www.samajalive.in
Thursday, December 11, 2025
15.1 C
Bhubaneswar

ବ୍ରହ୍ମପୁର ରେଳ ଷ୍ଟେସନରେ ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ଗୋପାଳପୁର: ଗୋପାଳପୁରର ଗଣେଶ ସାହୁଙ୍କ ହୋଟଲରେ କାମ କରୁଥିବା ଜାମୁନି ଅଞ୍ଚଳର ଜନୈକ ଯୁବକ ବୁଧବାର ରାତିରେ ବ୍ରହ୍ମପୁର ରେଳଷ୍ଟେସନ ପ୍ଲାଟଫର୍ମ ନଂ-୨ର ଏ ରେଳ ଧାରଣାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ରାତି ପ୍ରାୟ ୧୧ ଟାବେଳେ ପୁରୀ ତିରୁପତି ଟ୍ରେନ ଷ୍ଟେସନ ପ୍ଲାଟଫର୍ମରେ ପହଞ୍ଚିବା ସମୟରେ ରାକେଶ ହଠାତ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜିଆରପି ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ନାମ ରାକେଶ ମହାଙ୍କୁଡ ଏବଂ ବୟସ ୨୨ ବର୍ଷ ବୋଲି ଜଣାପଡିଛି। ମୃତ ରାକେଶ ଗତ ୨ ବର୍ଷ ଧରି ଗୋପାଳପୁରର ଗଣେଶଙ୍କ ହୋଟେଲରେ ରହି କାମ କରି ଆସୁଥିଲେ। ରାକେଶ ଗତକାଲି ରାତି ୯ ଟା ବେଳେ ଗଣେଶଙ୍କ ମୋଟର ସାଇକେଲ ଧରି ବାହାରକୁ ଯାଇ ଖୁବ ଶୀଘ୍ର ଫେରି ଆସିବି ବୋଲି କହି ଗୋପାଳପୁରରୁ ବାହାରିଥିଲେ। କିନ୍ତୁ ଅନେକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଫେରିନଥିଲେ। ରାକେଶ ନଫେରିବାରୁ ଗଣେଶ ତାଙ୍କୁ ଫୋନ କରିଥିଲେ ମଧ୍ୟ ସେ ଉଠାଇନଥିଲେ।

 

- Advertisement -

କିନ୍ତୁ ଆଜି ସକାଳେ ଗଣେଶଙ୍କ ଫୋନକୁ ବ୍ରହ୍ମପୁର ଜିଆରପି ଥାନାରୁ ଫୋନ ଆସିବା ସହ ଜିଆରପି ଥାନାକୁ ଆସିବାକୁ କୁହାଯାଇଥିଲା। ଖବର ପାଇ ଗଣେଶ ବ୍ରହ୍ମପୁରରେ ପହଞ୍ଚିବା ପରେ ରାକେଶର ଶବକୁ ଚିହ୍ନଟ କରିଥିଲେ। ଏହା ସହ ଘଟଣା ନେଇ ଜାମୁନିରେ ରହୁଥିବା ରାକେଶଙ୍କ ପରିବାରକୁ ମଧ୍ୟ ଖବର ଦିଆଯାଇଥିଲା। ପରିବାର ଲୋକେ ପହଞ୍ଚିବା ପରେ ମୃତ ରାକେଶଙ୍କ ଶବକୁ ବ୍ୟବଛେଦ କରାଯାଇଥିଲା ଏବଂ ଏହାପରେ ତାଙ୍କ ମୃତଦେହକୁ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା।
ଗତକାଲି ରାକେଶ ଷ୍ଟେସନ ସମ୍ମୁଖରେ ମୋଟରସାଇକେଲକୁ ପାର୍କିଂ କରି ପ୍ଲାଟଫର୍ମ ଟିକଟ କାଟିବା ସହ ଷ୍ଟେସନ ପରିସରରେ ବୁଲାବୁଲି କରୁଥିଲେ। କିନ୍ତୁ ରାତି ପ୍ରାୟ ୧୧ ଟାବେଳେ ପୁରୀ ତିରୁପତି ଟ୍ରେନ ଷ୍ଟେସନ ପ୍ଲାଟଫର୍ମରେ ପହଞ୍ଚିବା ସମୟରେ ରାକେଶ ହଠାତ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଜିଆରପି ପକ୍ଷରୁ ସୂଚନା ଦିଆଯାଇଛି। ରାକେଶ କ’ଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ପକ୍ଷରୁ ଏହି ଘଟଣାର ତଦନ୍ତ ଜାରି ରହିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories