www.samajalive.in
Monday, December 8, 2025
27.1 C
Bhubaneswar

ଡିୟୁଏସ୍‍ୟୁ ନିର୍ବାଚନ: ସଭାପତି ସମେତ ଶୀର୍ଷ ୩ ପଦରେ ଏବିଭିପି ବିଜୟୀ

ନୂଆଦିଲ୍ଲୀ : ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଗଠନ (ଡିୟୁଏସ୍‍ୟୁ) ନିର୍ବାଚନରେ ଗୁରୁବାର ସଭାପତି ସମେତ ଉପସଭାପତି ଏବଂ ଯୁଗ୍ମ ସଂପାଦକ ପଦରେ ଆରଏସ୍‍ଏସ୍‍ ଏବଂ ବିଜେପି ସମର୍ଥିତ ଏବିଭିପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କଂଗ୍ରେସ ସମର୍ôଥତ ଏନଏସୟୁଆଇ ପ୍ରାର୍ଥୀ ସମ୍ପାଦକ ପଦରେ ବିଜୟଲାଭ କରିଛନ୍ତି। ସୂଚନା ଅନୁସାରେ ଏବିଭିପି ପ୍ରାର୍ଥୀ ଅଙ୍କିଭ ବାସୋୟା ସଭାପତି, ଶକ୍ତି ସିଂହ ଉପସଭାପତି ଏବଂ ଜ୍ୟୋତି ଚୌଧୁରୀ ଯୁଗ୍ମ ସମ୍ପାଦକ ପଦରେ ବିଜୟଲାଭ କରିଛନ୍ତି। ଏନଏସୟୁଆଇ ପ୍ରାର୍ଥୀ ଆକାଶ ଚୌଧୁରୀ ସମ୍ପାଦକ ପଦରେ ଜିତିଛନ୍ତି। ଉଲ୍ଲେଖ ଯେ ଇଭିଏମରେ ତ୍ରୁଟି ଯୋଗୁଁ ଭୋଟ ଗଣତି କିଛି ସମୟ ବନ୍ଦ ରହିଥିଲା। ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଇଭିଏମକୁ ଠିକ୍‍ କରି ଗଣତି ପୁନଃ ଆରମ୍ଭ କରାଯାଇଥିଲା। ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ପ୍ରାପ୍ତ ତଥ୍ୟ ଅନୁସାରେ ସଭାପତି ପଦରେ ଏବିଭିପି ପ୍ରାର୍ଥୀ ଅଙ୍କିଭ ବାସୋୟା ୨୦,୪୬୭ ଖଣ୍ଡ ଭୋଟ ପାଇଥିଲାବେଳେ ତାଙ୍କ ନିକଟମ ପ୍ରତିଦ୍ୱନ୍ଦ୍ୱୀ ଏନଏସୟୁଆଇ ପ୍ରାର୍ଥୀ ସନି ଚିଲାର ୧୮,୭୨୩ ଖଣ୍ଡ ଭୋଟ ପାଇଥିଲେ। ସେହିପରି ଉପସଭାପତି ପଦରେ ଏବିଭିପି ପ୍ରାର୍ଥୀ ଶକ୍ତି ସିଂହ ୨୩,୦୪୬ ଖଣ୍ଡ ଭୋଟ ପାଇଥିଲାବେଳେ ତାଙ୍କ ନିକଟମ ପ୍ରତିଦ୍ୱନ୍ଦ୍ୱୀ ଏନଏସୟୁଆଇ ପ୍ରାର୍ଥୀ ଲିନା ୧୫,୦୦୦ ଖଣ୍ଡ ଭୋଟ ପାଇଥିଲେ। ସମ୍ପାଦକ ପଦରେ ଏନଏସୟୁଆଇ ପ୍ରାର୍ଥୀ ଆକାଶ ଚୌଧୁରୀ ୨୦,୧୯୮ ଖଣ୍ଡ ଭୋଟ ପାଇଥିଲାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏବିଭିପି ପ୍ରାର୍ଥୀ ସୁଧିର ୧୪,୦୧୯ ଖଣ୍ଡ ଭୋଟ ପାଇଥିଲେ। ଯୁଗ୍ମ ସମ୍ପାଦକ ପଦରେ ଏବିଭିପି ପ୍ରାର୍ଥୀ ଜ୍ୟୋତି ଚୌଧୁରୀ ୧୯,୩୫୩ ଖଣ୍ଡ ଭୋଟ ପାଇଥିଲାବେଳେ ଏନଏସୟୁଆଇ ପ୍ରାର୍ଥୀ ସୌରଭ ଯାଦବ ୧୪,୩୮୧ ଖଣ୍ଡ ଭୋଟ ପାଇଥିଲେ। ଉଲ୍ଲେଖ ଯେ ଏହି ନିର୍ବାଚନରେ ଏବିଭିପି, ଏନଏସୟୁଆଇ, ଏସ୍‍ଏଫଆଇ ଏବଂ ସିପିଆଇ(ଏମ୍‍) ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

Hot this week

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

Related Articles

Popular Categories