www.samajalive.in
Wednesday, December 10, 2025
26.1 C
Bhubaneswar

ନବରଙ୍ଗପୁର ଜିଲାରେ ‘ପରଜା’ ଜାତିଗତ ପ୍ରମାଣ ପତ୍ର ଜାଲିଆତି, ପ୍ରତିକାର ପାଇଁ ଜିଲାପାଳଙ୍କୁ ନିବେଦନ

ନବରଙ୍ଗପୁର: ନବରଙ୍ଗପୁର ଜିଲା ପରଜା ସମାଜ ବିକାଶ ପରିଷଦ ପକ୍ଷରୁ ପରଜା ସମାଜର ବିନା ଅନୁମୋଦନରେ ଜାତିଗତ ପ୍ରମାଣ ପତ୍ର (ଏସଟି )ପ୍ରଦାନ ନକରିବା ପାଇଁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜି ନବରଙ୍ଗପୁର ଜିଲା ପରଜା ସମାଜ ବିକାଶ ପରିଷଦର ଏକ ପ୍ରତିନିଧି ଦଳ ନବରଙ୍ଗପୁର ଜିଲାପାଳଙ୍କ ଉଦେଶ୍ୟରେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ପରଜା ସମାଜ ବିକାଶ ପରିଷଦ ପ୍ରତିନିଧିଙ୍କ ଅଭିଯୋଗ ଯେ ନବରଙ୍ଗପୁର ଜିଲାରେ କିଛି ଲୋକ ଅନ୍ୟ ଜାତିର ଲୋକମାନଙ୍କୁ ଜାଲିଆତି କରି କୌଶଳ କ୍ରମେ ‘ପରଜା’ (ଏସଟି ) ଜାତି ଗତ ପ୍ରମାଣ ପତ୍ର ହାସଲ କରିଛନ୍ତି। ନବରଙ୍ଗପୁର ଜିଲା ଓ ଜିଲା ବାହାରେ ‘ପରଜା’ ଜାତି ଗତ ପ୍ରମାଣ ପତ୍ର ହାସଲ କରି ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ମଧ୍ୟ ଅବସ୍ଥାପିତ ହୋଇ ରହିଆସିଛନ୍ତି।

 

- Advertisement -

ଏହି ବିଷୟରେ ଜିଲା ପରଜା ସମାଜ ତରଫରୁ ବିଭିନ୍ନ ସମୟରେ ସ୍ବରଉତ୍ତୋଳନ କରିବା ସହ ଅଭିଯୋଗ ପତ୍ର ମାନ ପ୍ରଦାନ କରିଆସିଛି, କିନ୍ତୁ ସେଥିରେ ସେଭଳି କିଛି ଉନ୍ନତି ହୋଇନାହିଁ। ରାଜସ୍ବ ନୀରିକ୍ଷକ ମାନଙ୍କ ମାଧ୍ୟମରେ ଉପଯୁକ୍ତ ତଦନ୍ତ କରି ‘ପରଜା’ ଜାତିଗତ ପ୍ରମାଣପତ୍ର ପ୍ରଦାନ କରିବାକୁ ପରଜା ସମାଜ ବିକାଶ ପରିଷଦର ପ୍ରତିନିଧିମାନେ ଜିଲାପାଳଙ୍କୁ ନିବେଦନ କରିଛନ୍ତି। ପରଜା ସମ୍ପ୍ରଦାୟର ହିତ ପାଇଁ ଜିଲାପାଳ ହସ୍ତକ୍ଷେପ କରି ଜାତିଗତ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ନିର୍ଦେଶ ଦେବାକୁ ଜିଲା ପରଜା ସମାଜ ବିକାଶ ପରିଷଦର ସଭାପତି ବୁଦୁ ଜାନି, ସାଧାରଣ ସମ୍ପାଦକ ଘନ ଚନ୍ଦ୍ର ନାୟକ, ଆଇନ ପରାମର୍ଶଦାତା ଗଙ୍ଗାଧର ଜାନି, ପିତାମ୍ବର ପରଜା, ଖଗପତି ଜାନି, ନବ ମୁଦୁଲି ପ୍ରମୁଖ ଦାବି କରିଛନ୍ତି।

Hot this week

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

Related Articles

Popular Categories