www.samajalive.in
Monday, December 8, 2025
27.1 C
Bhubaneswar

ଆଇସିସି ମାନ୍ୟତା : ନ୍ୟୁଜିଲାଣ୍ଡକୁ ହଟାଇ ଭାରତ ୧ନଂ ଟେଷ୍ଟ ଦଳ

ମୁମ୍ବଇ : ଏଠାରେ ୨ୟ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ଭାରତ ପରାସ୍ତକରି ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌କୁ ୧-୦ରେ ଜିତିନେଇଛି। ଏହି ବିଜୟ ସହ ବିଶ୍ବ ଟେଷ୍ଟ ଚମ୍ପିଆନ୍ ନ୍ୟୁଜିଲାଣ୍ଡକୁ ପଦଚ୍ୟୁତ କରି ଭାରତ ଆଇସିସି ମାନ୍ୟତାରେ ବିଶ୍ବର ୧ନଂ ଟେଷ୍ଟ ଦଳ ପାଲଟି ଯାଇଛି। ଏହି ପରାଜୟ ଯୋଗୁଁ ୩ ପଏଣ୍ଟ ହରାଇଥିବା ନ୍ୟୁଜିଲାଣ୍ଡ ଆଇସିସି ଟେଷ୍ଟ ଦଳ ମାନ୍ୟତାରେ ୧୨୧ ପଏଣ୍ଟ ସହ ୨ୟ ସ୍ଥାନକୁ ଖସିଆସିଛି। ୧୨୪ ପଏଣ୍ଟରେ ଥିବା ବିରାଟ କୋହଲିଙ୍କ ଦଳ ଭାରତ ପୁଣି ଆଇସିସି ଟେଷ୍ଟ ଦଳ ମାନ୍ୟତାରେ ୧ନଂ ସ୍ଥାନ ଦଖଲ କରିଛି। ୧୦୮ ପଏଣ୍ଟ ସହ ଅଷ୍ଟ୍ରେଲିଆ ୩ୟ, ୧୦୭ ପଏଣ୍ଟ ସହ ଇଂଲଣ୍ଡ ୪ର୍ଥ, ୯୨ ପଏଣ୍ଟ ସହ ପାକିସ୍ତାନ ୫ମ, ୮୮ ପଏଣ୍ଟ ସହ ଦକ୍ଷିଣ ଆଫ୍ରିକା ୬ଷ୍ଠ, ୮୩ ପଏଣ୍ଟ ସହ ଶ୍ରୀଲଙ୍କା ୭ମ, ୭୫ ପଏଣ୍ଟ ସହ ୱେଷ୍ଟଇଣ୍ଡିଜ୍‌ ୮ମ, ୪୯ ପଏଣ୍ଟ ସହ ବାଂଲାଦେଶ ୯ମ ଓ ୩୧ ପଏଣ୍ଟ ସହ ଜିମ୍ବାୱେ ୧୦ମ ସ୍ଥାନରେ ରହିଛି। ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଟେବୁଲ୍‌ରେ ୪୨ ପଏଣ୍ଟ ଓ ୫୮.୩୩ ପ୍ରତିଶତ ସହ ଭାରତ ୩ୟ ସ୍ଥାନରେ ରହିଛି। ୨ଟିଯାକ ଟେଷ୍ଟମ୍ୟାଚ୍‌ ଜିତି ଶ୍ରୀଲଙ୍କା ପ୍ରଥମ ସ୍ଥାନରେ ଏବଂ ପାକିସ୍ତାନ ୨ୟ ସ୍ଥାନରେ ରହିଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories