www.samajalive.in
Sunday, December 14, 2025
14.1 C
Bhubaneswar

ଅଟଳ ଟିଙ୍କରିଙ୍ଗ୍‍ ଲ୍ୟାବ୍‍ ଉଦ୍‍ଘାଟିତ

ପିପିଲି : କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ପକ୍ଷରୁ ପିପିଲି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ୧୨ଲକ୍ଷ ଟଙ୍କା ବ୍ୟୟରେ ନବନିର୍ମତ ଅଟଳ ଟିଙ୍କରିଙ୍ଗ୍‍ ଲ୍ୟାବ୍‍କୁ ଶୁକ୍ରବାର ବିଦ୍ୟା ଭାରତୀର ପୂର୍ବ କ୍ଷେତ୍ର ମନ୍ତ୍ରୀ ଡ଼ଃ ସରୋଜ କୁମାର ହାତୀ ଉଦ୍‍ଘାଟନ କରିଛନ୍ତି । ଏହି ଅତ୍ୟାଧୁନିକ ଲ୍ୟାବ୍‍ ଦ୍ୱାରା ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀଙ୍କ ପ୍ରତ୍ୟୁତ୍ପନ ମତିତ୍ତ୍ୱ ବୃଦ୍ଧି ହେବା ସହ ସେମାନଙ୍କ ସୃଜନଶୀଳତାର ପରିପ୍ରକାଶ ଘଟିବ । ଏହାଦ୍ୱାରା ନୂତନ ବେଜ୍ଞାନିକ ଉଦ୍ଭାବନ ଦିଗରେ ଛାତ୍ରଛାତ୍ରୀମାନେ ଅଧିକ ଆଗ୍ରହ ପ୍ରକାଶ କରିବା ସହ ସଫଳତା ମଧ୍ୟ ପାଇବେ ବୋଲି ଡ଼ଃ ହାତୀ ପ୍ରକାଶ କରିଥିଲେ।
ଏହି ଅବସରରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଶାସକ ବିକ୍ରମ କେଶରୀ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ଡ଼ଃ ସରୋଜ କୁମାର ହାତୀ, ପିପିଲି ବ୍ଲକ ଶିକ୍ଷାଧିକାରୀ ରବିନ୍ଦ୍ର ନାଥ ନନ୍ଦ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ନେତ୍ରାନନ୍ଦ ଜେନା, ବିଦ୍ୟାମନ୍ଦିରର ପ୍ରଶାସନିକ ସମିତି ସଦସ୍ୟ ଆଡ୍‍ଭୋକେଟ୍‍ ରମାକାନ୍ତ ସାହୁ, ଶଙ୍କର୍ଷଣ ପ୍ରଧାନ ପ୍ରମୁଖ ଯୋଗଦେଇ ଅଟଳ ଟିଙ୍କରିଙ୍ଗ୍‍ ଲ୍ୟାବ୍‍ ସଂପର୍କରେ ସୂଚନା ଦେବା ସହ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶିଶୁ ବିଦ୍ୟାମନ୍ଦିରର ବରିଷ୍ଠ ଆଚାର୍ଯ୍ୟା ଅନ୍ନପୂର୍ଣ୍ଣା ଜେମା ସଭାକାର୍ଯ୍ୟକୁ ପରିଚାଳନା କରିଥିବା ବେଳେ ଅଟଳ ଟିଙ୍କରିଙ୍ଗ୍‍ ଲ୍ୟାବ୍‍ର ପରିଚାଳକ ଆଚାର୍ଯ୍ୟ ନକୁଳ ସ୍ୱାଇଁ ବିଭିନ୍ନ ପ୍ରକଳ୍ପର ପ୍ରଦର୍ଶନ କରିବା ସହ ଲ୍ୟାବ୍‍ ସଂପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ, ଗୁରୁମାଙ୍କ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ଥିଲେ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories