www.samajalive.in
Monday, December 8, 2025
27.1 C
Bhubaneswar

ରାଜ୍ୟସଭା ଏବଂ ବିଧାନ ପରିଷଦ ନିର୍ବାଚନରୁ ହଟିଲା ନୋଟା ବିକଳ୍ପ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ନିର୍ବାଚନ ଆୟୋଗ ରାଜ୍ୟସଭା ଏବଂ ବିଧାନ ପରିଷଦ ନିର୍ବାଚନର ବାଲାଟ ପେପରରୁ ଉପରୋକ୍ତ ମଧ୍ୟରୁ କେହି ନୁହଁ (ନୋଟା) ବିକଳ୍ପକୁ ମଙ୍ଗଳବାର ହଟାଇ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସୁପ୍ରିମକୋର୍ଟ ଅଗଷ୍ଟ ୨୧ରେ ରାଜ୍ୟସଭା ନିର୍ବାଚନ ମତପତ୍ରରୁ ନୋଟା ବିକଳ୍ପ ନ ରଖିବାକୁ ନିର୍ଦେଶ ଦେଇଥିଲେ। ତେବେ ଲୋକସଭା ଏବଂ ବିଧାନସଭା ଭଳି ପ୍ରତ୍ୟକ୍ଷ ନିର୍ବାଚନରେ ନୋଟା ଏକ ବିକଳ୍ପ ଭାବେ ରହିବ। ଏହି ପରିପ୍ରେକ୍ଷୀରେ ଜାତୀୟ ନିର୍ବାଚନ ଆୟୋଗ ସମସ୍ତ ରାଜ୍ୟରେ ପ୍ରମୁଖ ନିର୍ବାଚନ ଅଧିକାରୀଙ୍କୁ ଏକ ନିର୍ଦେଶନାମା ଜାରି କରି ରାଜ୍ୟସଭା ଏବଂ ବିଧାନ ପରିଷଦ ନିର୍ବାଚନରେ ନୋଟା ବିକଳ୍ପ ହଟାଇ ଦେବାକୁ କହିଛନ୍ତି।

ସେପଟେ ଆମ ଆଦମୀ ପାର୍ଟି (ଆପ)ର ନିର୍ବାଚନ ପାଣ୍ଠି ସଂଗ୍ରହରେ ବିସଙ୍ଗତି ଦର୍ଶାଇ ନିର୍ବାଚନ ଆୟୋଗ ମଙ୍ଗଳବାର ଆପକୁ କାରଣ ଦର୍ଶାଅ ନୋଟିସ୍‍ ଜାରି କରିଛନ୍ତି। ୨୦ ଦିନ ମଧ୍ୟରେ ଜବାବ ଦେବାକୁ କୁହାଯାଇଛି। ନୋଟିସରେ ଦର୍ଶାଯାଇଛି ଯେ ଆପ ୨୦୧୫ ସେପ୍ଟେମ୍ବର ୩୦ରେ ୨୦୧୪-୧୫ ବର୍ଷରେ ସଂଗ୍ରହ ମୋଟ ପାଣ୍ଠି ସଂଗ୍ରହ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଥିଲେ। ପରେ ୨୦୧୭ ମାର୍ଚ୍ଚ ୨୦ରେ ଏକ ସଂଶୋଧିତ ରିପୋର୍ଟ ପ୍ରଦାନ କରାଯାଇଥିଲା। ୨୦୧୪-୧୫ ବର୍ଷରେ ସଂଗ୍ରହ ଦାନ ଅର୍ଥ ଆପ ଲୁଚାଇଥିବା ନେଇ ସିବିଡିଟି ପ୍ରମୁଖ କାର୍ଯ୍ୟାଳୟରୁ ଏକ ପତ୍ର ମିଳିଛି। ଏହିସବୁ ଆଧାରରେ କାରଣ ଦର୍ଶାଅ ନୋଟିସଜ ଜାରି କରାଯାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories