www.samajalive.in
Thursday, December 11, 2025
15.1 C
Bhubaneswar

ସ୍ବାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଚମ୍ପିୟାନଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା

ପାଟଣା : ବାରିପଦା ସ୍ଥିତ ଏମ୍ ପିସି ସ୍ବୟଂ ଶାସିତ ମହାବିଦ୍ୟାଳୟରେ ୧୮ ଓ ୧୯ ଦୁଇ ଦିନ ଧରି ଅନୁଷ୍ଠିତ ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରିଡାରେ କୃତିତ୍ୱ ପ୍ରଦର୍ଶନ କରି ପୁରସ୍କୃତ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ  ସ୍ବାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତା ଓ କ୍ରିଡ଼ା ଶିକ୍ଷକ ଲେଫନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ପାଟଣା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ମହାବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ଇଂ ବିଦ୍ୟାଧର ଦାଶ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ସିଂହ, ଅଧ୍ୟାପକ ଶୈଳେନ୍ଦ୍ର କୁମାର ଡାଳୁଆ, ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ଦାଶ, କ୍ରିଡ଼ା ସଂଘର ଉପସଭାପତି ଅଧ୍ୟାପକ ହଳଧର ସାହୁ, ସହକାରୀ ଉପସଭାପତି ଶୁଚିସ୍ମିତା ଦାଶ, ଅଧ୍ୟାପିକା ସୁସ୍ନାତାଶୋଭାଲିନ୍ ମହାପାତ୍ର ଓ ନିରୁପମା ସାହୁ, ରଜତ କୁମାର ଦାଶ ପ୍ରମୁଖ ଯୋଗ ଦେଇ ବିଶ୍ବବିଦ୍ୟାଳୟ କ୍ରିଡ଼ା ରେ ମହାବିଦ୍ୟାଳୟ କୁ ଗୈାରବ ଆଣିଥିବା ଦଳଗତ ଚମ୍ପିୟାନ ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ମହାବିଦ୍ୟାଳୟ ର ଛାତ୍ରୀ ସାକ୍ଷୀ ବାସ୍କେ ୧୦୦, ୨୦୦ ଓ ୪୦୦ ମିଟର ଦୌଡ଼ ସହ ଲଙ୍ଗଜମ୍ପ ରେ ବିଶ୍ବବିଦ୍ୟାଳୟ ଚମ୍ପିୟାନ ହୋଇଥିବାରୁ ସାକ୍ଷୀ ବାସ୍କେ ସହ ସୁବାସୀନି ନାଏକ, ଜ୍ୟୋସ୍ନା ରାଣୀ ନାଏକ, ପୂଜାରିଣୀ ମହାନ୍ତ, ଶୁଭଶ୍ରୀ ମହାନ୍ତ , ପୂର୍ଣ୍ଣଚନ୍ଦ୍ର ମାଝି, ଦେବବ୍ରତ ମିଶ୍ର, ଗିରିଧାରୀ ମୁଣ୍ଡା, ଜୟରାମ ବାସ୍କେ, ଦିବ୍ୟରଞ୍ଜନ ସେଠୀ, ନିତେଶ ମହାନ୍ତ, ଅଶୋକ ବାସ୍କେଙ୍କ ସହ ଦଳ ପରିଚାଳକ ସୁଶାନ୍ତ କୁମାର ରାଉଳ ଙ୍କୁ ପୁଷ୍ପଗୁଚ୍ଛ ଓ ପୁରସ୍କାର ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଛି । ସଫଳତା ଶ୍ରେୟ ପାଇଁ କ୍ରିଡା ଶିକ୍ଷକ ଧର୍ମେନ୍ଦ୍ର କୁମାର ସାହୁ ଙ୍କୁ ମହାବିଦ୍ୟାଳୟ ର ପ୍ରତିଷ୍ଠାତା ସମ୍ପାଦକ ନିଜ ତରଫରୁ ସମ୍ବର୍ଦ୍ଧିତ କରିଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories