www.samajalive.in
Monday, December 8, 2025
14.1 C
Bhubaneswar

ପାଙ୍ଗୋଙ୍ଗ ସୋରେ ସେତୁ ନିର୍ମାଣ କରୁଛି ଚୀନ; ଉପଗ୍ରହ ଚିତ୍ରରୁ ମିଳିଲା ସୂଚନା

ନୂଆଦିଲ୍ଲୀ: ପୂର୍ବ ଲଦାଖର ପ୍ରକୃତ ସୀମାରେଖା (ଏଲଏସି) ନିକଟରେ ପାଙ୍ଗୋଙ୍ଗ ସୋ ଅଞ୍ଚଳରେ ଚୀନ ସେତୁ ନିର୍ମାଣ କରୁଛି । ଏହି ନିର୍ମାଣ କାର୍ଯ୍ୟ ପ୍ରାୟ ଶେଷହେବା ଅବସ୍ଥାରେ ପହଞ୍ଚିଛି । ଉପଗ୍ରହ ଚିତ୍ରରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ପାଙ୍ଗୋଙ୍ଗ ସୋ ଅଞ୍ଚଳରେ ଚୀନର ଅନୁପ୍ରବେଶକୁ ନେଇ ଭାରତ ଓ ଚୀନ ମଧ୍ୟରେ ଦୀର୍ଘ ୨୦ ମାସ ହେଲା ବିବାଦ ଓ ଅଚଳାବସ୍ଥା ଲାଗି ରହିଛି । ଜିଓ ଇଣ୍ଟେଲିଜେନ୍ସ ବିଶାରଦ ଡାମିଏନ ସିମୋନ ଉପଗ୍ରହ ଚିତ୍ରକୁ ଆଧାର କରି ସୂଚନା ଦେଇଛନ୍ତି ଯେ ଚୀନ ପାଙ୍ଗୋଙ୍ଗ ସୋର ଉତ୍ତର ଓ ଦକ୍ଷିଣ ତଟରେ ସେତୁ ନିର୍ମାଣ ଜାରି ରଖିଛି । ଏହାଦ୍ୱାରା ପାଙ୍ଗୋଙ୍ଗ ସୋ’ର ଦୁଇ ତଟକୁ ସଂଯୁକ୍ତ କରାଯାଇପାରିବ ଏବଂ ସେତୁ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାଦ୍ୱାରା ଚୀନ ସୈନ୍ୟମାନେ ଉକ୍ତ ଅଞ୍ଚଳକୁ ସହଜରେ ପହଞ୍ଚିପାରିବେ ।
ଏକ ଟ୍ୱିଟ୍‍ରେ ସିମୋନ ପକ୍ଷରୁ କୁହାଯାଇଛି ଯେ ଚୀନ ମଧ୍ୟ ପାଙ୍ଗୋଙ୍ଗ ସୋ ଏବଂ ଦୌଲତ ବେଗ ଓଲଡି (ଡିବିଓ) ଅଞ୍ଚଳରେ ସଡକ ନିର୍ମାଣ କରୁଛି । ଉଲ୍ଲେଖଯୋଗ୍ୟ ଯେ ଦୁଇଦେଶ ମଧ୍ୟରେ ସୀମା ବିବାଦ ସୃଷ୍ଟି ହେବାପରେ ଉକ୍ତ ଅଞ୍ଚଳରେ ଉଭୟ ଚୀନ ଓ ଭାରତ ପକ୍ଷରୁ ବହୁ ସଂଖ୍ୟାରେ ସୈନ୍ୟ ମୁତୟନ ହୋଇଛନ୍ତି । ପୂର୍ବ ଲଦାଖକୁ ଲାଗିଥିବା ଚୀନ ସୀମାନ୍ତରେ ଚୀନର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ପ୍ରାୟ ୬୦ ହଜାର ସୈନ୍ୟ ମୁତୟନ ହୋଇଥିବା ଏକ ସୂତ୍ରରୁ କୁହାଯାଇଛି । ଭାରତ ମଧ୍ୟ ଉକ୍ତ ଅଞ୍ଚଳରେ ଅନୁରୂପ ସଂଖ୍ୟାରେ ନିଜ ଯବାନଙ୍କୁ ମୁତୟନ କରିଛି ଏବଂ ତାହାସହିତ ଏଲଏସିରେ ରାଷ୍ଟ୍ରୀୟ ରାଇଫଲସ ଏବଂ ଆତଙ୍କବାଦ ମୁକାବିଲାକାରୀ ବାହିନୀକୁ ମୁତୟନ କରିଛି । ଦୁଇ ଦେଶ ମଧ୍ୟରେ ଏଲଏସିକୁ ନେଇ ୨୦ ମାସ ହେଲା ଅଚଳାବସ୍ଥା ଲାଗି ରହିଛି । ଦୁଇ ପକ୍ଷ ମଧ୍ୟରେ ବହୁ ପର୍ଯ୍ୟାୟ ଆଲୋଚନା ହୋଇଥିଲେ ମଧ୍ୟ ତାହା ବିଫଳ ହୋଇଛି । ଗତ ଡିସେମ୍ବରରେ ଉପଗ୍ରହ ଚିତ୍ରରୁ ଜଣାଯାଇଥିଲା ଯେ ପିଏଲଏ ପକ୍ଷରୁ ସିକିମ ଆରପଟେ ବ୍ୟାପକ ନିର୍ମାଣ କାର୍ଯ୍ୟ ଚାଲିଥିଲା । ସିମୋନ କହିଛନ୍ତି ଯେ ଭାରତ ସୀମାନ୍ତକୁ ଲାଗି ଚୀନ ନୂଆ ନୂଆ ପୋଷ୍ଟ ସ୍ଥାପନ କରିବା ସହିତ ନିଜର ସାମରିକ ଶକ୍ତି ବୃଦ୍ଧି କରିବାରେ ଲାଗିଛି । ଏହା ସୀମାନ୍ତରେ ନିୟମିତ ଭାବରେ ସଡକ ଓ ଅନ୍ୟାନ୍ୟ ନିର୍ମାଣ ସହିତ ନିଜ ସୈନ୍ୟଙ୍କୁ ନେଇ ଅଭ୍ୟାସ ଏବଂ ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ ସୈନ୍ୟଙ୍କୁ ମୁତୟନ କରିବାରେ ଲାଗିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories