www.samajalive.in
Thursday, December 11, 2025
18.1 C
Bhubaneswar

ବିହାର, ପଶ୍ଚିମବଙ୍ଗ ଏବଂ କେରଳ ସାଂସଦ ଓ ବିଧାୟକଙ୍କ ନାମରେ ସବୁଠୁ ଅଧିକ ଅପରାଧିକ ମାମଲା

ନୂଆଦିଲ୍ଲୀ : ବିହାର ସାଂସଦ ଏବଂ ବିଧାୟକଙ୍କ ନାମରେ ସବୁଠୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି। ଏହା ପଛକୁ ପଶ୍ଚିମବଙ୍ଗ ଏବଂ କେରଳ ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଅଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମଙ୍ଗଳବାର ସୁପ୍ରିମକୋର୍ଟରେ ଦାଖଲ ସତ୍ୟପାଠରୁ ଏହା ଜଣାପଡିଛି। ସତ୍ୟପାଠ ଅନୁସାରେ ସୁପ୍ରିମକୋର୍ଟଙ୍କ ନିର୍ଦେଶ କ୍ରମେ ଗଠିତ ସ୍ୱତନ୍ତ୍ର ଅଦାଲତଗୁଡ଼ିକୁ ଏଭଳି ୧୨୩୩ ମାମଲା ସ୍ଥାନାନ୍ତର କରାଯାଇଛି। ଏହି ଅଦାଲତଗୁଡ଼ିକରେ ଖୁବଶୀଘ୍ର ଜନପ୍ରତିନିଧିଙ୍କ ବିରୋଧରେ ରୁଜୁ ମାମଲାର ତ୍ବରିତ ଶୁଣାଣି ହେବ । ଏପର୍ଯ୍ୟନ୍ତ ଏଭଳି ୧୩୬ଟି ମାମଲାର ଫଇସଲା ହୋଇଛି। ବାକି ୧୦୯୭ଟି ମାମଲାର ଶୁଣାଣି ବାକି ଅଛି। ବିହାର ସାଂସଦ ଏବଂ ବିଧାୟକଙ୍କ ନାମରେ ରୁଜୁ ୨୬୦ ମାମଲା ସ୍ୱତନ୍ତ୍ର ଅଦାଲତକୁ ପଠାଯାଇଛି। ସେଥିମଧ୍ୟରୁ ଗତ ମାସରେ ୧୧ଟି ମାମଲାର ଶୁଣାଣି ହୋଇଛି ଓ ୨୪୯ଟି ମାମଲାର ଶୁଣାଣି ବାକି ରହିଛି। ଅପରାଧିକ ମାମଲାର ଶୁଣାରି କ୍ଷେତ୍ରରେ ପଶ୍ଚିମବଙ୍ଗ ସବୁଠୁ ପଛରେ ରହିଛି। ଏଠାରେ ମାର୍ଚ୍ଚ ୨୦୧୮ ମଧ୍ୟରେ ସାଂସଦ ଏବଂ ବିଧାୟକଙ୍କ ନାମରେ ୨୧୫ଟି ମାମଲା ରୁଜୁ ହୋଇଛି ଓ ଏପର୍ଯ୍ୟନ୍ତ ଗୋଟିଏ ବି ମାମଲାର ଶୁଣାଣି ହୋଇନି। କେରଳ ସାଂସଦ ଏବଂ ବିଧାୟକଙ୍କ ନାମରେ ରୁଜୁ ୧୭୮ ମାମଲା ଉପରେ କୌଣସି ସୂଚନା ନାହିଁ। କେରଳ ପଛକୁ ଦିଲ୍ଲୀର ସାଂସଦ ଏବଂ ବିଧାୟକଙ୍କ ନାମରେ ୧୫୭ ଅପରାଧିକ ମାମଲା ରୁଜୁ ହୋଇଥିଲା। ଗତ ୬ ମାସ ମଧ୍ୟରେ ଏହା ମଧ୍ୟରୁ ୪୪ଟି ମାମଲାର ଶୁଣାଣି ହୋଇଛି। ଦିଲ୍ଲୀର ଅନ୍ୟ ୪୫ ମାମଲା ସେସନ୍‍ କୋର୍ଟରେ ବିଚାରଧୀନ ରହିଛି ଓ ୬ଟି ମାମଲାର ରାୟ ପ୍ରକାଶ ପାଇଛି। ସେହିପରି କର୍ଣ୍ଣାଟକ ସାଂସଦ ଏବଂ ବିଧାୟକଙ୍କ ନାମରେ ରୁଜୁ ୧୪୨ ମାମଲାରୁ ୧୯ଟିର ଶୁଣାଣି ହୋଇ ରାୟ ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶ ଏବଂ ତେଲଙ୍ଗାନା ସାଂସଦ ଏବଂ ବିଧାୟକଙ୍କ ନାମରେ ୬୪, ମହାରାଷ୍ଟ୍ରରେ ୫୦, ମଧ୍ୟପ୍ରଦେଶରେ ୨୮ ଅପରାଧିକ ମାମଲା ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟକୁ ଦିଆଯାଇଥିବା ସତ୍ୟପାଠରେ କୁହାଯାଇଛି ଯେ ଏଭଳି ମାମଲାର ଶୁଣାଣି ପାଇଁ ୧୨ଟି ସ୍ୱତନ୍ତ୍ର ଅଦାଲତ ଗଠନ ହୋଇଛି। ତାହା ମଧ୍ୟରେ ୬ଟି ସେସନ୍‍ କୋର୍ଟ ଏବଂ ୫ଟି ମାଜିଷ୍ଟ୍ରେଟ୍‍ କୋର୍ଟ ରହିଛି। ତାମିଲନାଡୁ ସ୍ୱତନ୍ତ୍ର ଅଦାଲତ ସମ୍ପର୍କିତ ତଥ୍ୟ ମିଳିନାହିଁ।
ଉଲ୍ଲେଖଯୋଗ୍ୟ ଯେ ପୂର୍ବ ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସ୍ୱତନ୍ତ୍ର ଅଦାଲର ସଂଖ୍ୟା, ମାମଲାର ସ୍ଥିତି ଏବଂ ଅଧିକ ଅଦାଲତ ଆବଶ୍ୟକ କି ନାହିଁ ତାହା ଉପରେ ସବିଶେଷ ତଥ୍ୟ ସତ୍ୟପାଠ ଆକାରରେ ଦେବାକୁ ନିର୍ଦେଶ ଦେଇଥିଲେ।

Hot this week

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

Related Articles

Popular Categories