www.samajalive.in
Friday, December 12, 2025
17.1 C
Bhubaneswar

ଶ୍ରୀ ରାଧାବଲ୍ଲଭ ମଠ ପରିସରରେ ଗୀତା ଯଜ୍ଞ

ଭୁବନେଶ୍ୱର :  ରବି ଟକିଜ ଛକ ନିକଟରେ ଅବସ୍ଥିତ ଶ୍ରୀ ରାଧାବଲ୍ଲଭ ମଠ ପରିସରରେ ୧୯ ତମ ବାର୍ଷିକ ଶ୍ରୀମଦ ଭାଗବତ ସପ୍ତାହ ଓ ଗୀତା ଜୟନ୍ତୀ ଅବସରରେ ଗୀତା ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି । ଏହି ଆଧ୍ୟାତ୍ମିକ କାର୍ୟ୍ୟକ୍ରମର ଅଧିବାସ ଦିବସରେ ପବିତ୍ର ବିନ୍ଦୁ ସାଗର ରୁ ମଠ ପର୍ୟ୍ୟନ୍ତ କଳସ ଯାତ୍ରା ସମ୍ପର୍ଣ୍ଣ ହୋଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ଉଦଘାଟକ ରୂପେ ମା’ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ରାମଚନ୍ଦ୍ର ଦାସ ମହାପାତ୍ର, ଏବଂ ଅତିଥି ରୂପରେ ଗବେଷକ ଡ଼ଃ ଭାସ୍କର ମିଶ୍ର ଯୋଗ ଦେଇ ଥିଲେ । ପ୍ରତ୍ୟେକ ଦିନ ପ୍ରବଚକ ରୂପେ ପୁରୀ ନେବଳ ଦାସ ମଠ ର ମହନ୍ତ ଡ଼ଃ ରାମ ଚରଣ ଦାସ ମହାରାଜ, ସାନ ମଠ ପୁରୀର ମଠାଦିଶ ବୈଷ୍ଣବ ଚରଣ ଦାସ ମହାରାଜ, ନାଉଗାଁ ଗୁରୁକୃପା କୁଟୀର ର ବାବା ସତ୍ୟାନନ୍ଦ ଦାସ, କୁନି ପ୍ରବକ୍ତା ଶ୍ରୀମାନ ଦ୍ୟୁତିକୃଷ୍ଣ, ଡ଼ଃ ଆଶୁତୋଷ ମିଶ୍ର, ଉଦାସୀ ବାବା ଭଗବାନ ଦାସ ପ୍ରମୁଖ ଶ୍ରୀମଦ ଭାଗବତ ର ଅପୂର୍ଵ ଗାଥା କୁ ବର୍ଣ୍ଣନା କରିଥିଲେ ।
ଉଦଯାପନୀ ସନ୍ଧ୍ୟାରେ ମଠର ବାର୍ଷିକ ଆଧ୍ୟାତ୍ମିକ ପତ୍ରିକା “ଶ୍ରୀରାଧାବଲ୍ଲଭ ସନ୍ଦେଶ” ଉନ୍ମୋଚନ କରାଯାଇଥିଲା  । ଇତି ମଧ୍ୟରେ ଗୀତା ଜୟନ୍ତୀ ଉପଲକ୍ଷେ ଗୀତାର ୭୦୦ ଶ୍ଳୋକ ଆବୃତ୍ତି ହୋଇ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ବହୁ ଶ୍ରଦ୍ଧାଳୁ ଉପସ୍ଥିତ ରହି ଭଗବତ କଥା ଶ୍ରବଣ କରିବା ସହିତ ଗୀତା ଯଜ୍ଞରେ ଯୋଗ ଦେଇଥିଲେ । ବ୍ୟଞ୍ଜନ ଦ୍ୱାଦଶୀ ଅବସରରେ ବହୁବିଦ୍ଧ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭକ୍ତ ମାନଙ୍କୁ ବିତରଣ ମଧ୍ୟ କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମକୁ ମଠର ମଠାଧିଶ ମହନ୍ତ ରାମକୃଷ୍ଣ ଦାସ ମହାରାଜ ସଭାପତିତ୍ୱ କରିଥିଲେ, ବାବା ଗୌରାଙ୍ଗ ଦାସ ଓ ବାବା ଜୟରାମ ଦାସ ଓଡ଼ିଆ ଭାଗବତ ପାରାୟଣ କରିଥିଲେ । ଯଜ୍ଞ କାର୍ୟ୍ୟ ରେ ସନ୍ତୋଷ କୁମାର ଦାସ, ସତ୍ୟ ଶିବ ନନ୍ଦ,ଦେବ ଦତ୍ତ ଦାଶ,ହିମାଂଶୁ ଶତପଥି, ହିମାଂଶୁ ମିଶ୍ର, ଦୁର୍ଗା ଶଙ୍କର ସାହୁ, ଲକ୍ଷ୍ମୀଧର ପୁଷ୍ପାଳକ କେଦାରନାଥ ପୁଷ୍ପାଳକ, ପଦ୍ମ ଚରଣ ପଣ୍ଡା,ନରହରି ଦାସ, ସୁଦର୍ଶନ ମହାନ୍ତି ପ୍ରମୁଖ ପୂଜା କାର୍ୟ୍ୟ ସମ୍ପର୍ଣ୍ଣ କରିଥିଲେ । ଏହି ପବିତ୍ର କାର୍ୟ୍ୟ ରେ ଶ୍ରୀକାନ୍ତ କୁମାର ମହାନ୍ତି ଏବଂ ଅନିତା ମହାନ୍ତି କର୍ତ୍ତା ଓ କର୍ତ୍ତୀ ଭାବରେ ସେବା ପ୍ରଦାନ କରିଥିଲେ ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories