www.samajalive.in
Wednesday, December 10, 2025
26.1 C
Bhubaneswar

ରନ୍ଧନ ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ବୌଦ୍ଧ ଯୁବ,ଛାତ୍ର ଓ ମହିଳା ବିଜେଡି ପକ୍ଷରୁ ଧାରଣା 

ବୌଦ୍ଧ : ବୌଦ୍ଧଜିଲା ଯୁବ, ଛାତ୍ର ଓ ମହିଳା ବିଜେଡି ପକ୍ଷରୁ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି । ବିଧାୟକ ପ୍ରଦିପ କୁମାର ଅମାତଙ୍କ ନେତୃତ୍ୱରେ ଆୟୋଜିତ ଧାରଣାରେ ବିଜେପି ନେତୃତ୍ୱାଧିନ କେନ୍ଦ୍ରର ଏନଡିଏ ସରକାର ସମୟରେ ରନ୍ଧନ ଗ୍ୟାସ ଦର ଦ୍ୱିଗୁଣିତରୁ ଅଧିକ ହୋଇସାରିଥିବାବେଳେ ଏହା ସାଧାରଣବର୍ଗର ଖାଉଟିମାନଙ୍କ ପାଇଁ ବଡ ଚିନ୍ତାର କାରଣ ହୋଇପଡିଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ମହିଳାମାନଙ୍କୁ ଉଜ୍ଜଳା ଯୋଜନାରେ ଯୋଗାଇଦିଆଯାଉଥିବା ମାଗଣା ଗ୍ୟାସ ସଂଯୋଗ କୌଣସି କାମରେ ଲାଗିପାରୁନାହିଁ । ଲୋକଙ୍କ ନିକଟରେ ଗ୍ୟାସ ଭର୍ତ୍ତି କରିବା ପାଇଁ ଟଙ୍କା ନଥିବାବେଳେ ପୁନର୍ବାର ମହିଳାମାନେ କାଠଚୁଲା ଉପରେ ନିର୍ଭର କରୁଛନ୍ତି । କେବଳ ଯେ ଗ୍ୟାସ ନୁହେଁ ଏନଡିଏ ସରକାର ସମୟରେ ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଛି ।  ତୁରନ୍ତ ରନ୍ଧନ ଗ୍ୟାସ ସହିତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ହ୍ରାସ କରିବା ପାଇଁ ଯୁବ,ଛାତ୍ର ଓ ମହିଳା ବିଜେଡି ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ଏକ ଦାବିପତ୍ର ନିର୍ବାହୀ ଅଧିକାରୀ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ଜିଲା ଯୁବ ବିଜେଡି ସଭାପତି ମୃତୁ୍ୟଞ୍ଜୟ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି ଧାରଣା ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେଡି ଯୁଗ୍ମସଂପାଦକ ଅଶୋକ କୁମାର ସାହୁ, ଜିଲା ମହିଳା ବିଜେଡି ସଭାନେତ୍ରୀ ଯଶ୍ମିନ ପ୍ରଧାନ,ଛାତ୍ର ବିଜେଡି ସଭାପତି ସଂଗ୍ରାମ କେଶରୀ ଦାସ,ପୂର୍ବତନ ଏନଏସି ଅଧ୍ୟକ୍ଷା ଦିପ୍ତିପ୍ରଭା ସ୍ୱାଇଁ, ଜିଲା ସାଧାରଣ ସଂପାଦକ ଆଶୁତୋଷ ମହାପାତ୍ର, ବଘିଆପଡା ସରପଞ୍ଚ ସୈରେନ୍ଦ୍ରୀ ମହାକୁଳ, ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁ,ବୌଦ୍ଧବ୍ଲକ ଉପାଧ୍ୟକ୍ଷ ମନୋରଂଜନ ପୁରୋହିତ,ଆଶୁତୋଷ ମହାପାତ୍ର, ଓ ବରଜ କୁମାର ବେହେରାଙ୍କ ସମେତ ବହୁ ସଂଖ୍ୟାରେ ଯୁବ,ଛାତ୍ର ଓ ମହିଳା ବିଜେଡି କର୍ମୀ ସାମିଲ ହୋଇଥିଲେ ।

Hot this week

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

Related Articles

Popular Categories