www.samajalive.in
Sunday, December 7, 2025
26.1 C
Bhubaneswar

ଆନ୍ତର୍ଜାତିକ ବିମାନ ଯାତ୍ରୀଙ୍କ ପାଇଁ ନୂଆ କରୋନା ନିୟମ : ୫ରୁ କମ୍ ବୟସର ଶିଶୁ କଟକଣା ମୁକ୍ତ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆନ୍ତର୍ଜାତିକ ବିମାନ ଯାତ୍ରୀଙ୍କ ନିମନ୍ତେ ନୂଆ କରୋନା ନିୟମାବଳୀ ଜାରି କରିଛନ୍ତି। ନୂଆ ନିୟମକୁ ଶୁକ୍ରବାର (ନଭେମ୍ବର ୧୨ ତାରିଖ) ଠାରୁ ସମସ୍ତ ଆନ୍ତର୍ଜାତିକ ବିମାନବନ୍ଦରରେ କାର୍ଯ୍ୟକାରୀ କରାଯାଇଛି। ନୂଆ ନିୟମ ଅନୁଯାୟୀ ବିଦେଶରୁ ଆସୁଥିବା ଯାତ୍ରୀ ଯଦି ସମ୍ପୂର୍ଣ୍ଣ ଟିକା ନେଇଥିବେ ତେବେ ତାଙ୍କୁ କୋଭିଡ-୧୯ ନମୁନା ପରୀକ୍ଷା କରିବାକୁ ପଡିବ ନାହିଁ। ମାତ୍ର ଭାରତରେ ପହଞ୍ଚିବାର ୧୪ଦିନ ପର୍ଯ୍ୟନ୍ତ ସେ ତାଙ୍କର ସ୍ବାସ୍ଥ୍ୟାବସ୍ଥାକୁ ଅନୁଧ୍ୟାନ କରିବେ। ସେହିପରି ଟିକା ନେଇ ନଥିବା କିମ୍ବା ଆଂଶିକ ଟିକା ନେଇଥିବା କ୍ଷେତ୍ରରେ ଯାତ୍ରୀଙ୍କୁ ବିମାନ ବନ୍ଦରରେ ନମୁନା ପରୀକ୍ଷା କରାଇବାକୁ ପଡିବ। ନମୁନା ପରୀକ୍ଷା ପରେ ତାଙ୍କୁ ବିମାନବନ୍ଦର ବାହାରକୁ ଯିବାକୁ ଅନୁମତି ମିଳିବ। ଏହା ସହିତ ତାଙ୍କୁ ୭ଦିନ ସଙ୍ଗରୋଧରେ ରହିବାକୁ ପଡିବ। ସଙ୍ଗରୋଧ ଅବଧି ଶେଷ ହେବାର ୮ମ ଦିନରେ ତାଙ୍କୁ ପୁନଃ ନମୁନା ପରୀକ୍ଷା କରାଇବାକୁ ପଡିବ। ନମୁନା ରିପୋର୍ଟ ନେଗେଟିଭ ଆସିଲେ ପୁନର୍ବାର ୭ଦିନ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବାକୁ ପଡିବ। ତେବେ ବିଦେଶରୁ ଆସୁଥିବା ୫ବର୍ଷରୁ କମ୍ ବୟସର ଶିଶୁଙ୍କ ପାଇଁ କୌଣସି କଟକଣା ରହିବ ନାହିଁ। ସେମାନଙ୍କୁ ଯାତ୍ରା ପୂର୍ବରୁ କିମ୍ବା ପରେ ନମୁନା ପରୀକ୍ଷା କରିବାକୁ ପଡିବ ନାହିଁ। ଯଦି ସମ୍ପୃକ୍ତ ଶିଶୁଙ୍କ ଠାରେ କରୋନା ଲକ୍ଷଣ ଥିବ ତେବେ ତାଙ୍କୁ ନମୁନା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡିବ ଓ କରୋନା ନିୟମ ଅନୁଯାୟୀ ଚିକିତ୍ସିତ ହେବାକୁ ପଡିବ। ଜଳପଥ ଓ ସ୍ଥଳପଥ ଦେଇ ଆସୁଥିବା ଆନ୍ତର୍ଜାତିକ ଯାତ୍ରୀଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ କଟକଣା ଲାଗୁ କରାଯିବ।
ଅନ୍ୟପଟେ ଶୁକ୍ରବାର ସମଗ୍ର ଦେଶରେ ୧୨,୫୧୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫୦୧ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୪,୧୪,୧୮୬ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁସଂଖ୍ୟା ୪,୬୨,୬୯୦ରେ ପହଞ୍ଚିଛି। ଦେଶରେ ଏବେ ୧,୩୭,୪୧୬ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏହା ଗତ ୨୬୭ ଦିନ ମଧ୍ୟରେ ସର୍ବନିମ୍ନ। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଦେଶରେ ୧୧୧ କୋଟି ୩୮ଲକ୍ଷରୁ ଅଧିକ ପାନ ଟିକାକରଣ କରାଯାଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories