www.samajalive.in
Monday, December 8, 2025
17.1 C
Bhubaneswar

ନେପାଳ, ଥାଇଲାଣ୍ଡ, ରୁଷ୍‌କୁ ବ୍ୟାପିଲା ଓମିକ୍ରନ

ନୂଆଦିଲ୍ଲୀ : ​‌କରୋନାର ନୂଆ ପ୍ରଜାତିର ଭୂତାଣୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଏହି କ୍ରମରେ ସୋମବାର ମହାରାଷ୍ଟ୍ର ଆଉ ଦୁଇଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୁଇ ନୂଆ ସଂକ୍ରମିତ ହେଲେ ଜଣେ ୩୭ବର୍ଷର ଦକ୍ଷିଣ ଆଫ୍ରିକା ଫେରନ୍ତା ଓ ଜଣେ ୩୬ବର୍ଷର ଆମେରିକା ଫେରନ୍ତା। ଏହି ଦୁଇ ସଂକ୍ରମିତଙ୍କୁ ମିଶାଇ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୧୦ରେ ପହଞ୍ଚିଥିବାବେଳେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି। ମହାରାଷ୍ଟ୍ରରେ ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇଥିବାବେଳେ ରାଜ୍ୟ ସରକାର ନମୁନା ପରୀକ୍ଷା ବୃଦ୍ଧି କରିଛନ୍ତି। ରାଜ୍ୟରେ ଆରଟି-ପିସିଆର ପରୀକ୍ଷା ନିମନ୍ତେ ଘରୋଇ ପରୀକ୍ଷାଗୁଡିକ ଲାଗି ୭୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। କୌଣସି ବ୍ୟକ୍ତିଙ୍କ ନମୁନା ଘରେ ଯାଇ ସଂଗ୍ରହ କରିବା ଓ ପରୀକ୍ଷା ରିପୋର୍ଟ ଦେବା ଲାଗି ସର୍ବାଧିକ ୭୦୦ଟଙ୍କା ଦେୟ ଧାର୍ଯ୍ୟ ହୋଇଛି। ଯଦି କେହି ପରୀକ୍ଷାଗାରକୁ ଯାଇ ନମୁନା ଦିଅନ୍ତି ତେବେ ତାଙ୍କୁ ଆରଟି-ପିସିଆର ପରୀକ୍ଷା ଲାଗି ୩୫୦ଟଙ୍କା ଦେବାକୁ ପଡିବ ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ରାଜେଶ ତୋପେ କହିଛନ୍ତି। ଦିଲ୍ଲୀ ଆନ୍ତର୍ଜାତିକ ବିମାନବନ୍ଦରରେ ଆଜି ୩ଜଣ ବିଦେଶ ଫେରନ୍ତା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଏଲ୍‌ଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ସୋମବାର ଦିଲ୍ଲୀ ବିମାନବନ୍ଦରରେ ଆଗନ୍ତୁକଙ୍କ ଆରଟି-ପିସିଆର ପରୀକ୍ଷା ପାଇଁ ରହିଥିବା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ବିମାନବନ୍ଦରରେ ରିସ୍କ ଦେଶରୁ ଆସୁଥିବା ଆଗନ୍ତୁକଙ୍କ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ସୋମବାର ରୁଷ୍‌କୁ ଓମିକ୍ରନ ପ୍ରଜାତି ଭୂତାଣୁ ସଂକ୍ରମଣ ହୋଇଛି। ଜଣେ ଦକ୍ଷିଣ ଆଫ୍ରିକା ଫେରନ୍ତାଙ୍କ ଠାରେ ଓମିକ୍ରନ ପ୍ରଜାତି ଭୂତାଣୁ ଚିହ୍ନଟ ହୋଇଥିବା ରୁଷ୍ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ୧୦ଜଣ ଦକ୍ଷିଣ ଆଫ୍ରିକା ଫେରନ୍ତା ପଜିଟିଭ୍ ବାହାରିଥିବାବେଳେ ଜଣଙ୍କ ଠାରେ ଓମିକ୍ରନ ପ୍ରଜାତି ରହିଛି। ସେହିପରି ନେପାଳ, ଥାଇଲାଣ୍ଡ, ଲାଟଭିଆକୁ ମଧ୍ୟ ଓମିକ୍ରନ ପ୍ରଜାତି ଭୂତାଣୁ ସଂକ୍ରମଣ ହୋଇଛି। ନେପାଳରେ ଦୁଇଜଣ ବିଦେଶୀ ନାଗରିକ ଓମିକ୍ରନ ପ୍ରଜାତିରେ ସଂକ୍ରମିତ ହୋଇଛନ୍ତି।

ଆଗାମୀ ମହାମାରୀ କରୋନାଠାରୁ ଅଧିକ ଘାତକ ହେବ: ବିଶେଷଜ୍ଞ

- Advertisement -

ଲଣ୍ଡନ : ଆଗାମୀ ଦିନରେ ବିଶ୍ବକୁ କରୋନାଠାରୁ ଅଧିକ ଘାତକ ଭୂତାଣୁ ସଂକ୍ରମଣ କରିବାକୁ ଯାଉଛି। ବିଶ୍ବବାସୀ ଏପରି ଘାତକ ମହାମାରୀକୁ ମୁକାବିଲା ନିମନ୍ତେ ପ୍ରସ୍ତୁତ ରହିବା ଦରକାର ବୋଲି ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଟିକା ବିଶେଷଜ୍ଞ ପ୍ରଫେସର ସାରା ଗିଲବର୍ଟ କହିଛନ୍ତି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଦ୍ବାରା ପ୍ରସ୍ତୁତ କରୋନା ଟିକା ଓକ୍ସଫୋର୍ଡ-ଆଷ୍ଟ୍ରାଜେନିକାର ଅନ୍ୟତମ ନିର୍ମାତା ଗିଲବର୍ଟ କହିଛନ୍ତି ଯେ କରୋନା ମହାମାରୀଠାରୁ ବିଶ୍ବ ଯେଉଁ ଶିକ୍ଷା ଲାଭ କରିଛି ତାକୁ ଅପଚୟ ହେବାକୁ ଦେବା ଉଚିତ୍‌ ନୁହେଁ। ଆଗାମୀ ଦିନରେ ଏହାର ଉପଯୋଗ ଲାଗି ବିଶ୍ବବାସୀ ପ୍ରସ୍ତୁତ ରହିବା ଦରକାର। କରୋନା ଭୂତାଣୁ ବିଶ୍ବରେ ୫୨ଲକ୍ଷରୁ ଅଧିକ ଲୋକଙ୍କ ନେଇଛି। ଲକ୍ଷଲକ୍ଷ କୋଟି ଡଲାରର ଆର୍ଥିକ କ୍ଷତି ହୋଇଛି। ଅନେକ ସେମାନଙ୍କ ଜୀବିକା ହରାଇଛନ୍ତି। କରୋନା ଭଳି ଆଗକୁ ଅନେକ ମହାମାରୀ ବିଶ୍ବକୁ ଗ୍ରାସ କରିବ। ଏହି ମହାମାରୀକୁ ମୁକାବିଲା ନିମନ୍ତେ ବିଶ୍ବ ନିଜକୁ ଭଲଭାବେ ପ୍ରସ୍ତୁତ ରଖିବା ଦରକାର। ଆଗାମୀ ମହାମାରୀର ମୁକାବିଲା ପାଇଁ ପରାମର୍ଶ ଦେଇ ସେ କହିଛନ୍ତି ଯେ ଏହାର ମୁକାବିଲା ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏକ ସ୍ବାସ୍ଥ୍ୟ ବିଶେଷଜ୍ଞ କମିଟି ଗଠନ କରିବା ସହ ମହାମାରୀକୁ ମୁକାବିଲା ନିମନ୍ତେ ବାର୍ଷିକ ୧୦୦୦ କୋଟି ଡଲାରର ପାଣ୍ଠି ଗଠନ କରାଯିବା ଦରକାର।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories