www.samajalive.in
Wednesday, December 10, 2025
26.1 C
Bhubaneswar

ଓଡିଶା ଉଚ୍ଚ ନ୍ୟାୟାଳୟ ମୁଖ୍ୟ ବିଚାରପତିଙ୍କ ନବରଙ୍ଗପୁର ଗସ୍ତ

ନବରଙ୍ଗପୁର :  ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡକ୍ଟର  ଏସ୍. ମୂରଲୀଧର ଦିନିକିଆ ନବରଙ୍ଗପୁରକୁ ଗସ୍ତରେ ଯାଇ ନୂତନ କୋର୍ଟ ପରିଦର୍ଶନ କରିଛନ୍ତି । ସେ ନବରଙ୍ଗପୁରରେ ପହଞ୍ଚି ନୂତନ କୋଠାରେ ଚାଲିଥିବା କୋର୍ଟ ପରିସର ପରିଦର୍ଶନ କରିଥିଲେ । ପରେ ନବରଙ୍ଗପୁର ବିଚାର ବିଭାଗୀୟ ଅଧିକାରୀ ମାନଙ୍କ ସହ ଏକ ବୈଠକରେ ଯୋଗଦେଇଥିଲେ। ପରେ ଜିଲ୍ଲା ଆଇନଜୀବୀ ସଂଘ ସହ ଏକ ଆଲୋଚନା କାର୍ଯ୍ୟକ୍ରମରେ ଯୋଗ ଦେଇ ଇ-ଫାଇଲିଂ କେନ୍ଦ୍ରର ଉପଯୋଗୀତା ବିଷୟରେ ମତ ବିନିମୟ କରିଥିଲେ । ଦେଶରେ ଦିନକୁ ଦିନ ପ୍ରଯୁକ୍ତିବିଦ୍ୟାର ଅଗ୍ରଗତି ହେଉଥିବା ଯୋଗୁଁ ଏହା ସହ ତାଳ ଦେଇ ଆଇନ ସେବା କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାକୁ ଉପଯୋଗ କରି ଏହାର ସୁଫଳ କିପରି ଜିଲ୍ଲାର ଜନସାଧାରଣ ପାଇବେ ସେଥି ପାଇଁ ଧ୍ୟାନ ଦେବା ଲାଗି ଆହ୍ୱାନ ଦେଇଥିଲେ। ସଂଘ ସଭାପତି ଆଶିଷ ରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ  ଝାଡେଶ୍ୱର ଖାଡଙ୍ଗା ସ୍ୱାଗତ ଭାଷଣ ଦେଇଥିଲେ । ସଂଘ ତରଫରୁ ମୁଖ୍ୟ ବିଚାରପତିଙ୍କୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଆଇନଜୀବୀ ପ୍ରକାଶ ଚନ୍ଦ୍ର ମିଶ୍ର ଆଇନଜୀବୀ ଓ ମହକିଲ ମାନଙ୍କ ବିଭିନ୍ନ ସମସ୍ୟା ଓ ତା’ର ପ୍ରତିକାର ପାଇଁ ନିଜ ବକ୍ତବ୍ୟରେ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିଥିଲେ। ହାଇକୋର୍ଟ ରେଜିଷ୍ଟ୍ରାର (ଭିଜିଲାନ୍ସ) ବିଶ୍ୱଜିତ୍ ମହାନ୍ତି ଓ ଜିଲ୍ଲା ଓ ଦୌରା ଜଜ୍  ସଞ୍ଜୀବ ଦୁବେ ମଞ୍ଚାସୀନ ଥିଲେ। ସଂଘ ସମ୍ପାଦକ ରାମ ପ୍ରସାଦ ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ।
ପୁର୍ବରୁ  ପୂର୍ବାହ୍ନ ୧୦ ଟାରେ ଜୟପୁର କୋର୍ଟରୁ ଆଭାସୀ ମାଧ୍ୟମରେ ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ (ଜୟପୁର) ର ଇ-ଫାଇଲିଂ କେନ୍ଦ୍ର ଗୁଡିକୁ ମୁଖ୍ୟ ବିଚାରପତି ଉଦଘାଟନ କରିବା ସହ ତିନୋଟି ଜିଲ୍ଲାର ପ୍ରାୟ ୩୦ ଜଣ ଆଇନଜୀବୀ ଅଂଶଗ୍ରହଣ କରିଥିବା ହ୍ୟାଣ୍ଡସ-ଅନ ପ୍ରଶିକ୍ଷଣ ଶିବିରକୁ ମଧ୍ୟ ଉଦଘାଟନ କରିଥିଲେ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories