www.samajalive.in
Thursday, December 11, 2025
23.1 C
Bhubaneswar

ଭାରତ-ରୁଷ୍ ଶିଖର ବୈଠକ : ଭାରତକୁ ମହାଶକ୍ତି ଭାବେ ଦେଖିବାକୁ ଚାହୁଁ : ପୁତିନ

ନୂଆଦିଲ୍ଲୀ : ଭାରତ ଆମ ପାଇଁ ଏକ ଚିରସ୍ଥାୟୀ ବନ୍ଧୁ। ଏହି ବନ୍ଧୁ ରାଷ୍ଟ୍ର ଭାରତକୁ ଆମେ ବିଶ୍ବର ଏକ ମହାଶକ୍ତି ଭାବେ ଦେଖିବାକୁ ଚାହଁୁ ବୋଲି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି। ସୋମବାର ନୂଆଦିଲ୍ଲୀର ହାଇଦରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ହୋଇଥିବା ଶିଖର ବୈଠକ କାଳରେ ପୁତିନ ଏହା କହିଛନ୍ତି। ସେ କହିଛନ୍ତି ଯେ ଅନେକ କ୍ଷେତ୍ରରେ ଭାରତ-ରୁଷ୍ ବନ୍ଧୁତାର ସହିତ କାର୍ଯ୍ୟ କରିଆସୁଛନ୍ତି। ଦୁଇ ଦେଶ ମଧ୍ୟରେ ସାମରିକ ସମ୍ପର୍କ ଅତୁଳନୀୟ। ସାମରିକ ଓ ବୈଷୟିକ କ୍ଷେତ୍ରରେ ନୂଆଦିଲ୍ଲୀ ପ୍ରତି ଆମର ସହଯୋଗ ଜାରି ରହିଛି। ଆମେ ମିଳିତ ଭାବେ ଉଚ୍ଚ ଜ୍ଞାନକୌଶଳ ବିକାଶ କରିଛୁ। ବାଣିଜ୍ୟିକ କ୍ଷେତ୍ରରେ ମଧ୍ୟ ସମ୍ପର୍କ ବୃଦ୍ଧି ପାଇଛି। ଚଳିତବର୍ଷ ଦୁଇଦେଶ ମଧ୍ୟରେ ବାଣିଜ୍ୟ କାରବାରରେ ୩୮% ବୃଦ୍ଧି ଘଟିଛି। ଆଗାମୀ ଦିନରେ ରୁଷ୍ ୩୮୦୦ କୋଟି ଡଲାର ପୁଞ୍ଜିନିବେଶ କରିବାକୁ ଯାଉଛି। ତେବେ ଆତଙ୍କବାଦ କ୍ଷେତ୍ର ପ୍ରତି ଆମେ ବେଶ ସମ୍ବେଦନଶୀଳ ରହିଛୁ। ଆତଙ୍କବାଦକୁ ଦମନ ସହିତ ମାଦକଦ୍ରବ୍ୟ ଚୋରାଚାଲାଣ ଓ ସଂଗଠିତ ଅପରାଧ ବିରୋଧରେ ଲଢେଇ ପାଇଁ ଆମେ ଏକଜୁଟ୍ ହୋଇ ରହିଛୁ। ଆଫଗାନିସ୍ତାନର ପରିସ୍ଥିତି ଉପରେ ଉଭୟ ନଜର ରଖିଥିବା ବିଷୟ ପୁତିନ କହିଛନ୍ତି।
ଶିଖର ବୈଠକରେ ମୋଦୀ କହିଛନ୍ତି ଯେ ଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ବରେ ଅନେକ ପ୍ରକାର ମୌଳବାଦ ଓ ରାଜନୈତିକ ପରିବର୍ତ୍ତନ ଦେଖିଛି। ଏତେ ସବୁ ପରିବର୍ତ୍ତନ ମଧ୍ୟରେ ଭାରତ-ରୁଷ୍ ସମ୍ପର୍କ ଅତୁଟ ରହିଛି। ଏପରିକି ଦୁଇ ଦେଶ ମଧ୍ୟରେ ରହିଥିବା ସ୍ବତନ୍ତ୍ର ପ୍ରତିରକ୍ଷା ସମ୍ପର୍କ ଅଧିକ ନିବିଡ ହେବାରେ ଲାଗିଛି। ମୋଦୀ କହିଛନ୍ତି ଯେ କରୋନା ମହାମାରୀ ସମୟରେ ମଧ୍ୟରେ ଆମ ସମ୍ପର୍କ ପ୍ରଭାବିତ ହୋଇନାହିଁ। ଆଫଗାନିସ୍ତାନରେ ପରିସ୍ଥିତି ବଦଳିବା ସମୟରେ ମଧ୍ୟ ଦୁଇଦେଶ ପରସ୍ପର ସମ୍ପର୍କରେ ରହିଥିଲେ। ବିଗତ ଦିନରେ ଆମେ କେବଳ ପରସ୍ପରକୁ ସହଯୋଗ କରିନାହୁଁ ; ବରଂ ଆମେ ପରସ୍ପରର ସମ୍ବେଦନଶୀଳତାକୁ ସମ୍ମାନ ଦେଇଛୁ। ମୋଦୀ କହିଛନ୍ତି ଯେ ବାସ୍ତବରେ ଦେଶର ସମ୍ପର୍କ ସ୍ବତନ୍ତ୍ର। ଏହି ସମ୍ପର୍କ ଆନ୍ତର୍ଜାତିକ ସମ୍ପର୍କର ଏକ ବଳିଷ୍ଠ ନିଦର୍ଶନ। ମୋଦୀ ଓ ପୁତିନଙ୍କ ମଧ୍ୟରେ ହୋଇଥିବା ଆଜିର ବୈଠକ ହେଉଛି ୨୧ତମ ଶିଖର ବୈଠକ। ଶିଖର ବୈଠକ ନିମନ୍ତେ ମୋଦୀ ହାଇଦରାବାଦ ହାଉସରେ ପୁତିନଙ୍କୁ ସ୍ବାଗତ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

Related Articles

Popular Categories