କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟ ପରିସରରେ ରାୟଗଡା ଓରମାସ ଓ କଲ୍ୟାଣସିଂହପୁର ଓଡିଶା ଜୀବିକା ମିଶନ ମିଳିତରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା ଅର୍ନ୍ତଗତ ଗୋଷ୍ଠି ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ସୁଧାକର ରଇତ ଯୋଗ ଦେଇଥିବା ବେଳେ ଅତିରିକ୍ତ ବିଡ଼ିଓ ବଳରାମ ପାତ୍ର, ଓରମାସର ସହକାରୀ ନିର୍ଦ୍ଦେଶକ ମନୋଜ କୁମାର ପାତ୍ର, ଜିଲ୍ଲା ସଂଯୋଜକ ସଂଯୋଜକ ଆଶିଷ ରଞ୍ଜନ ମିଶ୍ର, ବିପିଏମ କଳ୍ପତରୁ ବେହେରା ମଞ୍ଚାସିନ ଥିଲେ।
୧୮ରୁ ୩୫ ବର୍ଷର ବେକାର ଯୁବକ ଯୁବତୀମାନଙ୍କୁ ସରକାର ତରଫରୁ ମାଗଣା ନିଯୁକ୍ତି ଭିର୍ତ୍ତିକ ତାଲିମ ଦିଆଯିବା ପରେ ନିଯୁକ୍ତି ଦିଆଯିବ। ଗରିବ ଓ ବେରୋଜଗାର ଯୁବକ ଯୁବତୀମାନଙ୍କୁ ମାଗଣା ନିଯୁକ୍ତି ଭିର୍ତ୍ତିକ ତାଲିମ ପ୍ରଦାନ କରାଯିବା ପରେ ପ୍ରମାଣ ପତ୍ର ସହିତ ନିଯୁକ୍ତି ଯୋଗାଇ ଦିଆଯାଉଛି ବୋଲି ଅତିଥିମାନେ କହିଛନ୍ତି। ପ୍ରାୟ ୩ ମାସ ତାଲିମ ଦିଆଯିବ, ସେମାନଙ୍କ ରହିବା, ଖାଇବା, ପାଠ୍ୟଉପକରଣ, ପୋଷାକ, ମାଗଣା ବ୍ୟବସ୍ଥା ରହିଛି। ଏଥିରେ ମୋଟ ୮୭ ଜଣ ଯୁବକଯୁବତୀ ନାମ ପଞ୍ଜିକୃତ କରିଥିବା ବେଳେ ସେଥିରୁ ୩୭ ଜଣ ଯୁବକଯୁବତୀ ଉପସ୍ଥିତ ଥିବା ଭୁବନେଶ୍ୱରର ବଳରାମ ପଣ୍ଡା ଟ୍ରଷ୍ଟ, ମାଧ୍ୟମ ଫାଉଣ୍ଡେସନ ଓ କଟକର ସେନସର ସର୍ବରକୁ ତାଲିମ ପାଇଁ ପଠାଯାଇଛି। ଏଥିରେ କମ୍ପୁଟର, ହୋଟେଲ ପରିଚାଳକ, ମେସିନ ଅପରେଟର, ଗାର୍ମେଣ୍ଟ ଓ ପାଣି ପାଇପ ମିସ୍ତ୍ରୀ ପାଇଁ ତାଲିମ ଦିଆଯିବ ବୋଲି କହିଛନ୍ତି।



