www.samajalive.in
Monday, December 8, 2025
17.1 C
Bhubaneswar

ଭାରତକୁ ଅଧିକ ରାଫେଲ ଯୋଗାଇବା ପାଇଁ ଫ୍ରାନ୍ସ ପ୍ରସ୍ତୁତ

ଭାରତ ଗସ୍ତରେ ଥିବା ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ଫ୍ଲୋରେନ୍ସ ପାର୍ଲୀ କହିଛନ୍ତି, ଆବଶ୍ୟକ ହେଲେ ଭାରତକୁ ଅଧିକ ରାଫେଲ ଜେଟ ଯୋଗାଇ ଦିଆଯିବ। ଏକ ଆଲୋଚନା ସମୟରେ ସେ କହିଛନ୍ତି ଯେ ଯଦି ଭାରତ ଚାହିଁବ, ଫ୍ରାନ୍ସ ଯେ କୌଣସି ପ୍ରକାର ରାଫେଲ ଯୋଗାଇବାକୁ ପ୍ରସ୍ତୁତ ଅଛି।

ସେ କହିଛନ୍ତି, ମୁଁ ବହୁତ ଖୁସି ଯେ ଭାରତୀୟ ବାୟୁସେନା ରାଫାଲରେ ସନ୍ତୁଷ୍ଟ ଏବଂ ଆମେ ଅତ୍ୟଧିକ ଗର୍ବିତ ଯେ କୋଭିଡ ସତ୍ୱେ ଚୁକ୍ତିନାମା ଅନୁଯାୟୀ ୩୬ଟି ବିମାନ ଠିକ ସମୟରେ ପ୍ରଦାନ କରାଯିବ। ଗତବର୍ଷ ଭାରତର ବାୟୁସେନାର ଇଂଡକ୍ସନ ସମାରୋହରେ ସେ ଯୋଗ ଦେବା ଓ ରାଫେଲ ବିମାନ ସାମିଲ ହେବା ପ୍ରକୃତ ସଫଳତା ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ବାୟୁସେନା ରାଫାଲକୁ ବ୍ୟବହାର କରୁଥିବାର ଦ୍ୱିପାକ୍ଷିକ ସହଯୋଗ କ୍ଷେତ୍ରରେ ଏହା ପ୍ରକୃତ ସମ୍ପତ୍ତି ଅଟେ। ସେ ଭାରତ ଦ୍ୱାରା ଆବଶ୍ୟକ ଯେ କୌଣସି ଅତିରିକ୍ତ ଆବଶ୍ୟକତା ଏବଂ ଅନୁରୋଧର ଉତ୍ତର ଦେବାକୁ ଫ୍ରାନ୍ସ ପ୍ରସ୍ତୁତ ଥିବା କହିଛନ୍ତି। ସେ କହିଛନ୍ତି, ଖୁବ୍ ଶୀଘ୍ର ଏକ ବିମାନ ପରିବହନକାରୀ ଯୋଗାଇ ଦିଆଯିବ ଏବଂ ଆବଶ୍ୟକ ହେକେ ଭାରତକୁ ଆବଶ୍ୟକତା ଅନୁଯାୟୀ ରାଫେଲ ଯୋଗାଇ ଦିଆଯିବ।

- Advertisement -

ଫ୍ଲୋରେନ୍ସ କହିଛନ୍ତି, ଫ୍ରାନ୍ସ ଏବଂ ଭାରତ ମଧ୍ୟରେ ବନ୍ଧୁତା ଅତ୍ୟନ୍ତ ମୂଲ୍ୟବାନ ଏବଂ ଆମର ପରସ୍ପର ଉପରେ ଥିବା ବିଶ୍ୱାସ ନିକଟ ଅତୀତରେ ଏତେ ପରିମାଣରେ ବିକଶିତ ହୋଇଛି ଯେ ଗଙ୍ଗା ଏବଂ ସେଇନ୍ ମଧ୍ୟରେ ଦୂରତା କମିବା ପରି ମନେ ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories