଡନ : ଇଂଲଣ୍ଡର ସ୍ପିନର ମୋଇନ ଅଲ୍ଲୀ ଅତୀତରେ ଜାତିଆଣ ମନ୍ତବ୍ୟର ଶିକାର ହୋଇଥିଲେ ବୋଲି ଜାଣିବାକୁ ମିଳିଛି। ଚଳିତମାସରେ ଉନ୍ମୋଚିତ ହେବାକୁ ଥିବା ଆତ୍ମଜୀବନୀରେ ମୋଇନ ଏହି ଘଟଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ୨୦୧୫ରେ ଇଂଲଣ୍ଡରେ ଆସେସ୍‍ ସିରିଜ ଚାଲିଥିବାବେଳେ ଅଷ୍ଟ୍ରେଲିଆ ଖେଳାଳି ତାଙ୍କୁ ଅଲକାଏଦା ଆତଙ୍କବାଦୀ ଓସାମା ବିନ୍‍ ଲାଡେନଙ୍କ ସହ ତୁଳନା କରିବା ସହ ଓସାମା ବୋଲି ସମ୍ବୋଧନ କରିଥିଲେ। ଏହି ସିରିଜର କାର୍ଡିଫ୍‍ ଟେଷ୍ଟରେ ମୋଇନ ପ୍ରଥମ ଇନିଂସରେ ୭୭ ରନ ସ୍କୋର କରିବା ସହ ୫ଟି ୱିକେଟ ଅକ୍ତିଆର କରିଥିଲେ। ତାଙ୍କର ଏହି ପ୍ରଦର୍ଶନକୁ ଆଧାର କରି ଇଂଲଣ୍ଡ ଏହି ଟେଷ୍ଟରେ ବିଜୟୀ ହୋଇଥିଲା। ନିଜର ପ୍ରଦର୍ଶନକୁ ନେଇ ମୋଇନ ଅତ୍ୟନ୍ତ ଖୁସି ହୋଇଥିଲେ ସୁଦ୍ଧା ପଡିଆରେ ଘଟିଥିବା ଘଟଣାକୁ ଭୁଲିପାରିନାହାନ୍ତି। ଏହି ଟେଷ୍ଟରେ ଅଷ୍ଟ୍ରେଲିଆ ଦଳର ଜଣେ ଖେଳାଳି ତାଙ୍କ ହାତକୁ ବଲ ବଢାଇବା ଉଦ୍ଦେଶ୍ୟରେ କହିଥିଲେ ଯେ ‘ଟେକ୍‍ ଇଟ୍‍ ଓସାମା’। ମୋଇନ ପ୍ରଥମେ ଏହି ବାକ୍ୟକୁ ଭଲଭାବେ ବୁଝିପାରିନଥିଲେ। ପର ମୁହୂର୍ତ୍ତରେ ତାଙ୍କୁ ଓସାମା ବିନ୍‍ ଲାଡେନଙ୍କ ସହ ତୁଳନା କରାଯାଇଥିବାରୁ ମୋଇନ ଅତ୍ୟନ୍ତ କ୍ଷୁବ୍ଧ ହୋଇପଡିଥିଲେ। ଇଂଲଣ୍ଡ ପ୍ରଶିକ୍ଷକ ଟ୍ରେଭର ବେଲିଜ୍‍ଙ୍କ ଦୃଷ୍ଟିକୁ ଏକଥା ଆଣିବାପରେ ବେଲିଜ୍‍ ତାଙ୍କର ଅଷ୍ଟ୍ରେଲୀୟ ପ୍ରତିପକ୍ଷ ଡାରେନ ଲିମ୍ୟାନଙ୍କ ସହ ଆଲୋଚନା କରିଥିଲେ। ଲିମ୍ୟାନ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ସଂପୃକ୍ତ ଖେଳାଳିଙ୍କୁ ଏ ପ୍ରସଙ୍ଗରେ ପଚାରିଥିଲେ। ତେବେ ଅଷ୍ଟ୍ରେଲୀୟ ଖେଳାଳି ଏହି ଅଭିଯୋଗକୁ ସିଧାସଳଖ ଖଣ୍ଡନ କରିବା ସହ ସେ ମୋଇନଙ୍କୁ ଅନ୍ୟ କଥା କହିଥିଲେ ବୋଲି ସଫେଇ ଦେଇଥିଲେ।
ଅଷ୍ଟ୍ରେଲିଆ ଖେଳାଳି ପ୍ରତିପକ୍ଷ ଖେଳାଳିଙ୍କୁ ପଡିଆରେ ପ୍ରାୟତଃ ଗାଳିଫଜିତ କରିଥାନ୍ତି ବୋଲି ମୋଇନ କହିଛନ୍ତି। ପଡିଆରେ ପ୍ରତିପକ୍ଷ ଖେଳାଳିଙ୍କ ଏକାଗ୍ରତା ଭଙ୍ଗ କରିବାକୁ ଉଦ୍ୟମ କରାଯିବା ସ୍ୱାଭାବିକ୍‍। ତେବେ ସଂପୃକ୍ତ ଖେଳାଳିଙ୍କୁ ଅଭଦ୍ର ଭାଷାରେ ଗାଳିମନ୍ଦ କରିବା ସହ ଜାତିଆଣ ଆକ୍ଷେପ କରିବା ଅଷ୍ଟ୍ରେଲୀୟ ଖେଳାଳିଙ୍କ ଅଭ୍ୟାସରେ ପରିଣତ ହୋଇଯାଇଛି ବୋଲି ମୋଇନ କହିଛନ୍ତି। ଇଂଲଣ୍ଡରେ କାଉଣ୍ଟି କ୍ରିକେଟ ଖେଳୁଥିବା ଅଷ୍ଟ୍ରେଲିଆ ଖେଳାଳିଙ୍କ ବ୍ୟବହାର ଅତି ଉତ୍ତମ ହୋଇଥିବାବେଳେ ଆସେସ୍‍ ସିରିଜରେ ଏହାର ବ୍ୟତିକ୍ରମ ଘଟିବା ପଛରେ କ’ଣ କାରଣ ରହିଛି, ତାହା ମୋଇନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି। ୨୦୧୭ ଡିସେମ୍ବରରେ ଅଷ୍ଟ୍ରେଲିଆରେ ଆସେସ ସିରିଜ ଖେଳୁଥିବାବେଳେ ମଧ୍ୟ ମୋଇନଙ୍କୁ ଅନୁରୂପ ସ୍ଥିତିର ସମ୍ମୁଖୀନ ହେବାକୁ ପଡିଥିଲା। ବ୍ୟାଟିଂ କରୁଥିବାବେଳେ ଅଷ୍ଟ୍ରେଲୀୟ ଖେଳାଳିଙ୍କ ଏତାଦୃଶ ଆଚରଣ ସମସ୍ତ ସୀମା ଅତିକ୍ରମ କରିଥିଲା ବୋଲି ମୋଇନ କହିଛନ୍ତି। ବାରମ୍ବାର ତାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦିଆଯିବାରୁ ସେ ବ୍ୟାଟିଂ ଉପରେ ଆଦୌ ଧ୍ୟାନ କେନ୍ଦ୍ରୀଭୂତ କରିପାରିନଥିଲେ। ଫଳରେ ଏହି ପାଞ୍ଚଟିକିଆ ସିରିଜରେ ମୋଇନ ୧୯.୮୮ ହାରରେ କେବଳ ୧୭୯ ରନ ସ୍କୋର କରିଥିଲେ। ଏହାର ପ୍ରଭାବ ତାଙ୍କର ବୋଲିଂ ଉପରେ ପଡିଥିଲା ବୋଲି ମୋଇନ ସ୍ୱୀକାର କରିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories