www.samajalive.in
Friday, December 12, 2025
17.1 C
Bhubaneswar

ଭିନ୍ନ ଶୈଳୀରେ ଖ୍ରୀଷ୍ଟମାସ ପାଳନ କଲା କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ

ଭୁବନେଶ୍ୱର: କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ ଚଳିତ ବର୍ଷର ଖ୍ରୀଷ୍ଟମାସକୁ ଭିନ୍ନ ଶୈଳୀରେ ପାଳନ କରିଛି । ସେବା ଓ ପରୋପକାର ଭଳି ମହତ କାର୍ଯ୍ୟରେ ବିରଳ ଉଦାହରଣ ସୃଷ୍ଟି କରିଥିବା ଏହାର ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କ ପଦାଙ୍କ ଅନୁସରଣ କରି ‘ଦେବାରେ ହିଁ ଆନନ୍ଦ’ ବିଷୟକୁ ନେଇ ଏହି ପର୍ବ ପାଳିତ ହୋଇଥିଲା । ସେଥିପାଇଁ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କର୍ମଚାରୀମାନେ ପ୍ରାୟ ୨୦ କିଲୋମିଟର ଦୂରରେ ଥିବା ଶ୍ୟାମସୁନ୍ଦରପୁର ଗ୍ରାମକୁ ଯାଇଥିଲେ । ବିଦ୍ୟାଳୟର ଚେୟାରପର୍ସନ ଡ.ମୋନାଲିସା ବଳ କହିଛନ୍ତି ଯେ କିଟ୍‍ ଇଣ୍ଟରନ୍ୟାସନାଲ ସ୍କୁଲ ଜ୍ଞାନ ଓ ଅତିରିକ୍ତ ପାଠ୍ୟକ୍ରମର କାର୍ଯ୍ୟକଳାପ ସହିତ ମୂଲ୍ୟବୋଧ ଏବଂ ଜୀବନର ମୂଲ୍ୟବୋଧ ପିଲାଙ୍କୁ ଶିଖାଇବାରେ ବିଶ୍ୱାସ ରଖେ । ବିଦ୍ୟାଳୟ ପାଞ୍ଚବର୍ଷରୁ ଅଧିକ ସମୟ ଧରି ଶ୍ୟାମସୁନ୍ଦରପୁର ଗ୍ରାମବାସୀଙ୍କ ସେବାରେ ରହିଛି । ଚଳିତ ବର୍ଷ କୋଭିଡ ନିୟମାବଳୀ ପାଳନ କରି ବିଦ୍ୟାଳୟର ଛାତ୍ର, ଶିକ୍ଷକ ଓ କର୍ମଚାରୀମାନେ ଗ୍ରାମରେ ଖେଳନା, ବହି, କପ କେକ୍‍ ଆଦି ବଣ୍ଟନ କରିବା ସହିତ ଗ୍ରାମର ପିଲାଙ୍କ ସହିତ ଖ୍ରୀଷ୍ଟମାସ ପାଳନ କରିଥିଲେ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories