www.samajalive.in
Wednesday, December 10, 2025
26.1 C
Bhubaneswar

ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ରେ ଉପକୃତ ହେଲେ ବରିଷ୍ଠ ନାଗରିକ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

କଣ୍ଟାବାଞ୍ଜି:କଣ୍ଟାବାଞ୍ଜି ସହର ୱାର୍ଡ ନଂ ୮ର ବାସିନ୍ଦା ବରିଷ୍ଠ ନାଗରିକ ଭାଗିରଥି ଠାକୁରଙ୍କ ଆଣ୍ଠୁର ଚକି ନଷ୍ଟ ହୋଇ ଯାଇଥିବାରୁ, ସେ ଭଲଭାବେ ଚାଲିପାରୁନଥିଲେ। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ଼ ପାଇଲା ପରେ, ସ୍ଥାନୀୟ ବିଜେଡି କାର୍ଯ୍ୟାଳୟକୁ ଆସି ଅଜୟ ଦାସଙ୍କ ସହିତ ପରାମର୍ଶ କରିଥିଲେ। ଏହାପରେ ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲକୁ ଚିକିତ୍ସା ପାଇଁ ଯାଇଥିଲେ ଏବଂ ଆଣ୍ଠୁରେ ଅସ୍ତ୍ର ପ୍ରଚାର କରିଥିଲେ। ଆଣ୍ଠୁର ଚକି ବାହାର କରି ନୂତନ ଚକି ଲଗାଯାଇଥିଲା। ତାଙ୍କ ଆଣ୍ଠୁରେ ଚକି ଲଗାଇବା ପାଇଁ ଅସ୍ତ୍ରପଚାର କରାଯାଇଥିଲା। ଏଥିପାଇଁ ୧,୯୨୦୦୦ଟଙ୍କା ସ୍ମାର୍ଟ କାର୍ଡ଼ ମାଧ୍ୟମରେ ସେ ପଇଠ କରିଥିଲେ। ଏହାପରେ ସେ ସୁସ୍ଥ ହୋଇ ଘରକୁ ଫେରି ଥିଲେ। ଭାଗିରଥୀ ଠାକୁର ନିଜ ଆଣ୍ଠୁ ଅସ୍ତ୍ରପଚାର ପାଇଁ ଆବଶ୍ୟକ ଅର୍ଥ ବିଜୁ ସ୍ମାର୍ଟ କାର୍ଡ ଜରିଆରେ ଦାଖଲ କରି ସୁସ୍ଥ ହୋଇଥିବାରୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories