ରେଙ୍ଗାଲି : ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତିରକ୍ଷା ବାହିନୀ ପ୍ରମୁଖ ବିପିନ ରାୱତ, ତାଙ୍କର ଧର୍ମପତ୍ନୀ ମଧୁଳିକା ରାୱତ ଏବଂ ଅନ୍ୟ ପଦାଧିକାରୀଙ୍କ ବିୟୋଗରେ ରେଙ୍ଗାଲିର ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି । ପୂର୍ବତନ ବିଧାୟକ ଦୁର୍ଯୋଧନ ଗର୍ଡିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ୍ ମୁଖ୍ୟ ବିପିନ ରାୱତ, ଏବଂ ତାଙ୍କ ଧର୍ମପତ୍ନୀ ମଧୁଳିକା ରାୱତ ଓ ଅନ୍ୟ ମୃତ ପଦାଧିକାରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇ ଦିବଙ୍ଗତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ବ୍ୟକ୍ତ କରାଯାଇଥିଲେ । ପରିଷଦର ସମ୍ପାଦକ ଅନ୍ତର୍ଯ୍ୟାମୀ ପାଣି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପରିଷଦର ଉପାଧ୍ୟକ୍ଷ ଡା.ଅର୍ଜ୍ଜୁନ ନାଏକ, ଡା.ଅଶୋକ କୁମାର ନାୟକ, ଲକ୍ଷ୍ମୀନାରାୟଣ ସାହୁ, ଉଦୟଚନ୍ଦ୍ର ସାହୁ, ବାବୁଲାଲ୍ ଅଗ୍ରଓାଲା, ସୁବନଚାନ୍ଦ ସାହୁ, ଜୟବିହାରୀ କୁମୁରା, କିଶୋରଚନ୍ଦ୍ର ସାହୁ, ଶମ୍ଭୁନାଥ ଅଗ୍ରଓାଲା, ଶରତ ସାହୁ, ସାଲେଗ୍ରାମ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।
Popular Categories



