www.samajalive.in
Monday, December 8, 2025
13.1 C
Bhubaneswar

ଚନ୍ଦ୍ରଗିରିରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବେକାରୀ ସମସ୍ୟା ଦୂର କରିବା ପାଇଁ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିକାଶ ତରଫରୁ ଜିଲ୍ଳା ନିୟୋଜନ ବିଭାଗ ଦ୍ଵାରା ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ମୋହନା ତହସିଲଦାର କିଶୋର ଚନ୍ଦ୍ର ଦାଶ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ଜ୍ଵଳନ କରି ଶିବିରକୁ ଉଦଘାଟନ କରିଥିଲେ। ଜିଲ୍ଲା ନିଯୁକ୍ତି ଅଧିକାରୀ ସ୍ୱଭାଗ୍ୟ ସ୍ତୁତିରଞ୍ଜନ ତ୍ରିପାଠୀ, ଜିଲ୍ଲା  ଆରସିଟି ଅଚ୍ୟୁତା ନନ୍ଦ ବ୍ରହ୍ମା ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବ୍ଲକ ଜୀବିକା ମିଶନର ପରିଚାଳକ ସିଲିଚ ତିରୁପତି ରାଓ । ଏହି ନିଯୁକ୍ତି ମେଳାରେ ୭ଟି ଷ୍ଟଲ ଖୋଲା ଯାଇଥିଲା । କୃଷି,  ସିଲେଇ, ହୋଟେଲ ପରିଚାଳନା ଭଳି ଅନେକ ବିଭାଗ ରହିଥିଲା । କାର୍ଯ୍ୟକ୍ରମକୁ ୨୨୭ଜଣ ମହିଳା ଓ ପୁରୁଷ ଆସିଥିବା ବେଳେ ୧୫୭ଜଣଙ୍କ ନାମ ତାଲିକାରେ  ପଞ୍ଜୀକୃତ ହୋଇଥିଲା।  ଛତୁ ଚାଷ, ସିଲେଇ, ହୋଟେଲ ପରିଚାଳନା ପାଇଁ ଏମାନେ ମନୋନୀତ ହୋଇଥିଲେ।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories