www.samajalive.in
Friday, December 12, 2025
19.1 C
Bhubaneswar

ଭାଗ ମାଗୁଥିବା ଝିଅଙ୍କୁ କହିଲେ କୋର୍ଟ, ବାପା ଶାନ୍ତିରେ ରହିବା ପାଇଁ ଘର ଛାଡ଼ି ଚାଲିଯାଅ

ମୁମ୍ବଇ: ସମ୍ପତ୍ତିରେ ଭାଗ ଦାବି କରି ବାପାଙ୍କୁ ନିର୍ଯାତନା ଦେଉଥିବା ଜଣେ ଉଚ୍ଚ ଶିକ୍ଷିତା ଝିଅଙ୍କୁ ବମ୍ବେ ଉଚ୍ଚ ନ୍ୟାୟାଳୟ ଭଲ କରି ଦି’ପଦ ଶୁଣାଇଛନ୍ତି। ବାପାଙ୍କୁ ଅବଶିଷ୍ଟ ଜୀବନ ଶାନ୍ତିରେ ବଞ୍ଚିବା ପାଇଁ ତୁରନ୍ତ ନିଜ ଜିନିଷପତ୍ର ସହ ତାଙ୍କ ଘର ଛାଡ଼ି ଚାଲିଯିବାକୁ ଉଚ୍ଚ ନ୍ୟାୟାଳୟର ବିଚାରପତି ଗୌତମ ପଟେଲ ଓ ମାଧବ ଜାମଦାରଙ୍କ ପୀଠ ନିର୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ; ସମ୍ପତ୍ତି ପାଇଁ ଧନୀ ବୟସ୍କ ବାପା-ମାଆଙ୍କୁ ନିଜ ସନ୍ତାନମାନେ ନିର୍ଯାତନା ଦେଉଥିବା ଓ ଶେଷ ଜୀବନ ଶାନ୍ତିରେ ବିତାଇବା ସୁଯୋଗ ଦେଉ ନ ଥିବାର ଏକାଧିକ ଦୃଷ୍ଟାନ୍ତ ମୁମ୍ବଇ ମହାନଗରୀରେ ବଢ଼ିଚାଲିଛି ବୋଲି ମତ ଦେଇ କହିଛନ୍ତି ଯେ ବାପା ଜୀବିତ ଥିବାବେଳେ ତାଙ୍କ ସମ୍ପତ୍ତି ଉପରେ ଭାଗ ଦାବି କରିବାର ଅଧିକାର ପୁଅ-ଝିଅଙ୍କୁ ଦେଲା କିଏ ? ବାପା ଜୀବିତ ଥିବାବେଳେ ତାଙ୍କ ସମ୍ପତ୍ତି​‌େ​‌ର କୌଣସି ଭାଗ ଦାବି କରିବା ଅଧିକାର ଝିଅଙ୍କର ନାହିଁ। ବାପା ସ୍ବାଧୀନ ଭାବେ ଓ ନିଜ ପସନ୍ଦରେ ସମ୍ପତ୍ତିର ଭବିଷ୍ୟତ ନିର୍ଦ୍ଧାରଣ କରିବେ। ଯାହାକୁ ଯାହା ଚାହିଁବେ ଦେଇପାରିବେ। ଏଥିରେ ତାଙ୍କୁ କେହି ବାଧା ଦେଇପାରିବେ ନାହିଁ ବୋଲି ପୀଠ କହିଛନ୍ତି।

ଦକ୍ଷିଣ ମୁମ୍ବଇ ମହାନଗରୀର ଏକ ଫ୍ଲାଟ୍‌ରେ ବାସ କରୁଥିବା ଜଣେ ବରିଷ୍ଠ ନାଗରିକଙ୍କର ୪ ଝିଅ। ସମସ୍ତେ ବିବାହିତ। ୨୦୧୫ରେ ଜର୍ମାନୀରେ ରହୁଥିବା ଜଣେ ଝିଅ ବାପାଙ୍କ ଘରକୁ ଆସିଥିଲେ। କିଛି ଦିନ ରହି ସେ ଫେରିଯିବେ ବୋଲି ବାପା ଭାବିଥିଲେ; କିନ୍ତୁ ଝିଅ ଫେରିବା ପରିବର୍ତ୍ତେ ସେଠାରେ ରହି ନିଜର ଅଧିକାର ସାବ୍ୟସ୍ତ କରିବସିଲେ। ପରେ ବାପାଙ୍କୁ ସମ୍ପତ୍ତିରୁ ଭାଗ ଦାବି କଲେ। ବାପା ଏଥିରେ ଅରାଜି ହେବାରୁ ସେ ପ୍ରଥମେ ନିମ୍ନ ଅଦାଲତର ଆଶ୍ରୟ ନେଲେ। ବରିଷ୍ଠ ନାଗରିକ ତଥା ବୟସ୍କ ବାପା-ମଆଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ-୨୦୦୭ ବଳରେ ଅଦାଲତ ୨୦୨୦ ନଭେମ୍ବର ୨୭ରେ ବାପାଙ୍କ ସପକ୍ଷରେ ରାୟ ଦେଲେ। ଏହାର ପ୍ରତିବାଦରେ ଝିଅ ଉଚ୍ଚ ନ୍ୟାୟାଳୟରେ ପହଞ୍ଚିଲେ। ଏହାର ଶୁଣାଣିବେଳେ ଉଚ୍ଚ ନ୍ୟାୟାଳୟର ଉପରୋକ୍ତ ଦୁଇ ଜଣିଆ ପୀଠ ପ୍ରତ୍ୟକ୍ଷ ଭାବେ ଆବେଦନକାରୀଙ୍କ ବାପାଙ୍କ ସହ କଥା ହେବାକୁ ଚାହିଁଲେ।

- Advertisement -

ଆଭାସି ଯୋଗେ କଥାବାର୍ତ୍ତା ବେଳେ ବାପା ସ୍ପଷ୍ଟ କହିଥିଲେ ଯେ ସେ ସୁସ୍ଥ ଓ ଚଳତ୍‌କ୍ଷମ ଅଛନ୍ତି। ସେ ଶାନ୍ତିରେ ରହିବାକୁ ଚାହାନ୍ତି; ତେଣୁ ଝିଅ ଗୋଟିଏ ମିନିଟ ମଧ୍ୟ ତାଙ୍କ ଘରେ ରହିବା ସେ ଚାହାନ୍ତି ନାହିଁ। ଏପରି ଜବାବ ଶୁଣିବା ପରେ ପୀଠ ଆବେଦନକାରୀ ଝିଅଙ୍କୁ ତୁରନ୍ତ ବାପାଙ୍କ ଘର ଛାଡ଼ି ଚାଲିଯିବାକୁ ନିର୍ଦେଶ ଦେଇଥିଲେ। ମୁମ୍ବଇ ମହାନଗରୀରେ ବହୁ ଧନୀ ବାପା ତଥା ବରିଷ୍ଠ ନାଗରିକ ଅସ୍ତଗାମୀ ଜୀବନରେ ଏଭଳି ନିର୍ଯାତିତ ହେବା ସହ ନିଜ ଅଧିକାରରୁ ବଞ୍ଚିତ ହେଉଥିବାର ଦୃଷ୍ଟାନ୍ତ ଥିବାରୁ ଏହାକୁ ଆଗକୁ ନ ବଢ଼ାଇ ତୁରନ୍ତ ନ୍ୟାୟ ପ୍ରଦାନ କରାଯିବା ଉଚିତ ବୋଲି ଦୁଇ ବିଚାରପତି ରାୟ ଶୁଣାଇଥିଲେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories