www.samajalive.in
Tuesday, December 9, 2025
17.1 C
Bhubaneswar

ହରଭଜନ୍‍ଙ୍କୁ ପରାମର୍ଶ ମାଗିଲେ ମୋଇନ୍‍

ଲଣ୍ଡନ : ଭ୍ରମଣକାରୀ ଭାରତ ଓ ଘରୋଇ ଇଂଲଣ୍ଡ କ୍ରିକେଟ୍‍ ଦଳ ମଧ୍ୟରେ ଖେଳାଯାଉଥିବା ୫ମ ଟେଷ୍ଟ ମ୍ୟାଚ୍‍ ସମୟରେ ଇଂଲଣ୍ଡର ସ୍ପିନର ମୋଇନ୍‍ ଅଲି ଭାରତୀୟ ସ୍ପିନର ହରଭଜନ୍‍ ସିଂହଙ୍କଠାରୁ ପରାମର୍ଶ ଲୋଡ଼ିଥିଲେ। ୫ମ ଟେଷ୍ଟମ୍ୟାଚ୍‍ରେ ନିଜ ବୋଲିଂରେ ସନ୍ତୁଷ୍ଟ ନ ଥିବା ମୋଇନ୍‍ କିପରି ନିଜ ପ୍ରଦର୍ଶନରେ ଉନ୍ନତି ଆଣିପାରିବେ; ସେ ସଂକ୍ରାନ୍ତରେ ହରଭଜନ୍‍ଙ୍କୁ ପରାମର୍ଶ ମାଗିଥିଲେ। ବିଶେଷ କରି ପିଚ୍‍ ଆଖପାଖରେ ଥିବା ଖଦଡ଼ା ସ୍ଥାନରେ ବଲ୍‍ ପକାଇ କିପରି ଅଧିକ ସ୍ପିନ ହାସଲ କରିପାରିବେ ସେ ସଂକ୍ରାନ୍ତରେ ହରଭଜନ୍‍ଙ୍କଠାରୁ ମୋଇନ ପରାମର୍ଶ ଲୋଡ଼ିଥିଲେ। ଇଂଲଣ୍ଡ କ୍ରିକେଟ୍‍ ଦଳରେ ବୋଲିଂ ଉପଦେଷ୍ଟା ଭାବେ ସାକ୍‌ଲେନ୍ ମୁସ୍ତାକ୍‌ଙ୍କ ପରି ବିଶ୍ବପ୍ରସିଦ୍ଧ ଅଫ୍‌ସ୍ପିନର ଥିଲେ ମଧ୍ୟ ହରଭଜନ୍‍ଙ୍କଠାରୁ ପରାମର୍ଶ ଲୋଡ଼ିଥିଲେ ମୋଇନ୍‍।
ଏ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ହରଭଜନ୍‍ କହିଥିଲେ, ୫ମ ଟେଷ୍ଟରେ ନିଜ ବୋଲିଂ ନେଇ ମୋଇନ୍‍ ସନ୍ତୁଷ୍ଟ ନ ଥିଲେ। ଏହି ମ୍ୟାଚ୍‍ରେ କିପରି ପ୍ରଭାବୀ ପ୍ରଦର୍ଶନ କରିବେ ସେ ସଂପର୍କରେ କିଛିଟା ପରାମର୍ଶ ଚାହିଁଥିଲେ। ହରଭଜନ୍‍ ସରେ ତରଫରୁ କାଉଣ୍ଟି କ୍ରିକେଟ୍‍ ଖେଳିଥିବାରୁ ଏଠାରେ କିପରି ବୋଲିଂ କରିବାକୁ ହୁଏ; ତାହା ଭଲ ଭାବେ ଜାଣିଛନ୍ତି। ମୋଇନ୍‍ଙ୍କୁ ପରାମର୍ଶ ଦେଇ ହରଭଜନ କହିଥିଲେ କ୍ରିଜ୍‍ର ଆଖପାଖରେ ଥିବା ଖଦଡ଼ା ସ୍ଥାନରେ ବଲ୍‍ ପକାଇ ସ୍ପିନ ଆଶା ରଖିବା ଅପେକ୍ଷା ଉପଯୁକ୍ତ ଲାଇନ୍‍ ଲେନ୍‍ଥରେ ବୋଲିଂ କଲେ ନିଶ୍ଚିତ ଭାବେ ସଫଳ ମିଳିବ। ହରଭଜନ୍‍ଙ୍କ ଠାରୁ ପରାମର୍ଶ ନେଇ ମୋଇନ୍‍ ଠିକ୍‍ ଏପରି କରିଥିବା ଦେଖିବାକୁ ମିଳିଥିଲା। ସେ ପ୍ରଥମ ଇନିଂସରେ ୨ଟି ୱିକେଟ୍‍ ହାସଲ କରି ପାରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories