www.samajalive.in
Saturday, December 13, 2025
15.1 C
Bhubaneswar

ଷ୍ଟୋଭ ଫାଟି ଦମ୍ପତି ଗୁରୁତର ଘଟଣା। ଆହତ ସ୍ବାମୀ ରାମ କ୍ରିଷ୍ଣାଙ୍କ କଟକ ବଡ ମେଡିକାଲରେ ମୃତ୍ୟୁ

ଗୋପାଳପୁର (ନିପ୍ର) – ଗୋପାଳପୁର ନୂଆସାହି ର ଏକ ଦମ୍ପତ୍ତି ଗତ ୪ ତାରିଖ ସକାଳେ ଷ୍ଟୋର ନିଆଁରେ ‌ପୋଡି ହୋଇ ଗୁରୁତର ଆହତ ହୋଇ କଟକରେ ଚିକିତ୍ସିତ ହେଉଥିବା ବେଳେ ବୁଧବାର ଅପରାହ୍ନରେ ସ୍ବାମୀ ରାମ କ୍ରିଷ୍ଣା ଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି। ଅନ୍ୟ ପଟେ ଆହତ ହୋଇଥିବା ସ୍ତ୍ରୀ ଦମୟନ୍ତୀ ଙ୍କ ଚିକିତ୍ସା ଚାଲିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ ଗୋପାଳପୁର ନୂଆସାହି ବାସିନ୍ଦା ଭି ରାମକ୍ରିଷ୍ଣା ଙ୍କ ସ୍ତ୍ରୀ ଦମୟନ୍ତୀ ଗତ ୪ ତାରିଖ ସକାଳେ ଗାଧେଇବା ନିମନ୍ତେ ପାଣି ଗରମ କରିବା ପାଇଁ ଷ୍ଟୋଭ ଲଗାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହା ଜଳି ନଥିଲା ଯାହା ଫଳରେ ସେ ତାଙ୍କ ସ୍ବାମୀ ରାମ କ୍ରିଷ୍ଣା ଙ୍କୁ ଡାକି ଏହାକୁ ଜାଳାଇବା କୁ କହିଥିଲେ। କ୍ରିଷ୍ଣା ଷ୍ଟୋଭ ଜଳାଇବା ସମୟରେ ଅଚାନକ ଏହା ଫାଟି ଯିବା ସହ ନିଆଁ ଲାଗିଯିବା ଫଳରେ କ୍ରିଷ୍ଣା ଙ୍କ ଶରୀରର ୬୦ ଭାଗ ପୋଡ଼ିଯାଇଥିଲା, ଏଥି ସହ ନିକଟରେ ଥିବା ସହ ତାଙ୍କ ସ୍ତ୍ରୀ ଦମୟନ୍ତୀ ମଧ୍ୟ ପୋଡି ହୋଇ ଯାଇଥିଲେ।

- Advertisement -

ପ୍ରଥମେ ଆହାତ ଦ୍ବୟ ଙ୍କୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। କିନ୍ତୁ ବଡ ମେଡିକାଲ ରେ ବର୍ଣ୍ଣ ୟୁନିଟ ନଥିବାରୁ ଅଧିକ ଚିକିତ୍ସା ନିମନ୍ତେ ଆମ୍ବୁଲାନ୍ସ ଯୋଗେ କଟକ ମେଡିକାଲ ପଠାଯାଇଥିଲା।ଆଜି ରାମକ୍ରିଷ୍ଣା ଙ୍କ ସ୍ବାସ୍ଥ୍ୟବସ୍ଥା ରେ ସାମାନ୍ୟ ଉନ୍ନତି ହୋଇଥିବା ବେଳେ ଅପରାହ୍ନ ୨ ଟା ବେଳେ ଅଚାନକ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡ଼ିଥିଲା, ଡାକ୍ତର ଙ୍କ ସମସ୍ତ ଚେଷ୍ଟା ସତ୍ତ୍ବେ ରାମକ୍ରିଷ୍ଣା ମୃତ୍ୟୁ ବରଣ କରିଥିଲେ।ରାମକ୍ରିଷ୍ଣା ଙ୍କ ମୃତ୍ୟୁ ରେ ଗୋପାଳପୁର ରେ ଶୋକର ଛାୟା ଖେଳିଯାଇଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories