www.samajalive.in
Sunday, December 7, 2025
15.1 C
Bhubaneswar

ବିରୋଧୀଙ୍କର ନେତା ନାହାନ୍ତି କି ନୀତି ନାହିଁ: ବିଜେପି

ନୂଆଦିଲ୍ଲୀ : ଦେଶର ବିରୋଧୀ ଦଳଗୁଡିକ ଏକଜୁଟ୍ ହୋଇ ମେଣ୍ଟ କରିବାକୁ ଆଗଭର ହେଉଛନ୍ତି; ମାତ୍ର ଏହି ବିରୋଧୀ ଦଳଗୁଡିକର ନେତୃତ୍ବ ନେବାକୁ କେହି ନେତା ନାହାନ୍ତି। ଏପରି କି ଏହି ବିରୋଧୀଙ୍କର କୌଣସି ନିର୍ଦ୍ଦିଷ୍ଟ ନୀତି ନାହିଁ। ବିରୋଧୀଙ୍କର ଏକମାତ୍ର ଲକ୍ଷ୍ୟ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷମତାରୁ ହଟାଇବା। ରବିବାର ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକର ଦ୍ବିତୀୟ ଦିନରେ ଦଳୀୟ ନେତାମାନେ ଏପରି ମତ ପୋଷଣ କରିଛନ୍ତି। ତେବେ ବିଜେପିକୁ ପରାସ୍ତ କରିବା ପାଇଁ ବିରୋଧୀ ଦଳଗୁଡିକ ଯେଉଁ ଆଶା ରଖିଛନ୍ତି ତାହା କେବଳ ଦିବା ସ୍ବପ୍ନ ହୋଇରହିବ ବୋଲି ଦଳ କହିଛି। ବୈଠକ ପରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର ବିଗତ ୪ବର୍ଷ ମଧ୍ୟରେ ଦେଶରେ ଅନେକ ଉନ୍ନୟନମୂଳ କାର୍ଯ୍ୟ କରାଯାଇଛି। ୨୦୨୨ ସୁଦ୍ଧା ନୂଆ ଭାରତ ଗଠନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି କହିଛନ୍ତି। କାର୍ଯ୍ୟକାରିଣୀ ବୈଠକରେ ଦଳର ବରିଷ୍ଠ ନେତା ରାଜନାଥ ସିଂହ ବିଜେପିର ରାଜନୈତିକ ପ୍ରସ୍ତାବ ଆଗତ କରିଥିଲେ। ରାଜନୈତିକ ପ୍ରସ୍ତାବରେ ୨୦୨୨ ସୁଦ୍ଧା ‘ନୂଆ ଭାରତ’ ଗଠନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ନୂଆ ଭାରତରେ ସମସ୍ତଙ୍କ ପାଖରେ ନିଜସ୍ବ ବାସଗୃହ ରହିଥିବ। ଦେଶକୁ ଆତଙ୍କବାଦ, ଜାତିବାଦ, ସାମ୍ପ୍ରଦାୟିକତା ଭେଦଭାବରୁ ମୁକ୍ତ କରାଯିବ।
ଜାବଡେକର କହିଛନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବ ସରକାରର ଲକ୍ଷ୍ୟ, ଆଶା ଓ ପରିକଳ୍ପନା ରହିଛି। ଏହି ଲକ୍ଷ୍ୟ ଓ ପରିକଳ୍ପନା ୨୦୨୨ ସୁଦ୍ଧା ସାକାର ହେବ। ତେଣୁ ଏହି ଲକ୍ଷ୍ୟ ଓ ପରିକଳ୍ପନାକୁ ଆଧାର କରି ଦଳ ୨୦୧୯ ଲୋକସଭା ନିର୍ବାଚନରେ ନିଶ୍ଚିତ ବିଜୟୀ ହେବ। ଏପରି କି ୨୦୧୪ରେ ଦଳ ଯେତିକି ଆସନରେ ବିଜୟୀ ହୋଇଥିଲା ତାଠାରୁ ଅଧିକ ଆସନରେ ବିଜୟୀ ହେବ। ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପି ଏହାର ସ୍ଲୋଗାନ ଧାର୍ଯ୍ୟ କରିଛି। ଏହି ନିର୍ବାଚନରେ ବିଜେପିର ସ୍ଲୋଗାନ ହେବ ‘ ଅଜେୟ ଭାରତ, ଅଟଳ ବିଜେପି’। କାର୍ଯ୍ୟକାରିଣୀ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ସ୍ଲୋଗାନକୁ ଘୋଷଣା କରିଛନ୍ତି। ୨୦୧୪ରେ ବିଜେପି ୫୪୩ ଲୋକସଭା ଆସନରୁ ୨୮୨ଟିରେ ବିଜୟୀ ହୋଇଥିଲା। ବିରୋଧୀ ଦଳଗୁଡିକ ଏକଜୁଟ ହେବା ପରିବର୍ତ୍ତେ ଏବେ ହତାଶ ହୋଇପଡିଲେଣି। ଏହାର କୌଣସି ନେତା କିମ୍ବା ନୀତି ନାହିଁ। ମୋଦୀ ଏବେ ବି ଦେଶର ଲୋକପ୍ରିୟ ନେତା ହୋଇ ରହିଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories