www.samajalive.in
Tuesday, December 9, 2025
16.1 C
Bhubaneswar

ପୁଷ୍ଟିହୀନତା ଭୋଗୁଛନ୍ତି ଆଫଗାନିସ୍ତାନରେ ୩୨ ଲକ୍ଷ ଶିଶୁ

ଜେନିଭା/କାବୁଲ : ଆଫଗାନିସ୍ତାନର ଲକ୍ଷାଧିକ ଶିଶୁ ପୁଷ୍ଟିହୀନତାର ଶିକାର ହେବାକୁ ଯାଉଛନ୍ତି। ଦେଶକୁ ତାଲିବାନ ଦଖଲ କରିବାଠାରୁ ରାଜନୈତିକ ଓ ସାମାଜିକ ସମସ୍ୟା ଜାରି ରହିଛି ଏବଂ ଜନତା ଭୋକ ଉପାସରେ ଆଉଟୁପାଉଟୁ ହେଉଛନ୍ତି। ବିଦେଶୀ ସହାୟତା ସେମାନଙ୍କ ପେଟ-ପିଠିକୁ କୁଳୋଉ ନାହିଁ। ଅର୍ଥନୀତି ଭୁଶୁଡ଼ି ପଡ଼ିଥିବାବେଳେ ଲୋକେ ନିର୍ଯାତନା ଭୟରେ ଦେଶ ଛାଡ଼ି ପଳଉଛନ୍ତି। ଚାକିରିଆଙ୍କୁ ଦରମା ମିଳୁ ନାହିଁ। ଅଧିକାଂଶ ରୋଜଗାର ହରାଇଛନ୍ତି। ଦେଶକୁ ଏବେ ମରୁଡ଼ି ଗ୍ରାସ କଲାଣି। ଲୋକେ ଏବେ ଖାଦ୍ୟାଭାବ ସହ ଯୁଝୁଛନ୍ତି। ଖାଦ୍ୟାଭାବରୁ ଦେଶର ପ୍ରାୟ ୩୨ ଲକ୍ଷ ଶିଶୁ ପୁଷ୍ଟିହୀନତା ଭୋଗୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ଲକ୍ଷଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟଜନକ ରହିଛି। ଡାକ୍ତରଖାନାଗୁଡ଼ିକରେ ଏଭଳି ଶିଶୁ ମୃତ୍ୟୁ ସହ ଲଢ଼େଇ କରୁଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ସେମାନଙ୍କ ଜୀବନ ଦୀପ ଲିଭିଯିବାକୁ ଏଡ଼ାଇ ଦିଆଯାଇ ନ ପାରେ। ଏବେ ଆଫଗାନିସ୍ତାନରେ ଭୟଙ୍କର ଶୀତ ଅନୁଭୂତ ହେଲାଣି। ଆଗକୁ ଏହା ଆହୁରି ଭୟଙ୍କର ସ୍ଥିତି ଉପୁଜାଇବ। ଏପରି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)। ଏହାର ତ୍ବରିତ ପ୍ରତିକାର ପାଇଁ ହୁ ଆହ୍ବାନ ଦେଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories