www.samajalive.in
Monday, December 8, 2025
24.1 C
Bhubaneswar

କର୍ମଚାରୀଙ୍କ ଧାରଣା ଯୋଗୁଁ ସମବାୟ ସମିତିରେ ଅଚଳାବସ୍ଥା

ବଡ଼ମ୍ବା : ଦୀର୍ଘପ୍ରାୟ ୧ମାସରୁ ଅଧିକ ସମୟ ଧରି ରାଜ୍ୟ ବ୍ୟାପି ସମବାୟ ସମିତି ଅନ୍ତର୍ଗତ ସୋସାଇଟି ଏବଂ ଲ୍ୟାମ୍ପରେ କାର୍ଯ୍ୟରତ କର୍ମଚାରୀ ମାନେ ୫ଦଫା ଦାବିପୁରଣ ନେଇ ରାଜଧାନୀ ଭୁବନେଶ୍ୱରରେ ଗଣଧାରଣା ଦେଇଛନ୍ତି । ଏହି କାରଣରୁ ବଡ଼ମ୍ବା ବ୍ଲକରେ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅନ୍ତର୍ଗତ ୨୧ଟି ସୋସାଇଟିର ପ୍ରାୟ ଶତାଧିକ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନରେ ସାମିଲ ହେବାସହ ଗଣଧାରଣାରେ ଯୋଗଦେଇଥିବା ଜଣାଯାଇଛି । ଫଳରେ ସମବାୟ ସମିତି ପରିଚାଳନାରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବା ଜଣାଯାଇଛି । ତେବେ ସଂପୃକ୍ତ କର୍ମଚାରୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା, କୋଭିଡରେ ମୃତ୍ୟୁବରଣ କରିଥିବା କର୍ମଚାରୀଙ୍କୁ ସହାୟତା ସହ ମୃତକଙ୍କ ଜଣେ ପରିବାର ସଦସ୍ୟଙ୍କୁ ପୁନଃ ନିଯୁକ୍ତି ସୁବିଧା ଆଦି ୫ଦଫା ଦାବିପୁରଣ ଦିଗରେ ସରକାର କାଳ ବିଳମ୍ବ କଲେ ଆନ୍ଦୋଳନ ଅଧିକ ତୀବ୍ର ହେବ ବୋଲି କର୍ମଚାରୀ ମହଲରୁ ପ୍ରକାଶ। ସଂପୃକ୍ତ ଆନ୍ଦୋଳନରେ ସମବାୟ ସମିତିର ସମ୍ପାଦକଙ୍କ ସମେତ ସହସମ୍ପାଦକ, କୋଷାଧ୍ୟକ୍ଷ, ରାତ୍ରଜଗୁଆଳି, ପିଅନ, ଡାଟା ଏଣ୍ଟ୍ରିି ଅପରେଟର ସାମିଲ ହୋଇଛନ୍ତି । ଅପରପକ୍ଷରେ ଏଭଳି ଆନ୍ଦୋଳନ କାରଣରୁ ଏବେ ସମବାୟ ବ୍ୟାଙ୍କରେ ଦୈନନ୍ଦିନ ପରିଚାଳନାରେ ବ୍ୟାଘାତ ଘଟିବାସହ ଋଣ ଆବଣ୍ଟନ, ଆଦାୟ, ଜମା ସଂଗ୍ରହ, ସାର ଓ ବିହନ ବିକ୍ରୟ ଆଦିରେ ସମସ୍ୟା ସୃଷ୍ଟି ହୋଇଛି। ବିଶେଷଭାବେ ମଣ୍ଡିରେ ଧାନ ସଂଗ୍ରହ କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟିହେବ ବୋଲି ଆନ୍ଦୋଳନରତ କର୍ମଚାରୀମାନେ ଚେତାବନି ଦେଇଛନ୍ତି ।  ଜନସାଧାରଣଙ୍କ ସୁବିଧା ଦୃଷ୍ଟିରୁ ରାଜ୍ୟ ସରକାର ଏହି କର୍ମଚାରୀଙ୍କ ଦାବି ପୁରଣ ଦିଗରେ ଯଥାଶିଘ୍ର ପଦକ୍ଷେପ ନେବାକୁ ବସନ୍ତ କୁମାର ଜେନା, ସୂର୍ଯ୍ୟମଣି ସାମନ୍ତରାୟ, ପଦ୍ମଚରଣ ମହାନ୍ତି, ପଦ୍ମନାଭ ଘଡ଼େଇ, ଦେବବ୍ରତ ସାହୁ, କେଶବ ଚନ୍ଦ୍ର ତରାସିଆ, ବିକାଶକୁମାର ମହାନ୍ତି, ରବିନ୍ଦ୍ର କୁମାର ଦାସ, ଶଙ୍କର୍ଷଣ ସାହୁ, ମୃତ୍ୟୁଞ୍ଜୟ ମହାପାତ୍ର, ରମେଶ କୁମାର ନାୟକ, ପ୍ରଶନ୍ନ କୁମାର ସିଂହ, ତନ୍ମୟ କୁମାର ମହାପାତ୍ର, ସୁରେନ୍ଦ୍ର କୁମାର ସାହୁ ପ୍ରମୁଖ କର୍ମଚାରୀ ସଂଘର ସ୍ଥାନୀୟ ନେତୃବର୍ଗ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories