www.samajalive.in
Monday, December 8, 2025
13.1 C
Bhubaneswar

ଟଙ୍କା ପାଇଁ ଗ୍ୟାରେଜ ମେକାନିକଙ୍କୁ ଗୁଳି କରି ହତ୍ୟା, ମାଉଜର ଜବତ

ନୀଳଗିରି: ବାଲେଶ୍ବର ଜିଲା ନୀଳଗିରି ଥାନା ଅଧୀନ ମିତ୍ରପୁର ଅଞ୍ଚଳରେ ଗୁଳିକାଣ୍ଡ ଘଟିଛି। ଜଣେ ଗ୍ୟାରେଜ ମେକାନିକଙ୍କୁ ଦିବାଲୋକରେ ହତ୍ୟା କରାଯିବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳି ଯାଇଛି।

ରେମୁଣା ଅଞ୍ଚଳର ଦିପୁ ବେହେରା ନାମକ ଜଣେ ମେକାନିକ ମିତ୍ରପୁର ନିକଟ ମର୍ଦରାଜପୁର ଛକ ରେ ଥିବା ଗ୍ୟାରେଜ ରେ କାମ କରୁଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ୪/୫ଜଣ ଦୁର୍ବୁତ୍ତ ସେଠାରେ ପହଁଚିବା ପରେ ଟଙ୍କା ପଇସାକୁ କେନ୍ଦ୍ର କରି ବଚସା ହୋଇଥିଲା। ଏତିକି ବେଳେ ଗ୍ୟାରେଜ ଭିତରେ ଗୁଳି ଫୁଟି ଥିଲା। ତେବେ ଆସିଥିବା ଦୁର୍ବୁତ୍ତ ଫେରାର ଥିବା ବେଳେ ନୀଳଗିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ମାଉଜର ଓ ମୃତଦେହ ଜବତ କରିଛି। ସମ୍ପ୍ରତି ଅଞ୍ଚଳରେ ଉତେଜନା ଲାଗିଛି। ପୁଲିସ ତଦନ୍ତ ଆରମ୍ଭ କରିଛି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories