www.samajalive.in
Sunday, December 7, 2025
14.1 C
Bhubaneswar

ବୁଧବାର ; ପର୍ସରେ ରଖନ୍ତୁ ଗୋଟା ହଳଦୀ

ବୈବାହିକ ଜୀବନରେ ଥିବା ସମସ୍ୟା ଦୂର କରିବା ପାଇଁ ବିବାହରେ ସୃଷ୍ଟି ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ଦମ୍ପତ୍ତିଙ୍କ ମଧ୍ୟରେ ହସଖୁସିର ବାତାବରଣ ପାଇଁ ଶିବ-ପାର୍ବତୀ, ଲକ୍ଷ୍ମୀ-ବିଷ୍ଣୁ, ସୀତା-ରାମ, ରାଧା-କୃଷ୍ଣ, ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିବା ଉଚିତ।
ଧନସମ୍ପତ୍ତି ଜନିତ ସମସ୍ୟା ଦୂର କରିବା ପାଇଁ ମା’ଲକ୍ଷ୍ମୀ, କୁବେର, ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ।
ବହୁ ପରିଶ୍ରମ କରିବା ପରେ ମଧ୍ୟ କାର୍ଯ୍ୟରେ ଅସଫଳତା ମିଳୁଥିଲେ, କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଶ୍ରୀଗଣେଶଙ୍କୁ ପୂଜା କରନ୍ତୁ।
ସର୍ବଦା ଭୟ ଲାଗୁଥିଲେ ପ୍ରଭୁ ହନୁମାନଙ୍କୁ ପୂଜା କରିବା ସହ ହନୁମାନ ଚାଳିଶା ପାଠ କରନ୍ତୁ।
ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ ମା’ସରସ୍ୱତୀଙ୍କ ପୂଜା କରନ୍ତୁ।
ବୁଧବାରରେ ଗଣେଶଙ୍କ ପ୍ରତିମା ନିକଟରେ ଗୁଆ ଚଢାଇବା ଦ୍ୱାରା କର୍ମକ୍ଷେତ୍ରରେ ସଫଳତା ପ୍ରାପ୍ତି ହୋଇଥାଏ।
ଲଡ଼ୁ ହେଉ ଅଥବା ମୋଦକ ହେଉ ଏହାକୁ ଘରେ ପ୍ରସ୍ତୁତ କରି ପ୍ରଭୁଙ୍କ ନିକଟରେ ଭୋଗ ଲଗାଇଲେ ,ଗୃହରେ ସୁଖଶାନ୍ତିର ବାତାବରଣ ରହିବା ସହ ପରିବାରର ସଦସ୍ୟଙ୍କ ମଧ୍ୟରେ ଭଲ ସଂପର୍କ ରହିଥାଏ।
ଶିବଙ୍କୁ ପ୍ରତି ସୋମବାରରେ ବେଲପତ୍ର ଚଢାଇଲେ ମଧ୍ୟ ଗଣେଶଙ୍କ ବିଶେଷ କୃପା ରହିଥାଏ।
ଗୃହରେ ରଖିଥିବା ଗଣେଶଙ୍କର ମୁଖ ଦକ୍ଷିଣ ଆଡ଼କୁ ରଖିବା ଉଚିତ ନୁହେଁ।
ଗୃହରେ ସର୍ବଦା ବସିଥିବା ଗଣେଶଙ୍କ ମୂର୍ତ୍ତି ରହିବା ଆବଶ୍ୟକ। ଏହା ଦ୍ୱାରା ସମସ୍ତ ସଫଳତା ମିଳିବା ସହ,ଗୃହରେ ଆନନ୍ଦର ପରିବେଶ ଓ ଧନ ବୃଦ୍ଧି ହୋଇଥାଏ।
ସିନ୍ଦୁର ରଙ୍ଗର ଗଣେଶଙ୍କ ମୂର୍ତ୍ତିକୁ ଗୃହରେ ପୂଜା କଲେ ଖୁବ ମଙ୍ଗଳ ହୋଇଥାଏ। ଶିକ୍ଷା କ୍ଷେତ୍ରରେ ଅ୍‍ଧିକ ଉନ୍ନତି ହୋଇଥାଏ।
ବୁଧବାର ଦିନ ପଞ୍ଚମୁଖୀ ରୁଦ୍ରାକ୍ଷ, ୭ଟି ଗୋଟା ମୁଗ, ସାମାନ୍ୟ ଗୋଟା ଧନିଆ, ନିଜ ପର୍ସରେ ରଖନ୍ତୁ। ରୁଦ୍ରାକ୍ଷ ନଥିଲେ ଗୋଟା ହଳଦୀ ମଧ୍ୟ ରଖିପାରିବେ। ଏହାଦ୍ୱାରା କେବେ  ଟଙ୍କାପଇସାର ଅଭାବ ହେବ ନାହିଁ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories