www.samajalive.in
Monday, December 8, 2025
24.1 C
Bhubaneswar

ସଂକ୍ରମଣ ବୃଦ୍ଧିପରେ ଶ୍ରୀନଗରରେ ପୁଣି କରୋନା କର୍ଫ୍ୟୁ

ଶ୍ରୀନଗର: କୋଭିଡ ସଂକ୍ରମଣ ବୃଦ୍ଧି ପାଇବାପରେ ତାହାକୁ ଦୃଷ୍ଟିରେ ରଖି ଶ୍ରୀନଗରର ପାଞ୍ଚଟି ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି । ଏହା ୧୦ ଦିନ ପାଇଁ ବଳବତ୍ତର ରହିବ । ମହାମାରୀ ଭୂତାଣୁ ସଂକ୍ରମଣ ଯେଭଳି ଅନ୍ୟ ସ୍ଥାନକୁ ନବ୍ୟାପିବ, ତାହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଶ୍ରୀନଗରର ଲାଲ ବଜାର, ହାଇଦରପୋରା, ଚନାପୋରା, ବେମିନା (ହମଦାନିଆ କଲୋନି), ବେମିନା (ହାଉସିଂ କଲୋନି, ବିଲାଲ କଲୋନି, ଏସଡିଏ କଲୋନି) ଆଦି ସ୍ଥାନରେ କରୋନା କର୍ଫ୍ୟୁ ଜାରି କରାଯାଇଛି । ଆଜି ଅର୍ଥାତ ମଙ୍ଗଳବାର ମଧ୍ୟାହ୍ନରୁ ଏହା ଲାଗୁ କରାଯାଇଥିବା ଶ୍ରୀନଗର ଜିଲା ମାଜିଷ୍ଟ୍ରେଟ ମହମ୍ମ ଏଜାଜ କହିଛନ୍ତି । ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଗତ ୧୭ ଦିନ ମଧ୍ୟରେ ଶ୍ରୀନଗରରେ କୋଭିଡ ସଂକ୍ରମଣ ସଂଖ୍ୟାରେ ଦ୍ରୁତ ବୃଦ୍ଧି ଲକ୍ଷ୍ୟ କରାଯିବାପରେ ସେ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଥିଲା । ଏହି କରୋନା କର୍ଫ୍ୟୁ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା, ଗୋଟିକିଆ ତେଜରାତି ସାମଗ୍ରୀ, ପନିପରିବା, ଦୁଗ୍ଧ, ମାଂସ ଆଦି ଦୋକାନ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଖୋଲା ରହିବ । ପଣ୍ୟସାମଗ୍ରୀ ଏବଂ ଅତ୍ୟାବଶ୍ୟକ ଯୋଗାଣ ସାମଗ୍ରୀ ପରିବହନରେ କୌଣସି ପ୍ରତିବନ୍ଧକ ରହିବ ନାହିଁ । ଏଥିସହିତ ସରକାରୀ କର୍ମଚାରୀ ନିଜର ପରିଚୟପତ୍ର ଦେଖାଇ ନିଜ କାର୍ଯ୍ୟାଳୟକୁ ଯାଇପାରିବେ । ସେହିଭଳି ସମସ୍ତ ନିର୍ମାଣ କାର୍ଯ୍ୟ, ଟିକାକରଣ ଆଦି ଜାରି ରହିବ । ଏହାବ୍ୟତୀତ ଅନ୍ୟ ସମସ୍ତ ବନ୍ଦ ରହିବ ଏବଂ ଜନସାଧାରଣଙ୍କୁ ନିଜ ଘରୁ ବାହାରକୁ ବାହାରିବାକୁ ଅନୁମତି ଦିଆଯିବ ନାହିଁ । କରୋନା କର୍ଫ୍ୟୁ ସମୟରେ ସମସ୍ତ ବିପଣୀମାଳା, ବଜାର ଘାଟ, ସାଲୁନ, ଚଳଚ୍ଚିତ୍ର ପ୍ରେକ୍ଷାଳୟ, ଭୋଜନାଳୟ, କ୍ରୀଡାଙ୍ଗନ, ବ୍ୟାୟାମଶାଳା, ସନ୍ତରଣାଗାର, ଉଦ୍ୟାନ, ଚିଡିଆଘର ଆଦି ବନ୍ଦ ରହିବ । ଏହି ସମୟରେ କୌଣସି ସାମାଜିକ କାର୍ଯ୍ୟକ୍ରମ, ଉତ୍ସବ ଆଦିକୁ ଅନୁମତି ମିଳିବ ନାହିଁ । ତେବେ ବିବାହ ନିମନ୍ତେ କେବଳ ୨୦ ଜଣ ଏବଂ ଅନ୍ତ୍ୟେଷ୍ଟି କ୍ରିୟାରେ ୧୦ ଜଣ ଉପସ୍ଥିତ ରହିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories