www.samajalive.in
Friday, December 12, 2025
19.1 C
Bhubaneswar

‘ରାଜଧାନୀ ଏକ୍ସପ୍ରେସ’ରୁ ୨୫ଲକ୍ଷ ଟଙ୍କା ଜବତ,ଜଣେ ଅଟକ

କଟକ :  ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ଯୁବକଙ୍କଠାରୁ କଟକ ରେଳଷ୍ଟେସନରେ ୨୫ଲକ୍ଷ ଟଙ୍କା ଜବତ କରାଯାଇଛି । ୪ଟି ବ୍ୟାଗରେ ୨୫ହଜାରଟି ୧୦ଟଙ୍କିଆ, ଓ ୧ଲକ୍ଷ ୧୦ହଜାରଟି ୨୦ ଟଙ୍କିଆ ଟଙ୍କା ରହିଛି। ଜବତ ଟଙ୍କାଗୁଡିକ ସମ୍ପୂର୍ଣ୍ଣ ନୂଆ ହୋଇଥିବା ବେଳେ ଏତେ ଟଙ୍କା ଧରି ଯାଉଥିବା ଜଣେ ବ୍ୟକ୍ତିଙ୍କୁ କଟକ ରେଳବାଇ ଥାନାରେ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ସମ୍ପୃକ୍ତ ବ୍ୟକ୍ତିକ ହେଲେ ଯାଜପୁର ଜିଲା ବରୀ ଥାନା ଅନ୍ତର୍ଗତ ସେରାପୁର ଅଞ୍ଚଳର ଅରୁଣ କୁମାର ସ୍ୱାଇଁ(୫୦)। ଏହି ଟଙ୍କାଦିଲ୍ଲୀରେ ରହୁଥିବା ତାଙ୍କର ଜଣେ ସାଙ୍ଗକୁ ଦେବାପାଇଁ ଯାଉଥିଲେ ବୋଲି କହୁଥିଲେ ହେଁ ସେ ଏତେ ଟଙ୍କା କେଉଁଠାରୁ ଆଣିଲେ ଓ କାହାକୁ ଦେବାକୁ ଯାଉଥିଲା ତାହା ସ୍ପଷ୍ଟ ହୋଇ ନଥିବା ରେଳବାଇ ଆସିଷ୍ଟାଣ୍ଟ ସିକ୍ୟୁରିଟ ିକମିଶନର ସରୋଜକୁମାର ଦାସ ସୂଚନା ଦେଇଛନ୍ତି।
ଭୁବନେଶ୍ୱର ରେଳଷ୍ଟେସନରୁ ଅରୁଣ ୪ଟି ବ୍ୟାଗଧରି ରାଜଧାନୀ ଏକ୍ସପ୍ରେସରେ ଚଢ଼ିଥିଲେ। ଏଚ୍‍-୧ କୋଚ୍‍ସିଟ ନଂ-୧୯ରେ ସେ ଯାତ୍ରା କରୁଥିଲେ। ଉକ୍ତ ବ୍ୟାଗ୍‍ରେ ବିପୁଳ ପରିମାଣର ଟଙ୍କା ରହିଥିବା ନେଇ ସୂଚନା ମିଳିବା ପରେ ଟ୍ରେନ୍‍କୁ ଅଟକାଇ କଟକ ରେଳବାଇ ପୁଲିସ ଯାଞ୍ଚ କରିଥିଲା। ଅରୁଣଙ୍କ ପାଖରେ ରହିଥିବା ସମସ୍ତ ୪ଟି ବ୍ୟାଗ୍‍ରେ ଟଙ୍କା ରହିଥିବା ଜଣାପଡ଼ିବା ପରେ ପୁଲିସ ତାକୁ ହେପାଜତକୁ ନେଇ ଜେରା ଆରମ୍ଭ କରିଥିଲା। ଏପଟେ ଟଙ୍କାକୁ ନେଇ ସନ୍ଦେହ ଉପୁଜିଥିବାରୁ ତଦନ୍ତରେ ଆୟକର ବିଭାଗର ସହାୟତା ଲୋଡାଯାଇଛି। ଜବତ ଟଙ୍କା ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଥିବାବେଳେ ତାହା ଅସଲି କି ନକଲି ତାହା ଜାଣିବା ପାଇଁ ଚେଷ୍ଟା କରାଯାଉଛି। ଭୁବନେଶ୍ୱରରେ ରହୁଥିବା ଅରୁଣ ଜଣେ ଏଜେଣ୍ଟ ଭାବେ କାମ କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସେ ଲୋକଙ୍କଠାରୁ ଚିରାଫଟା ଟଙ୍କା ସଂଗ୍ରହ କରି ବ୍ୟାଙ୍କରେ ବଦଳାଇ କିଛି ଅର୍ଥ ବଦଳରେ ନୂଆ ଟଙ୍କା ଯୋଗାଇ ଦେଇଥାଏ। ସେ ଏତେ ଟଙ୍କାଧରି ଦିଲ୍ଲୀର କାହା ପାଖକୁ ଯାଉଥିଲେ ତାହାର ତଦନ୍ତ ଜାରି ରହିଥିବା ରେଳବାଇ ପୁଲିସ ପ୍ରକାଶ କରିଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories