www.samajalive.in
Monday, December 8, 2025
14.1 C
Bhubaneswar

ଶ୍ରୀକାନ୍ତ ୨ୟ ରାଉଣ୍ଡରେ ; ସାଇ ପ୍ରଣିତଙ୍କ ବିଦାୟ

ହ୍ୟୁଲ୍‌ଭା (ସ୍ପେନ୍‌) : ଏଠାରେ ରବିବାରଠାରୁ ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ ଆରମ୍ଭ ହୋଇଛନ୍ତି। ଗତ ସଂସ୍କରଣରେ କାଂସ୍ୟ ପଦକ ଜିତିଥିବା ଭାରତର ବି. ସାଇ ପ୍ରଣିତ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ହେଲେ ତାଙ୍କ ସାଥୀ ଖେଳାଳି କିଦାମ୍ବି ଶ୍ରୀକାନ୍ତ ବିଜୟୀହୋଇ ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତେବେ ଭାରତୀୟ ଡବଲ୍‌ସ ଦଳ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ଦୀର୍ଘ ୩୬ ବର୍ଷ ପରେ ସାଇ ପ୍ରଣିତ ୨୦୧୯ ବିଶ୍ବ ବ୍ୟାଡ୍‌ମିଣ୍ଟନ ଚମ୍ପିଆନ୍‌ସିପ୍‌ରେ ଭାରତ ପାଇଁ ପଦକ ଜିତି ପାରିଥିଲେ। ତେବେ ଏଠାରେ ରବିବାର ରାତିରେ ଖେଳା ଯାଇଥିବା ସଂଘର୍ଷପୂର୍ଣ୍ଣ ପ୍ରଥମ ରାଉଣ୍ଡ ମୁକାବିଲାରେ ସାଇ ପ୍ରଣିତଙ୍କୁ ନେଦରଲାଣ୍ଡ୍‌ସର ମାର୍କ କାଲ୍ୟୁ ୧୭-୨୧, ୨୧-୧୭, ୨୧-୧୮ରେ ପରାସ୍ତ କରିଛନ୍ତି। ପ୍ରଥମ ଗେମ୍‌କୁ ସାଇ ପ୍ରଣିତ ଜିତିବା ପରେ ପରବର୍ତ୍ତୀ ୨ଟି ଗେମ୍‌ରେ କାଲ୍ୟୁ ତାଙ୍କୁ ମ୍ୟାଚ୍‌କୁ ଫେରିବାକୁ ଦେଇନଥିଲେ। ତେବେ ବିଶ୍ବର ପୂର୍ବତନ ପୁରୁଷ ସିଙ୍ଗଲ୍‌ସ ଖେଳାଳି ପୁରୁଷ ସିଙ୍ଗଲ୍‌ସର ପ୍ରଥମ ରାଉଣ୍ଡ ମୁକାବିଲାକୁ ସହଜରେ ଜିତି ନେଇଛନ୍ତି। ୧୨ଶ ସିଡ୍‌ ଶ୍ରୀକାନ୍ତ ପ୍ରଥମ ରାଉଣ୍ଡରେ ସ୍ପେନ୍‌ର ପାବ୍‌ଲୋ ଆବାୟାଁଙ୍କୁ ୨୧-୧୨, ୨୧-୧୬ ଗେମ୍‌ରେ ପରାସ୍ତ କରିଛନ୍ତି। ୨ୟ ରାଉଣ୍ଡରେ ଶ୍ରୀକାନ୍ତ ଚୀନ୍‌ର ଲି ସି ଫେଙ୍ଗ୍‌ଙ୍କ ମୁକାବିଲା କରିବେ। ଭାରତୀୟ ପୁରୁଷ ଡବଲ୍‌ସ ଯୋଡ଼ି ମନୁ ଅତ୍ରୀ ଓ ବି. ସୁମିତ ରେଡ୍‌ଡୀ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ମନୁ-ସୁମିତଙ୍କୁ ଡେନ୍‌ମାର୍କର ଜୋଏଲ୍‌ ଏଇପ୍ ଓ ରାସ୍‌ମସ ଜାଏର୍ ୨୧-୧୨, ୨୧-୧୬ ଗେମ୍‌ରେ ପରାସ୍ତ କରିଛନ୍ତି। ମହିଳା ଡବଲ୍‌ସରେ ଭାରତର ପୂଜା ଦାଣ୍ଡୁ ଓ ସଞ୍ଜନା ସନ୍ତୋଷ ତାଙ୍କ ପ୍ରତିଦ୍ବନ୍ଦ୍ବୀ ନେଦରଲାଣ୍ଡ୍‌ସର ଯୋଡ଼ିଠାରୁ ପ୍ରଥମ ଗେମ୍‌ ୧୨-୨୧ରେ ହାରିବା ପ​‌େ​‌ର ମୁକାବିଲାରୁ ଓହରି ଯାଇଥିଲେ। ସୋମବାର ମିଶ୍ରିତ ଯୁଗଳରେ ଭାରତର ଭେଙ୍କଟ ଗୌରବ ପ୍ରସାଦ ଓ ଜୁହି ଦେୱାଙ୍ଗନ୍‌ ଯୋଡ଼ିକୁ ପ୍ରଥମ ରାଉଣ୍ଡରେ ଡେନ୍‌ମାର୍କର ଯୋଡ଼ି ମାଥିଆସ୍ ଥାଇରି ଓ ମାଇ ସ୍ୟୁରୋ ସହଜରେ ୨୧-୮, ୨୧-୪ ଗେମ୍‌ରେ ପରାସ୍ତ କରିଛନ୍ତି। ମିଶ୍ରିତ ଯୁଗଳରେ ଅନ୍ୟ ଭାରତୀୟ ଯୋଡ଼ି ଉତ୍କର୍ଷ ଅରୋନା ଓ କରିଶ୍ମା ୱାଡ୍‌କର ପ୍ରଥମ ରାଉଣ୍ଡରେ ଜର୍ମାନୀର ଯୋଡ଼ିଠାରୁ ୨୦-୨୨, ୧୬-୨୧ ଗେମ୍‌ରେ ପରାସ୍ତ ହୋଇଛନ୍ତି। ପୁରୁଷ ଯୁଗଳରେ ଭାରତର ଅରୁଣ ଜର୍ଜ ଓ ସନ୍ୟମ୍ ଶୁକ୍ଳା ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଅରୁଣ-ସନ୍ୟମ୍‌ଙ୍କୁ ଚୀନ୍‌ର ଯୋଡ଼ି ୨୧-୧୫, ୨୧-୧୪ ଗେମ୍‌ରେ ପରାସ୍ତ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories