www.samajalive.in
Thursday, December 11, 2025
13.1 C
Bhubaneswar

ପାଟଣା ବିଧାୟକ ଜଗନ୍ନାଥ ନାଏକ ହେଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ

ପାଟଣା : କେନ୍ଦୁଝର ଜିଲ୍ଲାର ଯୋଜନା ବୋର୍ଡ ଅଧ୍ୟକ୍ଷ ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ ଙ୍କୁ ନିଯୁକ୍ତି ମିଳିଛି । ଏନେଇ ରାଜ୍ୟ ଯୋଜନା ସମନ୍ବୟ ବିଭାଗ ପକ୍ଷରୁ ଗତକାଲି ବିଜ୍ଞପ୍ତି ପ୍ରକାଶ ପାଇଛି ।  ରାଜ୍ୟପାଳଙ୍କ ନିର୍ଦ୍ଦେଶ ଅନୁସାରେ ତାଙ୍କ ସ୍ବତନ୍ତ୍ର ସଚିବ ଦେବେନ୍ଦ୍ର କୁମାର ଜେନା ବିଜ୍ଞପ୍ତି ପ୍ରକାଶ କରି କେନ୍ଦୁଝର ଜିଲ୍ଲା ଯୋଜନା ବୋର୍ଡ ର ନୂତନ ଅଧ୍ୟକ୍ଷ ଙ୍କ ନାମ ଘୋଷଣା କରିଛନ୍ତି । କେନ୍ଦୁଝର ଜିଲ୍ଲାରେ ଯୋଜନା ବୋର୍ଡ ଗଠନ ହେବା ପରେ ଜିଲ୍ଲା ର ଦ୍ବିତୀୟ ବିଧାୟକ ଭାବେ ଶ୍ରୀ ନାଏକ ଏହି ପଦରେ ଆସୀନ ହେବାକୁ ଯାଉଛନ୍ତି । ପ୍ରଥମ ଥର ପାଇଁ ପୂର୍ବତନ ପାଟଣା ବିଧାୟକ ହୃଷୀକେଶ ନାଏକ ଙ୍କୁ ଏହି ପଦବୀ ମିଳିଥିଲା । ନୂତନ ଅଧ୍ୟକ୍ଷ ଜଗନ୍ନାଥ ନାଏକ ଙ୍କୁ ଏହି ପଦବୀ ମିଳିବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିବା ଜଣାପଡ଼ିଛି । ତାଙ୍କୁ ଏହି ପଦବୀ ମିଳିଥିବାରୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଦଳର ସାଂଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହ ସେ ପଦବୀ ର ମର୍ୟ୍ୟାଦା ବୃଦ୍ଧି କରିବା ଓ ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ନିରପେକ୍ଷ ଭାବେ କାର୍ୟ୍ୟ କରିବେ ବୋଲି  ପ୍ରତିନିଧି ଙ୍କୁ ସୂଚନା ଦେଇଛନ୍ତି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories