www.samajalive.in
Tuesday, December 9, 2025
17.1 C
Bhubaneswar

ମଙ୍ଗଳବାର ରାଶିଫଳ (୧୪/୧୨/୨୦୨୧)

ମେଷ : ଅଯଥା ବିତର୍କରେ ଭାଗ ନ ନେଇ ନିବର ଦର୍ଶକ ସାଜିପାରନ୍ତି। ପୋଷାକ, ଭୋଜନ, ଚତୁଷ୍ପଦ କ୍ରୟ ଓ ପୌରୁଷ କର୍ମରେ ଧନ ବ୍ୟୟ କରିପାରନ୍ତି। ଯୁଦ୍ଧ ଓ ଯାତ୍ରା ପାଇଁ ସମୟ ଅନୁକୂଳ ରହିଛି।

ବୃଷ : ଦ୍ରବ୍ୟ ଲାଭର ସୂଚନା ମିଳୁଛି। ପତ୍ନୀଙ୍କଠାରୁ, ସଜ୍ଜନ ବ୍ୟକ୍ତିଙ୍କଠାରୁ, କୃଷି କର୍ମରୁ ଓ ସତ୍‌କ୍ରିୟାରୁ ଧନ ଲାଭ ହେବ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ବ୍ୟବସାୟାଦିରୁ ଧନ ପ୍ରାପ୍ତ ହେବେ।

ମିଥୁନ : ପରିଶ୍ରମର ମୂଲ୍ୟ ମିଳିବ। ସ୍ବକର୍ମ ଉପରେ ପ୍ରାଧାନ୍ୟ ଦେବେ। କୀର୍ତ୍ତିମାନ୍‌ ହେବେ। ବ୍ରାହ୍ମଣଙ୍କ ପ୍ରୀତିକାରୀ, ତେଜୀୟାନ୍‌ ଓ କୃଷି କର୍ମକାରୀ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ।

କର୍କଟ : ସେବା-ପୂଜାରେ ମନକୁ ନିୟୋଜିତ କରିବେ। ବ୍ରତ, ଉପବାସ, ବହୁ ନିୟମ ପାଳନ, ତୀର୍ଥାଶ୍ରୟ ଓ ସେବାରେ ଧାର୍ମିକ ପ୍ରବର ହେବେ। ଭାଗ୍ୟଶାଳୀ ହେବେ। ପ୍ରବଳ ଉଦ୍ୟୋଗୀ ହେବେ। ଦାମ୍ପତ୍ୟ ସୁଖ ମିଳିବ।

ସିଂହ : ଧନ କ୍ଷୟ ହେବାର ସୂଚନା ମିଳୁଛି। ସରୀସୃପ, ବନ୍ୟଜନ୍ତୁ, ଚତୁଷ୍ପଦ ଶୃଙ୍ଗୀ ଓ ଚୋରମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଶତ୍ରୁ ବିନାଶ କରିବାରେ ସକ୍ଷମ ହେବେ। ଦ୍ବିଜାଦି ଭକ୍ତ ଓ ଉତ୍ତମ କଥକ ହେବେ।

କନ୍ୟା : ସୁଖ-ସମ୍ଭୋଗରେ ଦିନଟି ଅତିବାହିତ ହେବ। ବିନୟ ଭାବରେ ଧନ ଅର୍ଜନ କରିବେ। ସନ୍ମାର୍ଗୀ ହେବେ। ସେବା ପରାୟଣ ହୋଇପାରନ୍ତି। ବନ୍ଧୁବତ୍ସଳତା ଭାବ ଏକ ମହାନ୍‌ ଗୁଣର ପରିଚାୟକ ହୋଇପାରେ।

ତୁଳା : ଧନ ହେତୁ ଶତ୍ରୁତା ଉପୁଜିପାରେ। ଉନ୍ନୟନ କାର୍ଯ୍ୟରେ କର୍ତ୍ତା ହେବେ। ବନ୍ଧୁ ଓ ସାଧୁପ୍ରିୟ ହୋଇପାରନ୍ତି। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଋଣ ପରିଶୋଧ କରିବାରେ ସକ୍ଷମ ହେବେ।

ବିଛା : ପ୍ରଥମେ ପରିଚୟ ଗୋପନ ରଖି କାର୍ଯ୍ୟ ହାସଲ କରିବେ। ଅଗମ୍ୟ ସ୍ଥାନକୁ ସ୍ଥାନକୁ ସହଜରେ ଗମନ କରିବେ। ସୁଶୀଳ ହେବେ। ଧନଯୁକ୍ତ ହେବେ। ସ୍ବକୁଳ ଧର୍ମରେ ଅନୁରକ୍ତ ହେବେ। ବହୁ ଉପାୟରେ ଧନ ଅର୍ଜନ ହେବ।

ଧନୁ : ସରକାରୀ ସ୍ତରରୁ, ବାକ୍ୟ କଥନରୁ ଧନପ୍ରାପ୍ତ ହେବେ। ଶ୍ରମର ମୂଲ୍ୟାୟନ ହେବ। ମହତ୍‌ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ପୂଜନୀୟ ହେବେ। ସନ୍ମାର୍ଗୀ ହୋଇପାରନ୍ତି। ଶାସ୍ତ୍ରଜ୍ଞ ହେବେ।

ମକର : ଉଚ୍ଚ ସମ୍ମାନ ଲାଭ କରିପାରନ୍ତି। ଯେତେ ଧନ ଅର୍ଜନ କଲେ ବି ସଞ୍ଚୟ କରିପାରିବେ ନାହିଁ। ଅନଟନ ଲାଗି ରହିବ। ଦିଅଁ ଦର୍ଶନ ଲାଭ କରି ଆତ୍ମସନ୍ତୋଷ ଲାଭ କରିବେ। ସରକାରୀ ଲାଭ ମିଳିପାରେ।

କୁମ୍ଭ : ଫଳ, ପୁଷ୍ପ, ଜଳ, ସାଧୁସେବା ଓ ପରୋପକାର କରି ଧନପ୍ରାପ୍ତ ହେବେ। ପୀଡ଼ାମୁକ୍ତ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଅକ୍ଷୟ କୀର୍ତ୍ତିର ଅଧିକାରୀ ହେବେ। ସରକାରଙ୍କ ପ୍ରିୟପାତ୍ର ହେବେ।

ମୀନ : ବିଭିନ୍ନ ସୂତ୍ରରୁ ଧନାଗମ ହୋଇପାରେ। ପୌଷ୍ଟିକ କର୍ମ ଓ ଅନ୍ୟାନ୍ୟ ମଙ୍ଗଳ କର୍ମାଦିରେ ନିୟୋଜିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories