www.samajalive.in
Monday, December 8, 2025
14.1 C
Bhubaneswar

ଦିଲ୍ଲୀକୁ ଫେରିବ ତାଲାବନ୍ଦ!

ନୂଆଦିଲ୍ଲୀ: ସମଗ୍ର ଦେଶ ସମେତ ରାଜଧାନୀ ନୂଆଦିଲ୍ଲୀରେ ଦୈନିକ କୋଭିଡ ସଂକ୍ରମଣ ତୀବ୍ର ବେଗରେ ବୃଦ୍ଧିପାଉଥିବାରୁ ଦିଲ୍ଲୀ ସରକାର ସମୁଦାୟ ରାଜଧାନୀ ଅଞ୍ଚଳରେ ହଳଦିଆ ସତର୍କ ସୂଚନା ଜାରି କରିଛନ୍ତି । ଏଥିସହିତ କୋଭିଡ ୧୯ ସମ୍ପର୍କିତ ନିୟମାବଳୀକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜଧାନୀରେ ସଂକ୍ରମଣ ହାର ୫%ର ନିକଟବର୍ତ୍ତୀ ହେଉଥିବାବେଳେ ଏଠାରେ ପୁନର୍ବାର ତାଲାବନ୍ଦ ବ୍ୟବସ୍ଥା ଲାଗୁ ହେବା ସମ୍ଭାବନା ସୃଷ୍ଟି ହୋଇଛି । ଗତ କିଛି ସପ୍ତାହ ଧରି ଦିଲ୍ଲୀର ସଂକ୍ରମଣ ସ୍ଥିତିକୁ ଲକ୍ଷ୍ୟ କରିବା ପରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏଠାରେ ହଳଦିଆ ସତର୍କ ସୂଚନା ଜାରି କରିବା ସହିତ ଗ୍ରେଡେଡ ରେସପ୍ସସ ଆକ୍ସନ ପ୍ଲାନ (ଜିଆରଏପି)କୁ କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ବିବାହ ଓ ଅନ୍ୟାନ୍ୟ ଉତ୍ସବାନୁଷ୍ଠାନରେ ସର୍ବାଧିକ ୨୦ ଜଣ ଉପସ୍ଥିତ ରହିବା, ଦୋକାନ, ମଲ୍‍ ଏବଂ ବିପ୍ପଣୀଗୁଡିକ ଅଡ୍‍ ଇଭନ ଭିତ୍ତିରେ ସକାଳ ୧୦ରୁ ରାତି ୮ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଆଦେଶ ଦିଆଯାଇଛି । ପ୍ରତ୍ୟେକ ପୌରାଞ୍ଚଳ ବଜାର ସପ୍ତାହକୁ ଥରେ ଖୋଲିବା ଏବଂ ସେଠାର ୫୦ ପ୍ରତିଶତ ପର୍ଯ୍ୟନ୍ତ ଦୋକାନି ଓ ଗ୍ରାହକ ଉପସ୍ଥିତ ରହିପାରିବେ ବୋଲି କୁହାଯାଇଛି । ସେହିଭଳି ସମସ୍ତ ସିନେମା ହଲ, ଥିଏଟର, ଜିମ୍‍, ମଲ୍ଟିପ୍ଲେକ୍ସଗୁଡିକ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି । ରେଷ୍ଟୁରାଣ୍ଟଗୁଡିକ ଦିନ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲିବା ଏବଂ ଥରକରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଗ୍ରାହକଙ୍କୁ ପ୍ରବେଶ ଅନୁମତି ଦେବାକୁ କୁହାଯାଇଛି । ସେହିଭଳି ରାଜଧାନୀରେ ବାର୍‍ ଏବଂ ସ୍ପା’ଗୁଡିକ ଦିନ ୧୨ଟାରୁ ରାତି ୮ଟା ପର୍ଯ୍ୟନ୍ତ ୫୦% କ୍ଷମତାରେ କାର୍ଯ୍ୟକରିବାକୁ ସରକାରୀ ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ବେସରକାରୀ ଦପ୍ତରଗୁଡିକ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ହୋଟେଲଗୁଡିକ କ୍ୱାରାଣ୍ଟାଇନ କେନ୍ଦ୍ର ଭାବରେ କାର୍ଯ୍ୟ କରିବ ବୋଲି କୁହାଯାଇଛି । ସେହିଭଳି ଦିଲ୍ଲୀ ମେଟ୍ରୋରେ ବସିବା କ୍ଷମତାର ୫୦% ପର୍ଯ୍ୟନ୍ତ ଯାତ୍ରୀଙ୍କୁ ଯାତ୍ରା ପାଇଁ ଅନୁମତି ମିଳିବ । ଅଟୋ ଓ ଟ୍ୟାକ୍ସିରେ ସର୍ବାଧିକ ୨ ଜଣ ଯାତ୍ରା ପାଇଁ ଅନୁମତି ଦିଆଯାଇଛି । ଗ୍ରେଡେଡ ଆକ୍ସନ ପ୍ଲାନ ମୁତାବକ କୋଭିଡ ସଂକ୍ରମଣ ସ୍ତର ମାତ୍ରାଧିକ ବୃଦ୍ଧିପାଇ ଶୀର୍ଷରେ ପହଞ୍ଚିଲେ ଲାଲ ସତର୍କ ସୂଚନା ଜାରି କରାଯିବ । ସେପରିସ୍ଥଳେ ସମୁଦାୟ ମହାନଗରରେ ତାଲାବନ୍ଦ ଘୋଷଣା କରାଯିବ । ତାହା ପୂର୍ବରୁ କମଳା ସତର୍କ ସୂଚନାରେ ମଧ୍ୟ ଅଧିକାଂଶ ଅର୍ଥନୈତିକ, ସାମାଜିକ କାର୍ଯ୍ୟକଳାପ ଏବଂ ଗଣ ପରିବହନ ସୁବିଧା ବନ୍ଦ ହୋଇଯିବ । ଦିଲ୍ଲୀ ସରକାରଙ୍କ ପକ୍ଷରୁ ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡା, ମନୋରଂଜନ, ସାଂସ୍କୃତିକ, ଧାର୍ମିକ ଏବଂ ପାର୍ବଣ ସମ୍ପର୍କିତ ସମାବେଶକୁ ନିଷେଧ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୩୧୯୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ସେଠାରେ ତାଲାବନ୍ଦ ଫେରିବା ଆଶଙ୍କା ସୃଷ୍ଟି ହୋଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories