www.samajalive.in
Friday, December 12, 2025
19.1 C
Bhubaneswar

ବେଲ୍‌ଜିୟମ ପରାସ୍ତ, ସେମିରେ ଭାରତ

ଭୁବନେଶ୍ୱର: ଭାରତ କନିଷ୍ଠ ପୁରୁଷ ହକି ବିଶ୍ୱକପ୍‌ର ୧୨ଶ ସଂସ୍କରଣର ସେମିଫାଇନାଲରେ ପ୍ରବେଶ କରିଛି। ଗୋଲରକ୍ଷକ ପୱନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଗତଥରର ଚମ୍ପିଆନ ଭାରତ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବେଲ୍‌ଜିୟମକୁ ପରାସ୍ତକରି ସେମିରେ ପହଞ୍ଚିଛି। ବୁଧବାର ସନ୍ଧ୍ୟାରେ କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ଅନ୍ତିମ କ୍ୱାର୍ଟରଫାଇନାଲରେ ଭାରତ ୧-୦ ଗୋଲରେ ବେଲ୍‌ଜିୟମକୁ ପରାସ୍ତ କରିଛି। ଶାରଦା ନନ୍ଦ ତିୱାରୀ ଭାରତ ପାଇଁ ବିଜୟସୂଚକ ଗୋଲ୍‌ ଦେଇଥିଲେ। ଭାରତ ମ୍ୟାଚ୍‌ରେ ପ୍ରତିଟି ବିଭାଗରେ ତ୍ରୁଟିଶୂନ୍ୟ ଖେଳ ପ୍ରଦର୍ଶନ କରିଥିବା ବେଳେ ବେଲଜିୟମ ୩ଟି ପେନାଲ୍‌ଟି କର୍ଣ୍ଣର ହାତଛଡ଼ା କରିବା ଏହା ପାଇଁ ମହଙ୍ଗା ପଡ଼ିଥିଲା। ଏହି ପରାଜୟ ସହ ବେଲ୍‌ଜିୟମ ପ୍ରତିଯୋଗିତାର ପଦକ ଦୌଡ଼ରୁ ବାଦ୍‍ପଡ଼ିଛି। ଭାରତ ଶୁକ୍ରବାର ୨ୟ ସେମିଫାଇନାଲ ମ୍ୟାଚ୍‌ରେ ଜର୍ମାନୀକୁ ଭେଟିବ।

ଭାରତ ଓ ବେଲ୍‌ଜିୟମ୍‌ ଆରମ୍ଭରୁ ଆକ୍ରମଣାତ୍ମକ ପନ୍ଥା ଆପଣାଇଥିଲେ। ତଥାପି ପ୍ରଥମ କ୍ୱାର୍ଟରରେ କେହି କାହାରିକୁ ଗୋଲ୍‌ ଦେବାରେ ସଫଳ ହୋଇନଥିଲେ। ୨ୟ କ୍ୱାର୍ଟର ପ୍ରାରମ୍ଭରୁ ବେଲ୍‌ଜିୟମ ଗୋଲ ଦେବା ନେଇ ଏକ ସୁଯୋଗ ପାଇଥିଲେ ମଧ୍ୟ ଏହାକୁ ହାତଛଡ଼ା କରିଥିଲା। ୨୦ ମିନିଟ୍‍ରେ ମ୍ୟାଚର ପ୍ରଥମ ପେନାଲ୍‌ଟି କର୍ଣ୍ଣର ଭାରତକୁ ମିଳିଥିଲା। ଏହାକୁ ଶାରଦା ନନ୍ଦ ତିୱାରୀ ଗୋଲରେ ପରିଣତ

- Advertisement -

କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ୨୬ ମିନିଟ୍‍ରେ ବେଲଜିୟମକୁ ପ୍ରଥମ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଗୋଲ୍‌ ସୁଝାଇବା ପାଇଁ ବେଲ୍‌ଜିୟମ୍‌ ନିକଟରେ ସୁଯୋଗ ଥିଲେ ମଧ୍ୟ ଏହାକୁ ହାତଛଡ଼ା କରିଥିଲା। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଭାରତ ୧-୦ ଗୋଲରେ ଆଗୁଆ ରହିିଥିଲା। ଦ୍ୱିତୀୟାର୍ଦ୍ଧରେ ମଧ୍ୟ ଭାରତ ଆକ୍ରମଣାତ୍ମକ ଖେଳ ଜାରି ରଖିଥିଲା। ୩ୟ କ୍ୱାର୍ଟର ଖେଳ ସଂଘର୍ଷପୂର୍ଣ୍ଣ ହୋଇଥିଲା। ବେଲ୍‌ଜିୟମ ଗୋଲ ବରାବର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଭାରତ କୌଣସି ସୁଯୋଗ ଦେଇନଥିଲା। ୩ୟ କ୍ୱାର୍ଟର ମଧ୍ୟ ଗୋଲଶୂନ୍ୟ ରହିଥିଲା। ଅନ୍ତିମ କ୍ୱାର୍ଟରରେ ଉଭୟ ଦଳ କେହି କାହାରିକୁ ସାମାନ୍ୟତମ ସୁଯୋଗ ଦେଇନଥିଲେ। ୫୨ ମିନିଟ୍‍ରେ ବେଲଜିୟମକୁ ୨ୟ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ଗୋଲ ସୁଝାଇବା ପାଇଁ ବେଲ୍‌ଜିୟମ ନିକଟରେ ସୁଯୋଗ ଥିଲେ ମଧ୍ୟ ଭାରତୀୟ ଗୋଲ୍‌ରକ୍ଷକ ପୱନ କୌଣସି ସୁଯୋଗ ଦେଇନଥିଲେ। ଖେଳର ଶେଷ ୪ ମିନିଟ୍‍ରେ ବେଲଜିୟମ ଗୋଲରକ୍ଷକ ଗୋଲପୋଷ୍ଟ ଛାଡ଼ି ଦେଇଥିଲେ। ୫୮ ମିନିଟ୍‍ରେ ବେଲଜିୟମକୁ ୩ୟ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ତେବେ ଭାରତୀୟ ଗୋଲରକ୍ଷକ ପ୍ରଶାନ୍ତ ଚମତ୍କାର ଢଙ୍ଗରେ ବଲ୍‌କୁ ରୋକି ଦଳକୁ ବିଜୟୀ କରାଇଥିଲେ। ଭାରତର ବିଷ୍ଣୁକାନ୍ତ ସିଂହ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅତିଥି ଭାବେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗ ଦେଇଥିଲେ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories