www.samajalive.in
Tuesday, December 9, 2025
16.1 C
Bhubaneswar

ଅର୍ଜୁନ ପୁରସ୍କାର ପାଇଁ ଅମିତଙ୍କ ନାମ ସୁପାରିସ

ନୂଆଦିଲ୍ଲୀ : ଚଳିତବର୍ଷ ଅର୍ଜୁନ ପୁରସ୍କାର ନିମନ୍ତେ ବକ୍ସର ଅମିତ ପାନ୍‍ଗଲ୍‍ଙ୍କ ନାମ ସୁପାରିସ କରିଛି ଭାରତୀୟ ବକ୍ସିଂ ମହାସଂଘ। ଏସୀୟ କ୍ରୀଡ଼ାର ୪୯ କେଜିରେ ଅମିତ୍‍ ଅଲିମ୍ପିକ୍‍ ଚମ୍ପିଆନ୍‍ ଉଜ୍‍ବେକିସ୍ତାନର ହାସନ୍‍ବୟ ଡୁସମାଟୋଭଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ। ପୂର୍ବରୁ ଅର୍ଜୁନ ପୁରସ୍କାର ନିମନ୍ତେ ସୋନିଆ ଲାଥେର୍‍ ଓ ଗୌରବ ବିଧୁରିଙ୍କ ନାମ ସୁପାରିସ କରିସାରିଛି ବକ୍ସିଂ ମହାସଂଘ। ପ୍ରତିକ୍ରିୟାରେ ଅମିତ କହିଥିଲେ ତାଙ୍କ ନାମ ଅର୍ଜୁନ ପୁରସ୍କାର ନିମନ୍ତେ ସୁପାରିସ କରାଯାଇଥିବା ଖବରରେ ସେ ବହୁତ ଖୁସି ଅଛନ୍ତି।
୨୦୧୨ରେ ଡୋପ୍‍ ଟେଷ୍ଟରେ ଧରାପଡ଼ି ୧ବର୍ଷ ବାସନ୍ଦର ଶିକାର ହୋଇଥିବା ଅମିତଙ୍କ ନାମ ଅର୍ଜୁନ ପୁରସ୍କାର ନିମନ୍ତେ ସୁପାରିସ କରାଯିବ କି ନାହିଁ ସେ ନେଇ ପୂର୍ବରୁ ସନ୍ଦେହ ରହିଥିଲା। ଏ ସଂପର୍କରେ ମତ ଦେଇ ୨୨ ବର୍ଷୀୟ ଅମିତ କହିଥିଲେ ୨୦୧୨ରେ ତାଙ୍କୁ ହାଡଫୁଟି ହୋଇଥିଲା। ଏଥିରୁ ଉପଶମ ପାଇଁ ସେ ଯେଉଁ ଔଷଧ ସେବନ କରିଥିଲେ ହୁଏତ ସେଥିରେ କିଛିଟା ନିଷିଦ୍ଧ ଦ୍ରବ୍ୟ ଥିଲା, ଯାହାକି ଡୋପ୍‍ ପରୀକ୍ଷାରେ ଧରା ପଡ଼ିଥିଲା। ତେବେ ସେତେବେଳେ ତାଙ୍କୁ ବହୁତ କମ୍‍ ବୟସ ହୋଇଥିବାରୁ ଏ ସବୁ ସଂକ୍ରାନ୍ତରେ ତାଙ୍କର ଜ୍ଞାନ କମ୍‍ ଥିଲା। ହରିୟାଣାର ରୋହତକ୍‍ ବାସିନ୍ଦା ଅମିତ ୨୦୧୭ ମେ’ରେ ଏସିଆନ୍‍ ବକ୍ସିଂ ଚମ୍ପିଆନସିପ୍‍ରେ ବ୍ରୋଞ୍ଜ୍‍ ପଦକ ଜିତିଥିଲେ। ସେହିବର୍ଷ ବିଶ୍ୱ ଚମ୍ପିଆନ୍‍ସିପରେ ସେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ସକ୍ଷମ ହୋଇଥିଲେ। ଏହାପରେ ସେ ଦିଲ୍ଲୀରେ ଆୟୋଜିତ ଇଣ୍ଡିଆ ଓପନ୍‍ ଓ ବୁଲଗେରିଆରେ ଆୟୋଜିତ ଟ୍ରାନ୍‍ଜା ସ୍ମାରକୀ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ରୌପ୍ୟ ପଦକ ଜିତିଥିବା ବେଳେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିିତିବାକୁ ସକ୍ଷମ ହୋଇଥିଲେ। ପ୍ରତିବର୍ଷ ଅଗଷ୍ଟ ୨୯ରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଥାଏ। ତେବେ ଚଳିତଥର ଏସୀୟ କ୍ରୀଡ଼ାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨୫ରେ ଜାତୀୟ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories