www.samajalive.in
Wednesday, December 10, 2025
18.1 C
Bhubaneswar

ବିଭିନ୍ନ ସମସ୍ୟା ନେଇ ବ୍ଳକ ଅଫିସ ଘେରିଲେ ୩ ପଞ୍ଚାୟତ ବାସୀ

ରାମନାଗୁଡା: ଆଜି ବି ସାଧାରଣ ଲୋକଙ୍କ ନିକଟରେ ସରକାରୀ ଯୋଜନା ଅପହଞ୍ଚ। ରାଜ୍ୟ ସରକାର ଗରୀବ ଲୋକଙ୍କ କଲ୍ୟାଣ ନିମନ୍ତେ ଅନେକ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ବରାଦ କରାଯାଉଥିବା ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବରେ ଦୂରରେ ରହିଯାଉଛି ଜନ କଲ୍ୟାଣ ଯୋଜନା। ଏଭଳି କିଛି ଅଭିଯୋଗ ଆସିଛି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକରୁ । ଏହି ସ୍ଥାନୀୟ ବ୍ଲକର ଉକାମ୍ବା, କୁଜେନ୍ଦ୍ରି ଓ ପେଣକାମ ପଞ୍ଚାୟତରୁ। ଆଜି ବିଭିନ୍ନ ଦାବି ପୂରଣ କରିବା ପାଇଁ ଶତାଧିକ ଲୋକେ ବ୍ଳକ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ସୂଚନା ଅନୁଯାୟୀ ଟିକରପଡା, ରାଇଗୁଡା, କୁଜେନ୍ଦ୍ରି ପ୍ରଭୃତି ପେଣକାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଅନେକ ଯୋଗ୍ୟ ହିତାଧିକାରୀ ଥିଲେ ମଧ୍ୟ ଏଯାଏଁ ଆବାସ ଯୋଜନାରେ ଘର, ରାସନ କାର୍ଡ, ଶ୍ରମ କାର୍ଡ, ବିଭିନ୍ନ ଭତ୍ତା ପାଇବାରୁ ବଞ୍ଚିତ ହୋଇରହିଛନ୍ତି । ଯେଉଁ ଆବାସ ଯୋଜନାରେ ସାମିଲ ହୋଇଥିବା ତାଲିକା ଆସୁଛି ସେ ପୁଣି ହିତାଧିକାରୀ ଙ୍କ ଅଗୋଚରରେ ଫେରି ଯାଉଛି। ଏମିତି ସଙ୍ଗୀନ ଅଭିଯୋଗ କରିଛନ୍ତି ବିଭିନ୍ନ ପଞ୍ଚାୟତରୁ ଆସିଥିବା ଅଭିଯୋଗକାରୀ, ବାରମ୍ବାର ପଞ୍ଚାୟତ ଠାରୁ ବ୍ଳକ ପର୍ୟ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସରକାର ଗରିବଙ୍କ ପାଇଁ ଯଦି ଏତେସବୁ ଯୋଜନା କରୁଛନ୍ତି ତେବେ ଯୋଜନାରେ କିଏ ଉପକୃତ ହେଉଛନ୍ତି ଓ କାହାକୁ ଦିଆଯାଇଛି ବୋଲି ବିଜେପି ଜିଲ୍ଲା ସମ୍ପାଦକ ରବି ଗମାଙ୍ଗ ପ୍ରଶ୍ନ ଉଠାଇଛନ୍ତି। ବାରମ୍ବାର ସରକାରୀ କାର୍ୟ୍ୟାଳୟ କୁ ଦଉଡି ଦଉଡି ନୟାନ୍ତ ହେବା ପରେ ଆଜି ରାମନାଗୁଡା ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବ୍ଲକ ପ୍ରଶାସନ ତୁରନ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସରକାରୀ ଯୋଜନାରେ ସାମିଲ ନ କଲେ ଆଗମୀ ଦିନରେ ରାଜରାସ୍ତାକୁ ଓହ୍ଲେଇବୁ ବୋଲି ଚେତାବନୀ ଦିଆଯାଇଛି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories