www.samajalive.in
Wednesday, December 10, 2025
18.1 C
Bhubaneswar

ରାଜ୍ୟପାଳଙ୍କ ଦ୍ବାରା ‘ ଫେମିନିଜିମ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ ‘ ଉନ୍ମୋଚିତ

ଭୁବନେଶ୍ୱର :  ଯୁବ ଲେଖିକା ଶ୍ରୀମତୀ ପ୍ରୀତିଛନ୍ଦା ଧଳଙ୍କ ଫିଚର୍ ସଂକଳନ ‘ ଫେମିନିଜିମ୍ ଓ ଅନ୍ୟାନ୍ୟ ପ୍ରସଙ୍ଗ’କୁ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଆଜି ଉନ୍ମୋଚନ କରିଛନ୍ତି। ଲେଖିକାଙ୍କର ଏହା ପ୍ରଥମ ପୁସ୍ତକ ହୋଇଥିବାରୁ  ରାଜ୍ୟପାଳ ଆନନ୍ଦ ପ୍ରକାଶ କରିବା ସହିତ ଅଧିକ ଲେଖିବା ପାଇଁ ପ୍ରେରଣା ଯୋଗାଇଥିଲେ। ଲେଖିକା ଓଡ଼ିଶାର ମହିଳା ଓ ଶିଶୁମାନଙ୍କ ସମସ୍ୟା ସମାଧାନ ଦିଗରେ କାର୍ଯ୍ୟ କରୁଥିବା ଜାଣି ରାଜ୍ୟପାଳ ସନ୍ତୋଷ ପ୍ରକାଶ କରିଥିଲେ।

 

- Advertisement -

ରାଜଭବନ ପରିସରରେ ନିରାଡ଼ମ୍ବର ଭାବେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲେଖିକା ଶ୍ରୀମତୀ ଧଳଙ୍କ ସହିତ ତାଙ୍କ  ସ୍ଵାମୀ ସିଦ୍ଧାର୍ଥ ଧଳ, ପୁଅ ଶିବମ ଧଳ, ଏବଂ ମାଆ ନମିତା ପଟନାୟକଙ୍କ ସହିତ ବିଶିଷ୍ଟ କବି  ରକ୍ଷକ ନାୟକ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ, ଉନ୍ମୋଚିତ ହୋଇଥିବା ଏହି ପୁସ୍ତକରେ ମୋଟ୍ ଚାଳିଶଟି ଆଲେଖ୍ୟ ରହିଛି ‌। ଏସବୁ ଲେଖା ବିଭିନ୍ନ ସମୟରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories