www.samajalive.in
Monday, December 8, 2025
13.1 C
Bhubaneswar

ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟରେ କର୍ମଚାରୀ ଅଶାନ୍ତି

ନୀଳଗିରି : ମହାବିଦ୍ୟାଳୟର ମହିଳା ହିସାବରକ୍ଷକଙ୍କୁ ଅଶାଳୀନ ବ୍ୟବହାର କରିବା ତଥା ଇଛାକୃତଭାବେ ହଇରାଣ କରିବା ଅଭିଯୋଗରେ ମଙ୍ଗଳବାର ଥାନାରେ ଏତଲା ଦାଏର ହୋଇଛି।
ନୀଳଗିରି ବ୍ଲକ ମିତ୍ରପୁରସ୍ଥିତ ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟରେ ୨୦୧୭ ମସିହାଠାରୁ କୁଅଁରପୁର ମାହାଲ ଅଞ୍ଚଳର ଉକ୍ତ ମହିଳା କିରାଣି ଭାବେ ଚାକିରି କରିଥିଲେ। କିଛିମାସ ପୂର୍ବରୁ ତାଙ୍କୁ ହିସାବରକ୍ଷକ (ଆକାଉଣ୍ଟାଣ୍ଟ)ଭାବେ ନିୟୋଜିତ କରାଯାଇଥିଲା। କିନ୍ତୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଇଛାକୃତଭାବେ ସମ୍ପୃକ୍ତ ମହିଳାଙ୍କୁ ହଇରାଣ କରିବା ସହ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି। ଏପରିକି ପ୍ରତିବାଦ କରିଲେ ଚାକିରିରୁ ବିଦା କରିବା ଧମକ ଦେଇଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ସେ ନୀଳଗିରି ଥାନାରେ ଏକ ଏତଲା ଦେଇଛନ୍ତି। ସେପଟେ ହିସାବରକ୍ଷକ ଏବଂ  ଅନ୍ୟଜଣେ ଠିକା କର୍ମଚାରୀଙ୍କୁ, ଅଧ୍ୟକ୍ଷ କାର୍ଯ୍ୟରୁ ବହିଷ୍କାର କରିଥିବା ଅଭିଯୋଗ ହୋଇଛି। ଅପରପକ୍ଷରେ ଉପରୋକ୍ତ ଅଭିଯୋଗ ସମ୍ପର୍କରେ ମହାବିଦ୍ୟାଳୟ ଅଧ୍ୟକ୍ଷ,  ତାଙ୍କ ନାମରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ମହାବିଦ୍ୟାଳୟର ଛାତ୍ରଙ୍କ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ଦୁଇଜଣଙ୍କୁ ଛଟେଇ କରାଯାଇଛି ଓ ସେମାନଙ୍କ ନାଁରେ ଗତ ୨୭ତାରିଖରେ ଥାନାରେ ଏତଲା ଦାଏର କରାଯାଇଛି ବୋଲି ଜଣାଇଛନ୍ତି। ତେବେ ସ୍ୱର୍ଣ୍ଣଚୂଡ଼ ମହାବିଦ୍ୟାଳୟରେ ଚାଲିଥିବା କର୍ମଚାରୀ ଅଶାନ୍ତି ଘଟଣାରେ ଅଧ୍ୟକ୍ଷଙ୍କ ନା କର୍ମଚାରୀଙ୍କ ଦୋଷ ତାହା ଉପରିସ୍ଥ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ଚର୍ଚ୍ଚା ହେଉଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories