www.samajalive.in
Monday, December 8, 2025
13.1 C
Bhubaneswar

୯ବର୍ଷର ଭାରତୀୟ ଶିଶୁ ପାଇଁ ବଦଳିଗଲା ବ୍ରିଟେନରେ ଭିସା ନିୟମ

ନୂଆଦିଲ୍ଲୀ: ଶୀର୍ଷକଟି ନିଶ୍ଚିତ ଆପଣଙ୍କୁ ଚକିତ କରୁଥିବ। ତେବେ ଶୀର୍ଷକ ଯେତେମାତ୍ରା ଆପଣଙ୍କୁ ଚକିତ କରୁଛି ତା’ଠାରୁ ଅଧିକ ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। କାରଣ ଘଟଣାର ନାୟକ ଜଣେ ୯ବର୍ଷର ଭାରତୀୟ ଶିଶୁ ଶ୍ରେୟସ ସିଂହ। ଲଣ୍ଡନର ଏକ ସ୍ମୁଲରେ ଅଧ୍ୟୟନରତ ଶ୍ରେୟସ ପିଲା ଦିନରୁ ଚେସ ଖେଳରେ ବେଶ୍‍ ପାରଙ୍ଗମ। ସ୍କୁଲସ୍ତରରେ ଅନୁଷ୍ଠିତ ଏକାଧିକ ପ୍ରତିଯୋଗିତାରେ ଭାଗ ନେଇ ଶ୍ରେୟସ ବିଜୟୀ ହେବା ପରେ ରାଜ୍ୟସ୍ତରୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତାରେ ମଧ୍ୟ ବିଜୟୀ ହୋଇଛନ୍ତି। ଅପରପକ୍ଷରେ ଶ୍ରେୟସଙ୍କ ପିତା ଜିତେନ୍ଦ୍ର ସିଂହ ୱାର୍କ ଭିସାରେ ବେଙ୍ଗାଲୁରୁରୁ ଲଣ୍ଡନ ଯାଇଥିଲେ। ସେତେବେଳେ ଶ୍ରେୟସଙ୍କୁ ମାତ୍ର ୩ବର୍ଷ ହୋଇଥିଲା। ଇତିମଧ୍ୟରେ ଜିତେନ୍ଦ୍ରଙ୍କ ୱାର୍କ ଭିସା ଅବଧି ଶେଷ ହୋଇଯାଇ ଥିଲା। ତେଣୁ ଶ୍ରେୟସଙ୍କ ପରିବାରବର୍ଗ ଭାରତ ଫେରିବାକୁ ଯୋଜନା କରୁଥିଲେ। ତେବେ ଇଂଲଣ୍ଡ ଗଣମାଧ୍ୟମ, ଚେସ ସଂଗଠନ ଓ ରାଜନୈତିକ ଦଳ ଏଭଳି ଜଣେ ପ୍ରତିଭା ସମ୍ପନ୍ନ କ୍ରୀଡ଼ାବିତ୍‍ଙ୍କୁ ବ୍ରିଟେନର ନାଗରିକତ୍ବ ଦେବାକୁ ଦାବି କରିବାରୁ ବାଧ୍ୟ ହୋଇ ବ୍ରିଟେନ ସରକାରଙ୍କୁ ଭିସା ନିୟମରେ ପରିବର୍ତ୍ତନ କରିବାକୁ ପଡ଼ିଛି। ବ୍ରିଟେନ ସରକାରଙ୍କ ଅନୁରୋଧ କ୍ରମେ ଭାରତୀୟ କମ୍ପାନୀ ଟିସିଏସ ଜିତେନ୍ଦ୍ରଙ୍କୁ ଟିୟର-୨ ୱାର୍କ ଭିସା ପ୍ରଦାନ କରିଛି। ଏହା ଆଧାରରେ ଜିତେନ୍ଦ୍ର ଆଗାମୀ ୪ବର୍ଷ ବ୍ରିଟେନରେ ରହି ପାରିବେ। ଇତିମଧ୍ୟରେ ଆଗାମୀ ବର୍ଷ ସରକାର ଶ୍ରେୟସଙ୍କୁ ବ୍ରିଟେନ ପାସପୋର୍ଟ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories