ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ କିଛି ସରଳ ଉପାୟ

ଅନେକ ସମୟରେ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଏଭଳି କିଛି ସରଳ ଉପାୟ ରହିଛି, ଯାହାକୁ ଆପଣାଇବା ଦ୍ୱାରା ମୁହଁ ପାଇଁ ଖୁବ ଲାଭଦାୟକ ହୋଇଥାଏ….
ଗାଜର ଓ ବିଟ ଜୁସ –
ଗାଜରରେ ଅଧିକ ପରିମାଣରେ ଭିଟାମିନ ଏ ଓ ବିଟରେ ପ୍ରଚୁର ପରିମାଣରେ ପୋଷକ ତତ୍ତ୍ୱ ଏବଂ ଆଣ୍ଟିଅକ୍ସିଡ଼ାଣ୍ଟ ରହିଛି। ଗାଜର ଓ ବିଟ ଜୁସରେ ଜିଙ୍କ, ଆଇରନ, ଭିଟାମିସ ସି , ମାଗ୍ନେସିୟମ ଆଦି ମୁହଁର ସୁନ୍ଦରତାକୁ ଖୁବ ବଢାଇଥାଏ।
ଟମାଟୋର ଜୁସ –
ଟମାଟୋର ଜୁସ ରକ୍ତକୁ ସ୍ୱଚ୍ଛ ରଖେ ଏବଂ ମୁହଁକୁ ଆବଶ୍ୟକ ପରିମାଣରେ ପୋଷକ ଯୋଗାଇଥାଏ।
ପାଳଙ୍ଗପତ୍ରର ଜୁସ –
ଏଥିରେ ଭିଟାମିନ ସି, ଆଣ୍ଟିଅକ୍ସିଡ଼ାଣ୍ଟ ଅଧିକ ପରିମାଣରେ ଥାଏ। ଏହା ମୁହଁକୁ ପ୍ରାକୃତିକ ରୂପରେ ସୁନ୍ଦର କରେ।
କାକୁଡ଼ିର ଜୁସ –
କାକୁଡ଼ିରେ ୯୦ ଭାଗ ପାଣି ଥାଏ। ଏହାର ଜୁସକୁ ପିଇବା ଦ୍ୱାରା ମୁହଁର ଉଜ୍ୱଳତା ବଢିଥାଏ।
ସେଓ ଜୁସ –
ଏଥିରେ ଅଧିକ ପରିମାଣରେ ଆଣ୍ଟିଅକ୍ସିଡ଼ାଣ୍ଟ ଥାଏ। ଏହାର ଜୁସକୁ ପିଇବା ଦ୍ୱାରା ମୁହଁର ରଙ୍ଗ ଗୋରା ହେବା ସହ ବହୁ ରୋଗ ଶରୀରରୁ ଦୂର ହୋଇଥାଏ।
ଟମାଟୋ ରସ ଓ ବେସନ –
ଟମାଟୋରେ ଆଣ୍ଟି ଅକ୍ସାଇଡ଼ ରହିଥାଏ। ଯାହା ମୁହଁକୁ ଉଜ୍ୱଳ ଓ ସୁନ୍ଦର କରେ। ଟମାଟୋ ରସ ସହ ବେସନ ମିଶାଇ ଲଗାଇବା ଦ୍ୱାରା ଆଖିତଳେ ଥିବା କଳା ଦାଗ ଦୂର ହୋଇଥାଏ। ୨୦ ରୁ ୨୫ ମିନିଟ ଏହାକୁ ଲଗାଇ ପାଣିରେ ଧୋଇଦେବେ।
ବେସନ , କ୍ଷୀର ଓ ଦହି –
ବେସନରେ କ୍ଷୀର, ଦହି , ଅଳ୍ପ ହଳଦୀ ମିଶାଇ ଏହାକୁ ମୁହଁରେ ଲଗାନ୍ତୁ। ୨୦ ରୁ ୨୫ ମିନିଟ ମୁହଁରେ ଲଗାଇବା ପରେ ଧୋଇ ଦିଅନ୍ତୁ। ଏହା ମୁହଁର ଦାଗକୁ ଦୂର କରିବା ସହ ମୁହଁର ରଙ୍ଗ ଗୋରା କରିଥାଏ।
ଆଖି ତଳ କଳା ପଡୁଥିଲେ ବିଟ ରସରେ ୪-୫ ବୁନ୍ଦା ବାଦାମ ତେଲ ପକାଇ ପ୍ରତ୍ୟେକ ଦିନ ଲଗାନ୍ତୁ। ତାପରେ ଫେଶୱାସରେ ମୁହଁକୁ ଧୋଇ ଦିଅନ୍ତୁ। ଏପରି କରିବା ଦ୍ବାରା ଆଖି ତଳ ସଫା ହୋଇଯିବ।

prayash

ମୁହଁରେ ବିଭିନ୍ନ ପ୍ରକାରର ଦାଗ ଥିଲେ ମୁଲତାନି ମାଟିରେ ବିଟ ରସ ମିଶାନ୍ତୁ। ତାପରେ ମିଶ୍ରଣଟିକୁ ମୁହଁ ଓ ବେକରେ ଭଲ ଭାବେ ଲଗାଇ ଦିଅନ୍ତୁ। ତାପରେ ମୁହଁକୁ ଅଧ ଘଣ୍ଟା ପରେ ଧୋଇ ଦିଅନ୍ତୁ। ଏପରି କିଛି ଦିନ କରିବା ପରେ ଆପଣ ମୁହଁରେ ଫରକ ଜାଣି ପାରିବେ।

kalyan agarbati

Comments are closed.