www.samajalive.in
Tuesday, December 9, 2025
16.1 C
Bhubaneswar

ସାପ ମାରିବାକୁ ଯାଇ ୧୩ କୋଟିର ଘର ପୋଡ଼ିଦେଲେ

ମ୍ୟାରିଲାଣ୍ଡ : ଓଡ଼ିଆରେ ରହିଥିବା ଲୋକକଥା ‘ଘର ପଛେ ପୋଡ଼ୁ ମୂଷା କେଞ୍ଚେ ପାଉ’ ଆମେରିକାରେ ଚରିତାର୍ଥ ହୋଇଛି; ଅବଶ୍ୟ ଏଠାରେ ମୂଷା ବଦଳରେ ରହିଛି ସାପ। ଜଣେ ବ୍ୟକ୍ତି ସାପ କବଳରୁ ରକ୍ଷା ପାଇବା ପାଇଁ ନିଜର ମୂଲ୍ୟବାନ ସୁଦୃଶ୍ୟ ବାସଗୃହକୁ ପୋଡ଼ି ପାଉଁଶ କରିଦେଇଛନ୍ତି। ଆକଳନ ଅନୁସାରେ ପ୍ରାୟ ୧୦ହଜାର ବର୍ଗଫୁଟ ଅଞ୍ଚଳରେ ନିର୍ମିତ ଏହି ବହୁତଳ କୋଠାର ମୂଲ୍ୟ ୧୮ ନିୟୁତ ଡଲାର ବା ୧୩ କୋଟି ୫୫ ଲକ୍ଷ ଟଙ୍କା। ଏହା ବାଦ୍‌ ଆସବାବପତ୍ରର ମୂଲ୍ୟ ୧୦ ନିୟୁତ ଡଲାର ବା ପ୍ରାୟ ସାଢ଼େ ୭ କୋଟି ଟଙ୍କା। ଆମେରିକାର ମ୍ୟାରିଲାଣ୍ଡ ନିକଟ ମଣ୍ଟଗୋମେରି କାଉଣ୍ଟି ଅଞ୍ଚଳରେ ଜଣେ ବ୍ୟକ୍ତି ସାପ ଦାଉରୁ ରକ୍ଷା ପାଇବା ପାଇଁ କୋଇଲା ଜଳାଇ ଧୂଆଁ ଦେବା ବ୍ୟବସ୍ଥା କରିଥିଲେ; କିନ୍ତୁ ଭୁଲ୍‌କ୍ରମେ ଘର ପରିସରରେ ଥିବା ଅନ୍ୟ ଜ୍ବଳନଶୀଳ ସାମଗ୍ରୀ ନିକଟରେ ହିଁ କୋଇଲା ଜଳାଇଥିଲେ। ସମୟକ୍ର​ମେ‌ ଏହା ବ୍ୟାପିଯାଇ ସମଗ୍ର ଘରକୁ ଜାଳିପୋଡ଼ି ଧ୍ବଂସ କରିଦେଇଥିଲା। ଅଗ୍ନିଶମ ବିଭାଗ ପହଞ୍ଚିଲାବେଳକୁ କିଛି ନ ଥିଲା। ସାପ ମଲେ କି ଗଲେ ତା’ର ଖବର ନାହିଁ; କିନ୍ତୁ ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଜୀବନହାନି ଘଟି ନାହିଁ। ଘରର ମାଲିକ ଅଳ୍ପ ଦିନ ପୂର୍ବେ ଏହାକୁ ୧୮ ନିୟୁତ ଡଲାରରେ କିଣିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories