Patra electronics

ତୁଷୁରାରେ ସତ୍ୟସାଇ ବାବାଙ୍କ ଜନ୍ମ ବାର୍ଷିକ ପାଳିତ

ଗୁଡଭେଲା: ତୁଷୁରା ସ୍ଥିତ ସତ୍ୟସାଇଁ ସେବା ସମିତି ପକ୍ଷରୁ ଆଜି ଭଗବାନ ଶ୍ରୀ ସତ୍ୟସାଇଁ ବାବାଙ୍କ ୯୬ତମ ଜନ୍ମ ବାର୍ଷିକ ମହାସମାରୋହରେ ପାଳିତ ହୋଇ ଯାଇଛି। ଏଥିରେ ତୁଷୁରା ସେବା ସମିତି ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଭଜନ ମଣ୍ଡଳୀର ଭକ୍ତମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂକୀର୍ତ୍ତନ କରି ନଗର ପରିକ୍ରମା କରିବା ସହ ପ୍ରଶାନ୍ତିର ପତାକା ଉତ୍ତୋଳନ କରିଥିଲେ। ଏହାସହ ଭଜନ ଓ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିଶେଷରେ ବାଳବିକାଶର ଛାତ୍ରଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମଟିକୁ ସମିତି ଆବାହକ ଶ୍ରୀବତ୍ସ ରଣା ପରିଚାଳନା କରିଥିଲେ। ବରିଷ୍ଠ ସଭ୍ୟ ବିନୋଦ ବିହାରି ସାହୁ ପୂଜାର୍ଚ୍ଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୁଧିର ପ୍ରଧାନ, ରବିନ୍ଦ୍ର ମିଶ୍ର, ରମେଶ ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରମୁଖ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ।

Comments are closed.