www.samajalive.in
Wednesday, December 10, 2025
18.1 C
Bhubaneswar

ସନ୍ତାନ ପ୍ରାପ୍ତି ପାଇଁ ଚିକିତ୍ସା ହେବାକୁ ଆସିଥିବା ମହିଳାଙ୍କୁ ବଳାତ୍କାର କଲେ ଡାକ୍ତର  

ସୁରାଟ: ଡାକ୍ତରୀ ପେସାରେ କଳଙ୍କ ଲାଗିଲା ଭଳି ଏକ ଘଟଣା ଗୁଜୁରାଟର ସୁରାଟ ସହରରେ ଘଟିଛି। ଚିକିତ୍ସା ପାଇଁ ଆସିଥିବା ଜଣେ ମହିଳାଙ୍କୁ ଡାକ୍ତର ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ଅଭିଯୋଗ ପରେ ସଂପୃକ୍ତ ଡାକ୍ତରଙ୍କୁ ପୁଲିସ ଗିରଫ କରିଛି । ଏହି ନିନ୍ଦନୀୟ ଘଟଣା ସୁରାଟର ଏମ୍ ଆଣ୍ଡ ଏମ୍ ହସ୍ପିଟାଲରେ ଘଟିଛି । ଏହି ହସ୍ପିଟାଲଟି ସନ୍ତାନ ପ୍ରାପ୍ତି ପାଇଁ ସ୍ଥାନୀୟ ଅଞ୍ଚଳରେ ବେଶ୍ ଜଣାଶୁଣା । ଏହି ହସ୍ପିଟାଲରେ ଟେଷ୍ଟ ଟ୍ୟୁବ୍ ବେବି ର ବ୍ୟବସ୍ଥା ରହିଛି । ନିଃସନ୍ତାନ ମହିଳାମାନେ ସନ୍ତାନ ପ୍ରାପ୍ତିର ଆଶା ରଖି ଏହି ହସ୍ପିଟାଲକୁ ଆସିଥାଆନ୍ତି ।

ସୂଚନାଯୋଗ୍ୟ, ସନ୍ତାନ ପ୍ରାପ୍ତି ପାଇଁ ଜଣେ ନିଃସନ୍ତାନ ମହିଳା ଏମ୍ ଆଣ୍ଡ ଏମ୍ ହସ୍ପିଟାଲର ଡାକ୍ତର ପ୍ରଫୁଲ ଯୋଷୀଙ୍କୁ ସମ୍ପର୍କ କରିଥିଲେ ଏବଂ ପରେ ଡାକ୍ତର ତାଙ୍କ ଚିକିତ୍ସା ଆରମ୍ଭ କରିଦେଇଥିଲେ । ପୀଡିତ ମହିଳା ତାଙ୍କ ସ୍ବାମୀଙ୍କ ଦୀର୍ଘ ୬ ମାସ ଧରି ସେହି ହସ୍ପିଟାଲକୁ ଚିକିତ୍ସା ପାଇଁ ଆସୁଥିଲେ । ଏଭଳି ପରିସ୍ଥିତିରେ ଗତ ସପ୍ଟେମ୍ବର ୪ ତାରିଖରେ ଡାକ୍ତର ପ୍ରଫୁଲ ପୀଡିତା ମହିଳାଙ୍କୁ ହସ୍ପିଟାଲକୁ ଡକାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଚେକଅପ୍ ବାହାନାରେ ନର୍ସଙ୍କୁ ବାହାର ପଠାଇ ଡାକ୍ତର ମହିଳାଙ୍କୁ ବଳାତ୍କାର କରିଥିଲେ । ଏହି ସମୟରେ ମହିଳାଙ୍କ ସ୍ବାମୀ ଚେକଅପ ରୁମ୍ ବାହାରେ ବସିଥିଲେ । ଏହି ଘଟଣା ନେଇ ମହିଳା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୁକ୍ତ ଡାକ୍ତର ହସ୍ପିଟାଲରୁ ଫେରାର ହୋଇ ଯାଇଥିଲେ ମଧ୍ୟ ପୁଲିସ ତାଙ୍କୁ ଗିରଫ କରିବାର ସଫଳ ହୋଇଛି ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories