www.samajalive.in
Saturday, December 6, 2025
16.1 C
Bhubaneswar

ଜମ୍ମୁ-କାଶ୍ମୀର : ୩ ଆତଙ୍କବାଦୀଙ୍କର ମୃତ୍ୟୁ

ଜମ୍ମୁ : ଜମ୍ମୁ-କାଶ୍ମୀରରେ ଦୁଇଟି ପୃଥକ ଅଭିଯାନରେ ବାରମୁଲ୍ଲା ଏବଂ ଜମ୍ମୁରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଉତ୍ତର କାଶ୍ମୀରର ବାରମୁଲ୍ଲା ଜିଲ୍ଲା ଅନ୍ତର୍ଗତ ସୋପର ଅଞ୍ଚଳର ଚେକିପୋରା ଶେଖପୋରା ଅଞ୍ଚଳରେ ଏକ ଅଭିଯାନରେ ଜୈସେ-ଇ ମହମ୍ମଦର ୨ଜଣ  ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି । ସେହିପରି ଜମ୍ମୁ ଜିଲ୍ଲାର ଝଜର୍‍କୋଟଲୀ ଅଞ୍ଚଳରେ ଅନ୍ୟ  ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି।
ବାରମୁଲ୍ଲା ଜିଲ୍ଲାରେ ମୃତ୍ୟୁ ଘଟିଥିବା ୨ ଜଣ ଆତଙ୍କବାଦୀଙ୍କର ପରିଚୟ ମିଳିଛି। ପୁଲିସ ବିଭାଗର ଜଣେ ମୁଖପାତ୍ର କହିଛନ୍ତି ଯେ ସେମାନଙ୍କ ମଧ୍ୟରୁ ଜଣେ ହେଉଛି ଅଲୀ ଅତହର ଏବଂ ଅନ୍ୟ ଜଣେ ଜିଆ-ଉର-ରେହମାନ। ଅଲୀ ଜୈସେ-ଇ ମହମ୍ମଦର ଜଣେ ଗୁରୁତ୍ୱପୂର୍ଣ୍ଣ କମାଣ୍ଡର ଏବଂ ସୋପର ଆଇଇଡି ବିସ୍ଫୋରଣ ମାମଲାର ମାଷ୍ଟର ମାଇଣ୍ଡ। ଯେଉଁଥିରେ ୪ ଜଣ ପୁଲିସ କର୍ମୀ ସହିଦ ହୋଇଥିଲେ। ନିରାପତ୍ତା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଆରାମ୍‍ପୋରା ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବାର ଜଣାପଡ଼ିବା ପରେ ସମଗ୍ର ଅଞ୍ଚଳକୁ ଘେରାଓ କରାଯାଇଥିଲା। ଗତ ରାତିରେ କିଛି ସମୟପାଇଁ ଗୁଳି ବିନିମୟ ଚାଲିଥିଲା। ପରେ ପୁଲିସ୍‍ ସମଗ୍ର ଅଞ୍ଚଳରୁ ସାଧାରଣ ଲୋକମାନଙ୍କୁ ଖାଲି କରିଦେଇଥିଲା। ଏହାପରେ ଆତଙ୍କବାଦୀ ଓ ଯବାନମାନଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ସଂଘର୍ଷରେ ସେହି ଦୁଇଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ସୋପୋର୍‍ ଓ ଆଖପାଖ ଅଞ୍ଚଳରେ ଇଣ୍ଟରନେଟ ସେବା ଉପରେ କଟକଣା ଜାରି କରାଯାଇଛି।
ଅନ୍ୟପକ୍ଷରେ ଜମ୍ମୁ ଜିଲ୍ଲାର ଝଜର୍‍କୋଟଲୀ ଅଞ୍ଚଳରେ ଆତଙ୍କବାଦୀ ଓ ନିରାପତ୍ତା ବାହିନୀ ମଧ୍ୟରେ ଆଉ ଏକ ସଂଘର୍ଷରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ସେହି ଅଞ୍ଚଳକୁ ଘେରାଓ କରାଯାଇ ଗତକାଲି ଠାରୁ ଖୋଜାଖୋଜି ଜାରି ରହିଥିଲା। ତେବେ ଗୁରୁବାର ସକାଳୁ ଗଳି ବିନିମୟ ସମୟରେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ତେବେ ଏହି ଘଟଣା ପରେ ବୈଷ୍ଣୋଦେବୀ ପୀଠ ଓ କଟ୍ରା ଅଞ୍ଚଳରେ ସତର୍କତା ଜାରି କରାଯାଇଛି ଓ ଆଖପାଖ ଅଞ୍ଚଳର ସ୍କୁଲ୍‍ଗୁଡ଼ିକୁ ବନ୍ଦ୍‍ କରି ଦିଆଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories