www.samajalive.in
Tuesday, December 9, 2025
16.1 C
Bhubaneswar

ଆଜି ପ୍ରଧାନମନ୍ତ୍ରୀଙ୍କ ଗୋରଖପୁର ଗସ୍ତ : ୯୬୦୦ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ


୩୦ ବର୍ଷରୁ ଅଧିକ ସମୟ ଧରି ବନ୍ଦ ରହିବା ପରେ ଗୋରଖପୁର ଫର୍ଟିଲାଇଜର ପ୍ଲାଣ୍ଟର ପୁନରୁଦ୍ଧାର କରାଯିବ

ୟୁରିଆ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ 

ଏମ୍‌ସ, ଗୋରଖପୁର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ  ଉନ୍ନତି ଆଣିପାରିଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୋରଖପୁର ଗସ୍ତ କରିବେ। ଏହି ଅବସରରେ ସେ ଦେଶର ବିକାଶ ପାଇଁ ୯୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପକୁ ଦେଶକୁ ଉତ୍ସର୍ଗ କରିବେ।

ପ୍ରଧାନମନ୍ତ୍ରୀ ଗୋରଖପୁର ସାର ପ୍ଲାଣ୍ଟ କୁ ଦେଶ ଉଦ୍ଦେଶ୍ୟରେ ସମର୍ପଣ କରିବେ ଯାହାର ଶିଳାନ୍ୟାସ ୨୦୧୬ରେ କରାଯାଇଥିଲା। ଏହି ପ୍ଲାଣ୍ଟ  ୩୦ ବର୍ଷ ଧରି ବନ୍ଦ ରହିଥିଲା । ଏହି ପ୍ଲାଣ୍ଟକୁ ୮୬୦୦ କୋଟି ଟଙ୍କା ମୂଲ୍ୟରେ ପୁନରୁଦ୍ଧାର ଓ ନିର୍ମାଣ କରାଯାଉଛି । ଏହି ସାର ପ୍ଲାଣ୍ଟର ପୁନରୁଦ୍ଧାର କରିବା ଦ୍ବାରା ୟୁରିଆ ଉତ୍ପାଦନ କ୍ଷେତ୍ରରେ ଦେଶ ଆତ୍ମନିର୍ଭରଶୀଳ ହୋଇପାରିବ ଯାହା ପ୍ରଧାନମନ୍ତ୍ରୀଙ୍କର ସ୍ବପ୍ନ ରହିଛି । ଗୋରଖପୁର ପ୍ଲାଣ୍ଟ ପ୍ରତି ବର୍ଷ ୧୨.୭ ଏଲଏମଟି ଦେଶୀ ନିମ ଆବୃତ ୟୁରିଆ ଉତ୍ପାଦନ କରିବ। ଏହା ୟୁରିଆ ସାରର ଚାହିଦା ପୂରଣ କରିବା ସହିତ  ପୂର୍ବାଞ୍ଚଳର ଚାଷୀଙ୍କ ପାଇଁ ବହୁତ ଲାଭଦାୟକ ହୋଇପାରିବ। ଏହା ମଧ୍ୟ ଏହି ଅଞ୍ଚଳର ସାମଗ୍ରିକ ଅର୍ଥନୈତିକ ଅଭିବୃଦ୍ଧିରେ ଯୋଗଦାନ କରିବ।

- Advertisement -

ଏହି ପ୍ରକଳ୍ପକୁ ହିନ୍ଦୁସ୍ତାନ ଉର୍ବରକ ଓ ରସାୟନ ଲିମିଟେଡ୍‌ (ଏଚୟୁଆରଏଲ୍‌) ର ପୃଷ୍ଠପୋଷକତାରେ ସ୍ଥାପିତ କରାଯାଇଛି ଏବଂ ଏହା ନ୍ୟାସନାଲ୍ ଥର୍ମାଲ୍ ପାୱାର କର୍ପୋରେସନ, କୋଲ୍ ଇଣ୍ଡିଆ ଲିମିଟେଡ୍‌, ଇଣ୍ଡିଆନ୍ ଅଏଲ୍‌ କର୍ପୋରେସନ ଲିମିଟେଡ୍‌, ଫର୍ଟିଲାଇଜର କର୍ପୋରେସନ ଅଫ୍ ଇଣ୍ଡିଆ ଓ ହିନ୍ଦୁସ୍ତାନ ଫର୍ଟିଲାଇଜର କର୍ପୋରେସନ ଲିମିଟେଡ୍‌ର ଏକ ସଂଯୁକ୍ତ ଉଦ୍ୟମ କମ୍ପାନୀ ଅଟେ। ଏହା ଗୋରଖପୁର, ସିନ୍ଦରି ଓ ବରଉନି ଫର୍ଟିଲାଇଜର ପ୍ଲାଣ୍ଟର ପୁନରୁଦ୍ଧାର ପାଇଁ କାର୍ଯ୍ୟ କରୁଛି। ଗୋରଖପୁର ପ୍ଲାଣ୍ଟର କାର୍ଯ୍ୟକୁ ମେସର୍ସ ଟୋୟୋ ଇଞ୍ଜିନିୟରିଂ କର୍ପୋରେସନ, ଜାପାନ୍ ଓ ଟୋୟୋ ଇଞ୍ଜିନିୟରିଂ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ କନସୋର୍ଟିୟମ ସହିତ ପ୍ରଯୁକ୍ତି /ଲାଇସେନ୍‌ସର କେବିଆର, ୟୁଏସଏ (ଆମୋନିଆ ପାଇଁ) ଓ ଟୋୟୋ, ଜାପାନ (ୟୁରିଆ ପାଇଁ) ସମ୍ପାଦନ କରିଛନ୍ତି। ଏହି ପ୍ରକଳ୍ପରେ ବିଶ୍ବର ସର୍ବୋଚ୍ଚ ୧୪୯.୨ ମିଟରର ପ୍ରିଲିଂ ଟାୱାରରହିଛି। ଏଥିରେ ମଧ୍ୟ ଅଧିକ ସୁରକ୍ଷା ପାଇଁ ଭାରତର ପ୍ରଥମ ଏୟାର ପରିଚାଳିତ ରବର ଡ୍ୟାମ ଓ ବ୍ଲାଷ୍ଟ ପ୍ରୁଫ୍ କଣ୍ଟ୍ରୋଲ୍ ରୁମ୍ ରହିଛି।

ପ୍ରଧାନମନ୍ତ୍ରୀ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ଏମ୍‌ସ, ଗୋରଖପୁରକୁ ଦେଶକୁ ସମର୍ପିତ କରିବେ ଯାହାକୁ ୧୦୦୦ କୋଟି ଟଙ୍କା ମୂଲ୍ୟରେ ନିର୍ମାଣ କରାଯାଇଛି। ଏହାର ଶିଳାନ୍ୟାସ ପ୍ରଧାନମନ୍ତ୍ରୀଙ୍କ ୨୦୧୬ରେ କରାଯାଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ସ୍ଥାପିତ କରାଯାଇଛି। ଏହାଦ୍ବାରା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉନ୍ନତି ଅଣାଯାଇ ପାରିବ ଓ ଆଞ୍ଚଳିକ ଅସନ୍ତୁଳନତାକୁ ଦୂର କରାଯାଇପାରିବ। ଏମ୍‌ସ, ଗୋରଖପୁରରେ ୭୫୦ ଶଯ୍ୟା ବିଶିଷ୍ଟ ହସ୍‌ପିଟାଲ୍, ମେଡିକାଲ୍ କଲେଜ୍, ନର୍ସିଂ କଲେଜ୍, ଆୟୁଷ ବିଲ୍‌ଡିଂ, ସମସ୍ତ କର୍ମଚାରୀ ପାଇଁ ରହଣି ବ୍ୟବସ୍ଥା ଏବଂ ୟୁଜି ଓ ପିଜି ଛାତ୍ରମାନଙ୍କ ପାଇଁ ମଧ୍ୟ ହଷ୍ଟେଲ୍ ସୁବିଧା ରହିଛି।

ପ୍ରଧାନମନ୍ତ୍ରୀ ମଧ୍ୟ ଆଇସିଏମଆର – ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଣ୍ଟର (ଆରଏମଆରସି), ଗୋରଖପୁରର ନୂତନଭବନର ଉଦ୍‌ଘାଟନ କରିବେ। ଜାପାନାଜ୍ ଏନସିଫାଲିଟିସ୍ / ଆକ୍ୟୁଟ ଏନସିଫାଲିଟିସ୍ ସିଣ୍ଡ୍ରମ ର ନିୟନ୍ତ୍ରଣ କ୍ଷେତ୍ରରେ ଏହି ସେଣ୍ଟର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ନୂତନ ବିଲ୍‌ଡିଂରେ ଅତ୍ୟାଧୁନିକ ସୁବିଧା ରହିଛି ଓ ଏହା ସଂକ୍ରାମକ ତଥା ଅଣ-ସଂକ୍ରାମକ ରୋଗ କ୍ଷେତ୍ରରେ ଗବେଷଣା ପାଇଁ ନୂତନ ଦ୍ବାରା ଉନ୍ମୁକ୍ତ କରିବ ଏବଂ ଦକ୍ଷତା ବିକାଶରେ ମଧ୍ୟ ସହାୟକ ହେବ। ଏହା ସହିତ ଏହି ଅଞ୍ଚଳର ଅନ୍ୟ ଔଷଧ ପ୍ରତିଷ୍ଠାନଗୁଡ଼ିକୁ ସହାୟତା ଯୋଗାଇବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories