www.samajalive.in
Monday, December 8, 2025
24.1 C
Bhubaneswar

ପାମ୍ପଡ଼ ମସଲା

ଆବଶ୍ୟକ ସାମଗ୍ରୀ
କଟା ଗାଜର – ଅଳ୍ପ
ପାମ୍ପଡ଼ – ୫ଟି
କଟା କ୍ୟାପସିକମ – ଅଳ୍ପ
ବନ୍ଧା କୋବି – ୧କପ
ଗ୍ରୀନ ମଟର – ଅଳ୍ପ
ପନୀର – ଆବଶ୍ୟକ ପରିମାଣରେ
ତେଲ – ଆବଶ୍ୟକ ପରିମାଣରେ
ଜିରା – ଅଳ୍ପ
ଅଦା କଞ୍ଚାଲଙ୍କା ବଟା – ୧ ଚାମଚ
ଲୁଣ – ଆବଶ୍ୟକ ପରିମାଣରେ
ଗରମ ମସଲା – ୧ ଚାମଚରୁ କମ
ହଳଦୀ ଗୁଣ୍ଡ – ଅଳ୍ପ
ଲଙ୍କା ଗୁଣ୍ଡ – ଅଳ୍ପ
ଧନିଆ ଗୁଣ୍ଡ – ଅଳ୍ପ
ଗୁଜୁରାତି ଗୁଣ୍ଡ – ଅଳ୍ପ
କର୍ଣ୍ଣଫ୍ଲୋର – ଅଳ୍ପ
ପାଣି – ଅଳ୍ପ
ଟମାଟୋ – ୧ଟି
କସ୍ତୁରୀ ମେଥି – ଅଳ୍ପ
କାଜୁ – ଅଳ୍ପ
କ୍ରିମ – ୨ ଚାମଚ
ତେଜପତ୍ର – ୧ଟି
ଶୁଖିଲା ଲଙ୍କା – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ କଡ଼େଇରେ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଜିରା ପକାଇ ଭାଜନ୍ତୁ। ଜିରା ଭାଜି ହୋଇଗଲେ ଏଥିରେ ଗାଜର, କ୍ୟାପସିକମ, ବନ୍ଧା କୋବି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ମଟର, ଗରମ ମସଲା ପକାଇ ଗୋଳାଇ ଦେଇ କିଛି ସମୟ ସିଝାନ୍ତୁ। ଏବେ ଏଥିରେ କୋରା ପନୀର, ଗୁଜୁରାତି ଗୁଣ୍ଡ, ଧନିଆ ପତ୍ର ପକାଇ ପୁଣି ଗୋଳାଇ ଦେଇ ମସଲା ପ୍ରସ୍ତୁତ କରି ରଖନ୍ତୁ। ଏବେ ଏକ ପାତ୍ରରେ କିଛି କର୍ଣ୍ଣଫ୍ଲୋର ନେଇ ଗୋଳାଇ ଘୋଳ ପ୍ରସ୍ତୁତ କରି ରଖନ୍ତୁ। ଏହାପରେ ପାମ୍ପଡ଼ ନେଇ ଏହାର ଦୁଇ ପାଖରେ ପାଣି ଲଗାଇ ଦିଅନ୍ତୁ। ପୂର୍ବରୁ ପ୍ରସ୍ତୁତ କରିଥିବା ମସଲାକୁ ପାମ୍ପଡ଼ ମଝିରେ ଦେଇ ଦୁଇ କଡ଼ରେ କର୍ଣ୍ଣଫ୍ଲୋର ଘୋଳକୁ ଲଗାଇ ଦେଇ ପାମ୍ପଡ଼କୁ ବନ୍ଦ କରି ଦିଅନ୍ତୁ। ଏବେ ଗ୍ୟାସରେ ତାୱା ବସାଇ ତେଲରେ ପାମ୍ପଡ଼କୁ ଭଲ ଭାବେ ଭାଜି ଦିଅନ୍ତୁ। ଏହାପରେ ଟମାଟୋ, ଅଦା, କସ୍ତୁରୀ ମେଥି, କାଜୁ, କ୍ରିମ ପକାଇ ପେଷି ପେଷ୍ଟ ପ୍ରସ୍ତୁତ କରି ରଖନ୍ତୁ। ଏବେ ପୁଣି ଗ୍ୟାସରେ ଆଉ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ତେଜପତ୍ର , ଶୁଖିଲା ଲଙ୍କା, ଜିରା , ପ୍ରସ୍ତୁତ ପେଷ୍ଟକୁ ପକାଇ କଷନ୍ତୁ। କଷିବା ପରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା, ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏବେ ଏଥିରେ ପୂର୍ବରୁ ପ୍ରସ୍ତୁତ ମସଲା ଓ ଅଳ୍ପ ପାଣି ଦେଇ ଗ୍ୟାସରେ ବସାଇ ୫ ମିନିଟ ଫୁଟାନ୍ତୁ। ୫ ମିନିଟ ପରେ ଏହି ଗ୍ରେଭିକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏହାପରେ ଏକ ତାୱାରେ ସାମାନ୍ୟ ତେଲ ଗରମ କରି ଜିରା ଓ ଲଙ୍କା ଗୁଣ୍ଡ ପକାନ୍ତୁ। ଏବେ ପ୍ରସ୍ତୁତ କରିଥିବା ପାମ୍ପଡ଼ ଉପରେ ଗ୍ରେଭି ଓ ତେଲର ଛୁଙ୍କ ଦିଅନ୍ତୁ। ଏହା ଉପରେ କିଛି ଧନିଆ ପତ୍ର ଓ କୋରା ପନୀର ଦେଇ ସଜାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ପାମ୍ପଡ଼ ।

Hot this week

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

Related Articles

Popular Categories